କେବଳ ଓଠ ଫାଟିଲେ ଭେସ୍‌ଲିନ ଲଗାଯାଏନି , ଏହାର ଆହୁରି ଅଛି ଅନେକ ଫାଇଦା

କେବଳ ଓଠ ଫାଟିଲେ ଭେସ୍‌ଲିନ ଲଗାଯାଏନି , ଏହାର ଆହୁରି ଅଛି ଅନେକ ଫାଇଦା

ଶୀତ ଦିନ ଆସିବା ମାତ୍ରେ ଖୋଜା ପଡ଼େ ଭେସ୍‌ଲିନ୍‌। ଏହା ସାଧାରଣ କ୍ରିମ୍‌ ଓ ଲୋସନ୍‌ ତୁଳନାରେ ଭଲ। ଭେସଲିନ୍‌ ହେଉଛି ପେଟ୍ରୋଲିଅମ୍‌ ଜେଲି,ଯାହାକୁ ଲଗାଇଲେ ତ୍ୱଚାରେ ନମନୀୟତା ଆସିଥାଏ ଓ ତ୍ୱଚାରୁ ଶୁଷ୍କତା ଦୂର ହୋଇଥାଏ।
ତେବେ ଏତିକିରେ କେବଳ ଭେସଲିନ୍‌ର ଉପକାରିତା ସରି ନାହିଁ। ଯଦି ଆପଣ ଚାହୁଁଛନ୍ତି ନିଜର ମୁହଁ ଗ୍ଲୋ କରୁ,ତେବେ ଭେସଲିନ୍‌ରେ ଅଳ୍ପ ଲୁଣ ମିଶାଇ ତ୍ୱଚାରେ ମାଲିସ କରନ୍ତୁ। ଦେଖିବେ ମୁହଁ ଚମକିବ।
ଯଦି ଦେହରେ ପରଫ୍ୟୁମ୍‌ର ବାସ୍ନା ଅଧିକ ସମୟ ଯାଏଁ ରହୁ,ତେବେ,ବେକରେ ଓ ହାତରେ ପରଫ୍ୟୁମ୍‌ ସହିତ ଅଳ୍ପ ଭେସଲିନ୍‌ ଲଗାଇ ଘଷନ୍ତୁ। ଏହା ଫଳରେ ପରଫ୍ୟୁମ୍‌ର ବାସ୍ନା ବେଶି ସମୟ ଯାଏଁ ରହିବ।
ଯଦି କେଶ ଝଡୁଥାଏ,ତେବେ ଆପଣ ଦୁଇ ହାତରେ ଭେସଲିନ୍‌ ଲଗାଇ କେଶରେ ହାଲୁକାଭାବେ ଘଷିଲେ,ସେହି ସମସ୍ୟା ଦୂରେଇ ଯାଇଥାଏ।
ପୁରୁଣା ଜୋତାରେ ଅଳ୍ପ ଭେସଲିନ୍‌ ଲଗାଇ ବ୍ରସ୍‌ କଲେ,ତାହା ଚମକିବ ଓ ଜୋତା ନୂଆ ଭଳି ଦିଶିବ।

publive-image
ଯଦି ଶୀତ ଋତୁରେ ଓଠ ଫାଠୁଥାଏ ଓ ଶୁଷ୍କ ହେଉଥାଏ, ତେବେ ଆପଣ ଭେସଲିନ୍‌ ସହିତ କିଛି ଚିନି ମିଶାଇ ଲିପ୍‌ସ୍କ୍ରିନ୍‌ କରିପାରନ୍ତି। ଭେସଲିନ୍‌କୁ ମେକଅପ୍‌ ରିମୁଭରଭାବେ ମଧ୍ୟ ଉପଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe