ଏ କଥା ମନରେ ରଖନ୍ତୁ ନାହିଁ, ନଚେତ୍‌ ଅସଫଳ ହୋଇପାରନ୍ତି !

ଏ କଥା ମନରେ ରଖନ୍ତୁ ନାହିଁ, ନଚେତ୍‌ ଅସଫଳ ହୋଇପାରନ୍ତି !

photo-shutterstock

ମଣିଷ ଜୀବନର ଏକ ବଡ଼ କଥା ହେଲା ସଫଳତା। କେହି ଅସଫଳତାକୁ ଆଦରିବାକୁ ଚାହାଁନ୍ତି ନାହିଁ । ଜୀବନରେ ସମସ୍ତେ ସଫଳତା ହାସଲ କରିବାକୁ ଚାହାଁନ୍ତି । ସମସ୍ତେ ଚାହାଁନ୍ତି ଯେ ଜୀବନରେ ଜଣେ ସଫଳ ମଣିଷ ହେବେ। ଅସଫଳତା ଯେପରି ଆପଣଙ୍କ ପାଦ ନ ଛୁଏଁ ,ଏଥିପାଇଁ କେତୋଟି କଥା ମନରୁ ସଂପୂର୍ଣ୍ଣ ଦୂରେଇ ଦେବାକୁ ପଡ଼ିବ। ପ୍ରଥମ କଥା ହେଲା ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି,ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।କାରଣ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ହିଁ କେବଳ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚି ହେବ।

publive-image photo-youtube

ନିଜର ଲକ୍ଷ୍ୟ ସ୍ଥିର କରିବାପରେ ଅକ୍ଳାନ୍ତ ପରିଶ୍ରମ କରିବାକୁ ଭୟ କଲେ ଜୀବନରେ ସଫଳ ହେବେ ନାହିଁ।କାରଣ ପରିଶ୍ରମର କିଛି ବିକଳ୍ପ ନାହିଁ। ଯଦି ଆପଣ ଭାବିବେ ଯେ ଜୀବନ ଖୁବ୍‌ ସଂଘର୍ଷମୟ ଓ ଏଠି ବଞ୍ଚିବା ଖୁବ୍‌ କଷ୍ଟକର,ତେବେ ଜଣେ ସାଧାରଣ ମଣିଷ ହୋଇ ରହିଯିବେ।ଠିକ୍‌ ସେହିପରି ଯଦି ଏକା ସମୟରେ ଅନେକ ଗୁଡ଼ିଏ କାମରେ ହାତ ଦେବେ,ତାହାଲେ ଆପଣ ନିଶ୍ଚିତ ରୂପରେ ଅସଫଳ ହେବେ।କିନ୍ତୁ ଯଦି ଗୋଟିଏ ସମୟରେ କେବଳ ଗୋଟିଏ କାମ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରି ରଖିବେ,ତେବେ ସଫଳତା ପାଇବାଟା ଆପଣଙ୍କ ପାଇଁ ସହଜସାଧ୍ୟ ହେବ।ଏକାସାଙ୍ଗେ ଅନେକଗୁଡାଏ କାମରେ ହାତ ଦେଲେ କୌଣସି କାମଟି ଠିକ୍‌ ଭାବେ ହୋଇ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe