ଯୁବପିଢିଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବୃତ୍ତିକୁ ନେଇ ଉଦବେଗ

ଯୁବପିଢିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଶୀର୍ଷକ ଆଲୋଚନାଚକ୍ର

ଯୁବପିଢିଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବୃତ୍ତିକୁ ନେଇ ଉଦବେଗ

ଲଣ୍ଡନ: ଦିନକୁ ଦିନ ଯୁବପିଢିଙ୍କ ମଧ୍ୟରେ ମାନସିକ ସମସ୍ୟା ଦେଖିବାକୁ ମିଳୁଛି | ପାଠପଢା ଚାପ ହେଉ ବା ଚାକିରି ଚାପ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ବର୍ତ୍ତମାନ ମାନସିକ ଚାପ ସମସ୍ୟା ଦେଖିବାକୁ ମିଳୁଛି | ପ୍ରଥମେ ପ୍ରଥମେ ଏହାକୁ ଅଣଦେଖା କରାଯାଉଥିବାବେଳେ ଦିନକୁ ଦିନ ଏହି ଚାପ ବଢି ଶେଷରେ ଜଣଙ୍କୁ ମାନସିକ ରୋଗୀ କରିଦେବାର ମଧ୍ୟ ନଜିର ରହିଛି | ଏସବୁ ବାବଦରେ କିଛି ବୁଦ୍ଧିଜୀବୀ ଏବେ ଉଦବେଗ ପ୍ରକାଶ କରିଥିବାବେଳେ ଏହାକୁ ନେଇ ଆଲୋଚନା ଜୋର ଧରିଛି | ଆଜି ଲଣ୍ଡନରେ ଏହାକୁ ନେଇ କିଛି ମାନସିକ ରୋଗ ବିଶେଷଜ୍ଞଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |

ଯୁବପିଢିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଶୀର୍ଷକରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ଲଣ୍ଡନର ସଂଗୀତ ଫାଉଣ୍ଡେସନ, ରାଜସ୍ଥାନୀ ସୋସାଇଟି ଓ ଶ୍ରୀ ଜଗନ୍ନାଥ ସୋସାଇଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଡ଼. ଅଜୟ ଉପାଧ୍ୟାୟ, ଡ଼. ସୃଷ୍ଟି ମହାପାତ୍ର, ଡ. ୱିଲମା ଫ୍ରାନ୍ସିସ୍ ଆଲଫୋନ୍ସୋ, ଶ୍ରୀମତୀ ରିଙ୍କୁ ଦାସବିଶ୍ୱାସ, ସଂଗୀତା ଚୌଧୁରୀ, ଇନ୍ଦର ସିଂ ପୁନାଜୀ ଏବଂ ଅମ୍ରିତେଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟିର ଚେୟାରମ୍ୟାନ୍ ତଥା ଟ୍ରଷ୍ଟି ଡ଼.ସହଦେଵ ସ୍ୱାଇଁ କହିଥିଲେ ଯେ ଯୁବକମାନଙ୍କ ମାନସିକ ସ୍ୱାସ୍ଥ୍ୟର ଆହ୍ୱାନକୁ ଦୂର କରିବା ପାଇଁ ଆବଶ୍ୟକ ଉପକରଣ ଏବଂ ସହାୟତା ଯୋଗାଇବା ଜରୁରୀ ।

publive-image

ଯୁବକମାନଙ୍କ ପାଇଁ ଅଧିକ ସହାୟକ ତଥା ଅନ୍ତର୍ଭୂକ୍ତ ସମ୍ପ୍ରଦାୟ ସୃଷ୍ଟି କରିବାକୁ ଆମେ କାର୍ଯ୍ୟ କରୁଥିବା ଏହି କର୍ମଶାଳା କେବଳ ଗୋଟିଏ ଉପାୟ।” ଏହି ଆଲୋଚନାଚକ୍ରରେ ହୋଇଥିବା ଆଲୋଚନା ମୁତାବକ ପ୍ରକୃତି ସହ କିଛି ସମୟ କାଟିଲେ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆସିପାରିବ | ସେହିଭଳି କଥା କଥାକେ ଛୁଆଙ୍କୁ ଆକଟ ନ କରି ସେମାନଙ୍କୁ ସ୍ୱାଧୀନତା ଦେବାର ମଧ୍ୟ ଆବଶ୍ୟକ ରହିଛି | ସେହିପରି ଯୋଗ ଓ ଧ୍ୟାନ ମଧ୍ୟ କିଭଳି ବିଗିଡିଯାଇଥିବା ମାନସିକ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଏ ସେବାବଦରେ ଆଲୋଚନା କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe