Advertisment

ଶୀତ ଦିନେ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ସବୁ ସବୁଜ ପରିବାର ଜୁସ୍‌

Advertisment
ଶୀତ ଦିନେ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ସବୁ ସବୁଜ ପରିବାର ଜୁସ୍‌

Times of India

ମୋଟାପଣକୁ ନେଇ ଆଜି କାଲି ସମସ୍ତେ ଚିନ୍ତିତ । ଖାଇବାରେ ଠିକଣା ନ ରହିବା ଏବଂ ଭୁଲ ସମୟରେ ଭୁଲ ଖାଦ୍ୟ ଖାଉଥିବା ହେତୁ ଏବେ ଲୋକମାନଙ୍କ ଓଜନ ବଢ଼ିବାରେ ଲାଗିଛି । ଏହା ଏକ ଗମ୍ଭୀର ସମସ୍ୟା ପାଲଟିଛି । ମୋଟାପଣ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ମୋଟାପଣ ପାଇଁ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଶୀତ ଦିନେ ଅଧିକ ଥଣ୍ଡା ହେଉଥିବା ବେଳେ ଲୋକମାନେ ସକାଳ ସମୟରେ ଉଠି ନ ପାରିବା ସହ ବ୍ୟାୟାମ କରି ପାରନ୍ତି ନାହିଁ । ଯାହାଦ୍ୱାରା ଓଜନ ବଢ଼ିବାର ସମସ୍ୟା ଦେଖା ଯାଇଥାଏ । ତେବେ ଶୀତ ଦିନେ ଆପଣ ଓଜନ କମାଇବା ପାଇଁ ଏହି ସବୁ ସବୁଜ ପରିବାର ଜୁସ୍‌ ତିଆରି କରି ପିଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ..।

୧.ଓଜନ କମ୍‌ କରିବା ପାଇଁ କାକୁଡ଼ିର ରସ ସବୁଠାରୁ ଲାଭଦାୟକ । ଏହାର ସେବନ କରିବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ, ଯାହାଦ୍ୱାରା ଶରୀରରୁ ସବୁଠାରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । କାକୁଡ଼ିର ରସ ଶରୀରର ଫ୍ୟାଟ୍‌ କମ କରିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇଥାଏ ।

3 homemade juices and their health benefits | TheHealthSite.com TheHealthSite.com

୨.ଧନିଆ ଜୁସ୍‌ରେ କମ୍‌ କ୍ୟାଲୋରି ରହିଥାଏ, ଯାହାର ସେବନ କରିବା ଦ୍ୱାରା ଭୋକ କମ୍‌ ଲାଗିବା ସହ ଓଜନ ତୁରନ୍ତ କମ୍‌ ହୋଇଥାଏ ।

୩.ଶୀତ ଦିନେ ଗାଜର ଖାଇବା ଏବଂ ଏହାର ରସ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ, ଯାହା ଓଜନକୁ କମ କରିଥାଏ ।

୪.ପତ୍ର କୋବିର ଜୁସ୍‌ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ କମ୍‌ ଲାଗିଥାଏ । ଏଥିରେ ଥିବା ଭିଟାମିନ୍‌ ସି ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ମେଟାବଲିଜିମ୍‌କୁ ସୁସ୍ଥ ରଖିବା ସହ ଓଜନ କମ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe