Foundations Recovery Network
ନୂଆଦିଲ୍ଲୀ: ବୟସ ବଢିବା ସହିତ ସ୍ମରଣଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ। ବିଶେଷ କରି ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖଥାଏ। ବୟସ ବଢିବା ସହିତ ସ୍ମରଣଶକ୍ତି ଦୁର୍ବଳ ହୋଇଯିବା ଏକ ସ୍ବାଭାବିକ କଥା । ମଣିଷର ବୟସ ଯେତେ ବଢିଥାଏ ତାର ମନେଖିବା ଶକ୍ତି ସେତେ କମିଯାଏ । କେତକ ସ୍ଥାନରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଏହି ଅସୁବିଧା ଦେଖାଦେଇଥାଏ । ତେବେ ଏଭଳି ସମସ୍ୟାର ସମାଧାନ ବିନା ଔଷଧରେ ଅଥବା ପ୍ରାକୃତିକ ଉପାୟରେ ମଧ୍ୟ କରାଯାଇପାରେ ।
ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଡିମ୍ପଲ୍ ଜାଙ୍ଗଡାଙ୍କ କହିବା ଅନୁଯାୟୀ କିଛି ପ୍ରାକୃତିକ ଉପଚାର ଦ୍ବାରା ଏହାର ପ୍ରଭାବକୁ କମ୍ କରାଯାଇପାରେ। ଆୟୁର୍ବେଦ ଚିକିତ୍ସା ଦ୍ବାରା ପ୍ରାକୃତିକ ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ସହ ଚିନ୍ତା କରିବାର କ୍ଷମତାକୁ ମଧ୍ୟ ବଢାଇପାରିବେ ।
ଡାର୍କ ଚକୋଲେଟ୍: ଏହି ଚକୋଲେଟରେ କୋକୋର ମାତ୍ରା ୭୦ ପ୍ରତିଶତ ରହିଥାଏ। ଏଥିରେ ଚିନିର ମାତ୍ରା କମ୍ ରହିଥାଏ। ଡକ୍ଟର ଡିମ୍ପଲ କହିଛନ୍ତି ଯେ, କୋକୋ ଫ୍ଲାଭୋନୋଏଡର ଏକ ମୁଖ୍ୟ ଉତ୍ସ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ମରଣଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ସିଡ୍ସ ଏବଂ ନଟ୍ସ: ସିଡ୍ସ ଏବଂ ନଟ୍ସ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏହା ଆମ ମନକୁ ଦୃଢ ରଖିବାରେ ସାହାଯ୍ୟ କରେ। ବିଶେଷ କରି “ସନ୍ଫ୍ଲାୱାର ସିଡ୍ସ, ନଟ୍ସ, କାଜୁ, ଏବଂ ହାଜେଲନଟ୍ ଭଳି ମଞ୍ଜି ଜାତୀୟ ଖାଦ୍ୟ ଆମ ମନକୁ ଅଧିକ ସକ୍ରିୟ କରିଥାଏ। ଏହି ଖାଦ୍ୟଗୁଡ଼ିକରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ।
ଖାଦ୍ୟରେ ଚିନିର ମାତ୍ରା କମ୍ କରିବା: ଖାଦ୍ୟରେ ଚିନିର ମାତ୍ରା କମ୍ କରିବା ନିହାତି ଜରୁରୀ। ଜାଣିଶୁଣି ହେଉ କିମ୍ବା ଅଜାଣତରେ, ଆମେ ଆବଶ୍ୟକତାଠାରୁ ଅଧିକ ଚିନି ଖାଇଥାଉ ଯାହା ଆମ ଶରୀର ପାଇଁ କ୍ଷତିକାରକ। ଚିନି ମିଶିଥିବା ଖାଦ୍ୟଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ। ଏହା ସ୍ମୃତିଶକ୍ତିକୁ କମ୍ କରିପାରେ। ଚିନି ପରିବର୍ତ୍ତେ ଖାଦ୍ୟରେ ଗୁଡ, ଖଜୁରୀ, ଏବଂ ମହୁକୁ ବ୍ୟବହାର କରିପାରିବା ବୋଲି ସେ କହିଛନ୍ତି।
ବ୍ରେନ୍ ଗେମ୍ସ: ବିଶେଷଜ୍ଞଙ୍କ ମତନୁଯାୟୀ ଆମ ମସ୍ତିଷ୍କକୁ ବିଭିନ୍ନ ଧରଣର ଖେଳରେ ଜଡିତ ରଖିବା ଉଚିତ। ଯେମିତିକି ସୁଡୋକୁ, ଚେସ, କ୍ରସ୍ ୱାର୍ଡ, ପଜଲ୍ ଏବଂ ସ୍କ୍ରାମବଲ୍ ପରି ବ୍ରେନ୍ ଗେମ୍ । କାରଣ ଏହି ଖେଳଗୁଡିକ ମନକୁ ସକ୍ରିୟ ରଖିବାରେ ଏବଂ ସ୍ମରଣ ଶକ୍ତିର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରେ।
Follow Us