ଏକାକୀ ନା ସପରିବାର ଭ୍ରମଣରେ ଯିବା ଭଲ , ଜାଣନ୍ତୁ କାରଣ

Advertisment
ଏକାକୀ ନା ସପରିବାର ଭ୍ରମଣରେ ଯିବା ଭଲ , ଜାଣନ୍ତୁ କାରଣ

ବର୍ତ୍ତମାନ ଖରାଛୁଟି ଚାଲିଛି । ଏହି ସମୟରେ ଅନେକ ଲୋକ ଭ୍ରମଣରେ ବାହାରିଥାନ୍ତି। କେତେକ ଏକା ତ କେତେକ ପରିବାର ବା ସାଙ୍ଗସାଥୀଙ୍କ ସହ ହେଉ ଭ୍ରମଣରେ ଯାଆନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଆପଣ ଯେତେ ଅଧିକ ଯାତ୍ରା କରିବେ ସେତେ ବେଶୀ ଚାପମୁକ୍ତ ରହିବେ । ଅର୍ଥାତ ନିୟମିତ ଯାତ୍ରା କରୁଥିବା ଲୋକ ଚିନ୍ତାମୁକ୍ତ ରହିଥାଏ ଏବଂ ସେ ସୁଖୀ ହୋଇଥାଏ।

ଓସ୍କାର ଓ୍ଵାଇଲ୍ଡ ପକ୍ଷରୁ ଏକ ଗବେଷଣା କରାଯାଇଥିଲା। ସେଥିରେ କୁହାଯାଇଛି ଯେ ଯେଉଁମାନେ ଏକାକୀ ଯାତ୍ରା କରିଥାନ୍ତି ସେମାନେ ଅଧିକ ଚାପମୁକ୍ତ ରହିଥାନ୍ତି। ଏଥିରେ କୁହାଯାଇଛି ଯେ ବ୍ୟକ୍ତି ଭ୍ରମଣ ବେଳେ ବିଭିନ୍ନ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇଥାନ୍ତି। ସେମାନଙ୍କ ସହ ନିଜ ଭାବନାକୁ ସେଆର୍‌ କରିପାରନ୍ତି। ଖାଲି ସେତିକି ନୁହେଁ, ବ୍ୟକ୍ତି ଅନ୍ୟଠୁ ବି କିଛି ମଜାଦାର କଥା ଜାଣିବାର ସୁଯୋଗ ପାଏ। ପରିଣାମସ୍ୱରୂପ ଯାତ୍ରା କରୁଥିବା ଲୋକ ମନରେ ନୂଆ କଥା ଘର କରେ। ଏହା ତାକୁ ଚାପମୁକ୍ତ କରିବାରେ ସହାୟକ ହୋଇଥାଏ।

publive-image photo-around the world

ତେବେ ଏକା ଯାତ୍ରା କରିବା ସମୟରେ ଲୋକ ନିଜକୁ ଅନେକ ସମୟରେ ଅସୁରକ୍ଷିତ ଅନୁଭବ କରିଥାନ୍ତି। କିନ୍ତୁ ଏହା ଅଭ୍ୟାସଗତ ହେବାପରେ ସେହି ଡ଼ର ଆଉ ରହେ ନାହିଁ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ସପରିବାର ବି ଯାତ୍ରା କଲେ ମନ ଭଲ ରହେ। ଟିକେ ଭିନ୍ନ ଅନୁଭବ ଆସିଥାଏ। କିନ୍ତୁ ଏହି ଯାତ୍ରା ସମୟରେ ସବୁ ନିଷ୍ପତି ସାମୁହିକଭାବେ ନେବାକୁ ପଡ଼େ ।ଏହା ଫଳରେ ନିଜର ସ୍ୱାଧୀନତା ହ୍ରାସ ପାଏ। କିନ୍ତୁ ଏକାକୀ ଯାତ୍ରାକାଳରେ ବ୍ୟକ୍ତି ସ୍ୱଚ୍ଛନ୍ଦ ରହେ।ଏଣୁ ଯିଏ ଯେତେ ଅଧିକ ସମୟ ଯାତ୍ରା କରିବ ସିଏ ସେତେ ଶାନ୍ତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe