ପରିସ୍ରା ରୋକିବାବେଳେ କାହିଁକି ନାଚନ୍ତି ଲୋକେ ?

Advertisment
ପରିସ୍ରା ରୋକିବାବେଳେ କାହିଁକି ନାଚନ୍ତି ଲୋକେ ?

ପରିସ୍ରା ମାଡିବାବେଳେ ଯଦି ମୂତ୍ରତ୍ୟାଗ ଲାଗି ଉପଯୁକ୍ତ ସୁବିଧା ନ ମିଳେ, ତେବେ ବ୍ୟକ୍ତି ନାଚ କରିଥାଏ। ଏହି ଅଭ୍ୟାସ କେବଳ ପିଲାମାନଙ୍କଠାରେ ପରିଲକ୍ଷିତ ହୋଇ ନଥାଏ,ବରଂ ବଡ ଲୋକମାନେ ବି ଏଥିରେ ଅଭ୍ୟସ୍ତ।
ଜଣେ ଲୋକ ଦିନକ ଭିତେରେ ୬ରୁ ୮ ଥର ବାଥ୍‌ରୁମ୍‌ ଯିବା ସାଧାରଣ କଥା। ଯଦି ଜଣେ ବେଶି ପାଣି ପିଇଥାଏ,ତେବେ ଦିନ ଭିତରେ ୧୦ ଥର ଯାଏଁ ଏହା ଘଟିଥାଏ। କିନ୍ତୁ ଯଦି ବାଥ୍‌ରୁମ୍‌ ଯିବା ପାଇଁ ଉପଯୁକ୍ତ ସୁଯୋଗ ମିଳି ନଥାଏ,ତେବେ ମଣିଷ ବ୍ୟସ୍ତ ହୋଇଯାଏ।ଏହି ସମୟରେ ମଣିଷ ନଖ କାମୁଡିବା,ମୁଣ୍ଡ ଓ ଦେହ କୁଣ୍ଡେଇବା ଭଳି ଅଭ୍ୟାସରେ ବି ଲିପ୍ତ ହୋଇଥାଏ। ଏହାକୁ ଡିସ୍‌ପ୍ଲେସମେଣ୍ଟ୍‌ ବ୍ୟବହାର ବୋଲି କୁହାଯାଇଥାଏ। ୟୁରିନ୍‌ ପାସ୍‌ ନ ହେବା ସ୍ଥିତିରେ ଏଭଳି ଘଟିଥାଏ ଓ ଆମ ଶରୀର ଏଥିରୁ ମୁକ୍ତ ହେବା ଲାଗି ନୃତ୍ୟ କରିଥାଏ ବୋଲି ଗବେଷକମାନେ କହିଛନ୍ତି।

publive-image
ପରିସ୍ରା ନ ଯିବା ସ୍ଥିତିରେ ଆମର ମସ୍ତିଷ୍କ ସେଥିରୁ ଧ୍ୟାନ ହଟାଇବା ଲାଗି ପ୍ରଚେଷ୍ଟା କରିଥାଏ।ଏହାକୁ ଥିଓରି ଅଫ୍‌ ଡ୍ରିସ୍‌ଟ୍ରାକସନ୍‌ ବୋଲି କୁହାଯାଏ। ମନେରଖନ୍ତୁ ପରିସ୍ରାକୁ ଚାପି ଡ୍ୟାନ୍‌ସ କରିବା ଫଳରେ ରକ୍ତଚାପ ବଢ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe