Neps.al
ସବୁ ମଣିଷ ସୁଖୀ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି। ସେଥିପାଇଁ ସେମାନେ ଧନ ଅର୍ଜନ କରିବାରେ ଲାଗି ପଡ଼ିଥାନ୍ତି। ନିଜକୁ ଧନୀ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ଲୋକେ କଠିନ ପରିଶ୍ରମ କରିବା ସହ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। କିନ୍ତୁ ପ୍ରତିଦିନର କାମରେ ଲୋକମାନେ କିଛି ଏପରି ଭୁଲ କରିଥାନ୍ତି, ଯାହା ସେମାନଙ୍କୁ ସଫଳତା ପାଇବାରୁ ରୋକିଥାଏ । ସଫଳ ହେବା ପାଇଁ ମସ୍ତିଷ୍କ ଶାନ୍ତ ରହିବା ନିହାତି ଆବଶ୍ୟକ। ଯାହା ଦ୍ୱାରା ମଣିଷ ନିଜର କାମ ଠିକ୍ ଭାବରେ କରି ପାରିବ। ତେବେ ସଫଳ ହେବା ପଛରେ ପାଦ ଧୋଇବାର କ’ଣ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା।
୧. ଭୋଜନ କରିବା ସମୟରେ ହାତ ଧୋଇବା ସହ ପାଦ ମଧ୍ୟ ଧୋଇବା ଆବଶ୍ୟକ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ପାଦ ତଳ ଯେତେ ସଫା ରହିଥାଏ, ଖାଦ୍ୟ ସେତିକି ଭଲ ଭାବରେ ହଜମ ହୋଇଥାଏ। ଯାହାଦ୍ୱାରା ପେଟ ଜନିତ ସମସ୍ୟା ଦେଖା ନ ଯିବା ସହ ଆପଣ ଆପଣଙ୍କ କାମରେ ମନ ଦେଇ ପାରିଥାନ୍ତି ।
୨.ବାହାରକୁ ଯାଇଥିଲେ ଘରକୁ ପ୍ରବେଶ କରିବା ପୂର୍ବରୁ ପାଦ ନିଶ୍ଚୟ ଧୁଅନ୍ତୁ। ଏପରି କରିବା ଦ୍ୱାରା ବାହାରର ଜୀବାଣୁ ଭିତରକୁ ଆସି ନଥାଏ ଏବଂ ଆପଣଙ୍କ ପରିବାର ରୋଗମୁକ୍ତ ରହିଥାଏ।
Harvard Health - Harvard University୩.ନିଜର କାମକୁ ନେଇ ଏକାଗ୍ରତା ବଢ଼ାଇବା ପାଇଁ ପୂଜା କରିବା ପୂର୍ବରୁ ଏବଂ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପାଦ ନିଶ୍ଚୟ ଧୁଅନ୍ତୁ।
୪.ଭଲ ଏବଂ ଗଭୀର ନିଦ ପାଇଁ ଶୋଇବା ପୂର୍ବରୁ ପାଦ ଭଲ କରି ଧୋଇବା ପରେ ଶୁଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଭଲ ନିଦ ହେବା ସହ ଆପଣ ଅବସାଦ ମୁକ୍ତ ରହିବେ।
Follow Us