Photo Credit: Getty Images
ଦୈନିକ ଗୋଟିଏ ଗ୍ଲାସ୍ ଆଖୁ ରସ ପାନ କଲେ ଶରୀରକୁ ବିଭିନ୍ନ ପ୍ରକାରର ଫାଇଦା ହୋଇଥାଏ ବୋଲି ଆପଣ କେବେ ଶୁଣିଛନ୍ତ? ପେଟ ରୋଗରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିଥାଏ ଏହି ଆଖୁ ରସ। ଆପଣ ଯଦି ଓଜନ ହ୍ରାସ ଡାଏଟ୍ରେ ଅଛନ୍ତି ତେବେ ସେଥିରେ ଆଖୁ ରସ ନିଶ୍ଚୟ ସାମିଲ୍ କରନ୍ତୁ। ଏହାକୁ ପିଇଲେ ଆଶାତୀତ ଫଳ ମିଳିଥାଏ।
ଆଖୁରେ ପ୍ଲାବୋନଏଡ୍ସ ଓ ପଲିଫେନୋଲିକ୍ ପରି ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି। ଯାହାକି ଅକ୍ସିଡେଭିଟ୍ ଷ୍ଟ୍ରେସ୍କୁ ହ୍ରାସ କରାଏ। ଫଳରେ ଶରୀର ସୁସ୍ଥ ରହିଥାଏ। ଲୋକଙ୍କୁ ଓଜନ ହ୍ରାସରେ ସହାୟତା କରିବାରୁ ନେଇ କୋଲେଷ୍ଟ୍ରଲ୍ ହ୍ରାସ, ଓ କର୍କଟ ହେବାର ସମ୍ଭାବନା ବି କମ୍ କରିଥାଏ।
ଏହି ଜୁସ୍ରେ କ୍ୟାଲୋରି ଖୁବ୍ କମ୍ ରହିଛି। ମୁଖ୍ୟତଃ ଏହା ବେଲି ଫ୍ୟାଟ୍ କମାଇବାରେ ବିଶେଷ ସହାୟତା ହୋଇଥାଏ। ଏହା ଇମ୍ୟୁନୋ ସିଷ୍ଟମ୍କୁ ସବଳ କରିବା କାରଣରୁ ବ୍ୟକ୍ତିକୁ ସୁସ୍ଥ ରଖେ। କିଡ୍ନି ଓ ଲିଭର୍ ବି ଆଖୁ ରସ ପିଇବା ଦ୍ୱାରା ସୁସ୍ଥ ରହିଥାଏ। ଆଖୁ ରସ ପିଇଲେ ହଜମ ପ୍ରକ୍ରିୟା ଉଚିତ ପରିମାଣରେ କାମ କରେ ବୋଲି ଗବେଷକମାନେ ମତ ଦେଇଛନ୍ତି।
Follow Us