ତମ୍ବା ପାତ୍ରରେ ପାଣି ରଖି ପିଉଥିଲେ ଦୂରେଇ ଯିବ ଅନେକ ରୋଗ, ମାତ୍ର ଏହି ଦିଗ ପ୍ରତି ସତର୍କ ରୁହନ୍ତୁ

Advertisment
ତମ୍ବା ପାତ୍ରରେ ପାଣି ରଖି ପିଉଥିଲେ ଦୂରେଇ ଯିବ ଅନେକ ରୋଗ, ମାତ୍ର ଏହି ଦିଗ ପ୍ରତି ସତର୍କ ରୁହନ୍ତୁ

ଆୟୁର୍ବେଦ ଶାସ୍ତ୍ରରେ ରୋଷେଇ ଘରକୁ ଉତ୍ତମ ସ୍ୱାସ୍ଥ୍ୟର ପ୍ରଥମ ପାହାଚ ବୋଲି ବିବେଚନା କରାଯାଏ। ଏଠାରେ ବ୍ୟବହୃତ ହେଉଥିବା ରୋଷେଇ ବାସନକୁସନରୁ ନେଇ ଖାଇବା ପାଇଁ ଥିବା ବାସନକୁସନ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ପୂର୍ବକାଳରେ ମାଟି ବ୍ୟତୀତ ତମ୍ବା, ପିତ୍ତଳ, ଆଲୁମିନିୟମ୍‌, ଚାନ୍ଦୀ ଆଦି ବାସନ ବ୍ୟବହୃତ ହେଉଥିଲା। ସେତେବଳେ ପ୍ରାୟ ଷ୍ଟିଲ୍‌ ବାସନ ନଥିଲା। ମାତ୍ର ଷ୍ଟିଲ୍‌ ବାସନ ବ୍ୟବହାର ଆରମ୍ଭ ହେବା ପରେ କଂସା, ପିତ୍ତଳ ଆଦି ବାସନଗୁଡ଼ିକର ବ୍ୟବହାର ପ୍ରାୟ ନଗଣ୍ୟ ହୋଇଗଲା। ଷ୍ଟିଲ୍‌ ବାସନକୁସନର ଦର କମ୍‌ ହେବା ସହ ଏହା ବ୍ୟବହାର ପାଇଁ ସୁବିଧା ହେବାରୁ ଏହା ବେଶ୍‌ ଲୋକାଦୃତ ସାଉଁଟି ପାରିଲା।

ଆମେ ଯଦି କେବଳ ତମ୍ବା ଧାତୁ ବିଷୟରେ ଚିନ୍ତା କରନ୍ତି ତେବେ ଏହା ଖୁବ୍‌ ସୁସ୍ଥକର। ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିିଛି ଯେ କୌଣସି ଖାଦ୍ୟା ପ୍ରାୟ ୨ ଘଣ୍ଟା ଧରି ଗୋଟାଏ ତମ୍ବା ଧାତୁରେ ରହିବା ପରେ ସେଥିରୁ ୯୯ ପ୍ରତିଶତ ଜୀବାଣୁ ମରି ଯାଇଥାନ୍ତି।

ତମ୍ବା ପାତ୍ରରେ ପାଣି ରଖିଲେ ଏକ ରାସାୟନିକ ପ୍ରିତିକ୍ରିୟା ହୋଇଥାଏ। ଏଥିରେ ଆଣ୍ଟିବେକ୍ଟେରିଆ, ଆଣ୍ଟି ଇମ୍ଫଲାମେଣ୍ଟାରି ଏବଂ କର୍କଟ ପ୍ରତିରୋଧକ ଗୁଣ ଉତ୍ପନ୍ନ ହୋଇଥାଏ। ଏଥିପାଇଁ ପରାମର୍ଶ ଦିଆଯାଏ କି ତମ୍ବା ପାତ୍ରରେ ରଖି ପାଣି ପିଇବା ଦ୍ୱାରା ଅନେକ ରୋଗ ଭଲ ହୋଇ ଯାଇଥାଏ। ଏହାକୁ ଡାକ୍ତରୀ ବିଜ୍ଞାନ ବି ସହମତି ଦେଇଛି।

publive-image

୨୦୧୨ ମସିହାରେ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଜାଣିବାକୁ ମିଳିଲା ଯେ ଗୋଟାଏ ତମ୍ବା ପାତ୍ରରେ ୧୬ ଘଣ୍ଟା ପାଣି ରଖିବା ଦ୍ୱାରା ଅଧିକାଂଶ ଜୀବାଣୁ ମୃତ ହୋଇଗଲେ।

ଆୟୁର୍ବେଦ ଅନୁଯାୟୀ, ତମ୍ବା ପାତ୍ରରେ ରଖି ପାଣି ପିଇଲେ ବାତ, ପିତ୍ତ ଏବଂ କଫ ଆଦି ସନ୍ତୁଳନରେ ରହେ। ମାତ୍ର ତମ୍ବା ପାତ୍ରରେ ପାଣି ଅତିକମ୍‌ରେ ୮ ଘଣ୍ଟା ରଖିବା ପରେ ଯାଇ ଫଳପ୍ରଦ ହୋଇଥାଏ।

ମାତ୍ର ବେଳେ ବେଳେ ଲୋକେ ତମ୍ବା ପାତ୍ରରେ ପାଣି ଭରି ଭୂଇଁରେ ରଖି ଦେଇଥାନ୍ତି। ମାତ୍ର ମନେରଖନ୍ତୁ ଭୂଇଁରେ ରଖିବା ଦ୍ୱାରା କୌଣସି ଫଳ ମିଳିନଥାଏ। ତମ୍ବା ପାତ୍ରରେ ପାଣି ରଖୁଥିଲେ ତାହାକୁ କୌଣସି ଟେବୁଲ୍‌ କିମ୍ବା ପିଢ଼ା ଉପରେ ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe