Broadcast Cover
ଖିର ସହ ହଳଦୀ ମିଶ୍ରଣ କରି କେବେ ପିଇଛନ୍ତି? କାହାକୁ ଏହା ଭଲ ଲାଗେ ତ କାହାକୁ ଲାଗେନି। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହାର ସ୍ୱାଦ କିପରି। ମାତ୍ର ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ଏଥିରେ ସନ୍ଦେହ ନାହିଁ।
ରାତିରେ ଶୋଇବା ପୂର୍ବରୁ ଗରମ ଖିରରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ। ଯଦି ଆପଣଙ୍କର ଥଣ୍ଡା ଦେହ ତେବେ ଥଣ୍ଡା କାଟିବା ପାଇଁ ଏହା ଅବ୍ୟର୍ଥ ଔଷଧ ଭାବେ କାମ କରିବ।
/sambad/media/post_attachments/wp-content/uploads/2018/07/images-44.jpg)
ଗରମ ଖିରରେ ହଳଦୀ ମିଶାଇ ପିଇଲେ କଫ ମଧ୍ୟ ହୋଇନଥାଏ। ଶ୍ୱାସ ରୋଗୀମାନେ ଏହାକୁ ଦୈନିକ ପିଇବା ଉଚିତ।
ଅନେକ ସମୟରେ ଦିନରେ କରିଥିବା ଶାରୀରିକ ପରିଶ୍ରମ ହେତୁ ଦେହହାତ ଘୋଳାବିନ୍ଧା ହୋଇଥାଏ। ସେହି ଘୋଳାବିନ୍ଧା କାଠିବା ପାଇଁ ରାତିରେ ଗରମ ଖିରରେ ଟିକେ ହଳଦୀ ମିଶାଇ ପିଅନ୍ତୁ।
ଗରମ ଖିର ଓ ହଳଦୀ ପିଇବା ଦ୍ୱାରା ତ୍ୱଚାର ରଂଗ ବି ଉଜ୍ୱଳ ହୋଇଥାଏ। ଚର୍ମ ଚିକ୍କଣ ହେବା ସହ ମୁଖର ଔଜଲ୍ୟ ଦ୍ୱିଗୁଣିତ ହୋଇଥାଏ।
ଖିରରେ ହଳଦୀ ମିଶାଇ ପିଇଲେ ରାତିରେ ସୁନିଦ୍ରା ହୋଇଥାଏ। ଏହାକୁ ରାତ୍ର ଭୋଜନ କରି ସାରି ପିଇଲେ ଖୁବ୍ ଭଲ ନିଦ ହୋଇଥାଏ।
ଯେଉଁମାନଙ୍କୁ ବାରମ୍ବାର ପରିଶ୍ରା ଲାଗିବା ଦ୍ବାରା ରାତିରେ ନିଦ ଭାଙ୍ଗୁଥାଏ ସେମାନଙ୍କ ପାଇଁ ବି ହଳଦୀ ମିଶା ଖିର ଖୁବ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।
ଖିରରେ ହଳଦୀ ମିଶ୍ରଣ କରି ପିଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ।
Follow Us