ଏହି ୪ଟି ଶତ୍ରୁଠାରୁ ନିଜକୁ ସର୍ବଦା ଦୂରେଇ ରଖନ୍ତୁ, ନଚେତ ଅସୁବିଧାରେ ପଡ଼ି ପାରନ୍ତି

Advertisment
ଏହି ୪ଟି ଶତ୍ରୁଠାରୁ ନିଜକୁ ସର୍ବଦା ଦୂରେଇ ରଖନ୍ତୁ, ନଚେତ ଅସୁବିଧାରେ ପଡ଼ି ପାରନ୍ତି

ଯେଉଁ ବ୍ୟକ୍ତି ଅତ୍ୟଧିକ ମଦପାନ କରନ୍ତି ସେମାନଙ୍କ ଲିଭର୍‌ ୮ରୁ ୯ବର୍ଷ ମଧ୍ୟରେ ଖରାପ ହୋଇ ଯାଇଥାଏ। ପ୍ରାୟତଃ ଲୋକମାନେ ଭାବି ଥାଆନ୍ତି ସେମାନେ କେବେକେବେ ମଦ ପାନ କରି ଥାଆନ୍ତି। ଏହାଦ୍ୱାରା ଶରୀର ଉପରେ କ’ଣ ବା ପ୍ରଭାବ ପକାଇବ? ଏପରି କରିବା ଦ୍ୱାରା ଧୀରେଧୀରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇ ଯାଇଥାଏ। କେବେ କେବେ ମଦ ପାନ କରୁଥିବା ବ୍ୟକ୍ତି ଯଦି ଲିଭର ରୋଗରେ ପୀଡିତ ହୁଅନ୍ତୁ ତେବେ ମଦ ହେତୁ ସେମାନଙ୍କ ଏହି ଅଙ୍ଗକୁ ଅଧିକ କ୍ଷତି ପହଞ୍ଚିବାର ଆଶଙ୍କା ରହିଥାଏ।

ମଦରେ ଏଥେନାଲ କେମିକାଲ ରହିଥାଏ, ଯାହାକି ଶରୀରରେ ଏସିଟୋଲିଡ୍‌ହାଇଡ୍‌ ଓ ଏସିଟିକ୍‌ ଏସିଡ୍‌ରେ ପରିବର୍ତ୍ତନ ହୋଇ ଲିଭରକୁ କ୍ଷତି ପହଞ୍ଚାଇ ଥାଏ। ଧୀରେ ଧୀରେ କୋଷିକାକୁ ବି ନଷ୍ଟ କରିଦେଇ ଗୋଟିଏ ସହିତ ଅନ୍ୟଟି ଲାଗି ଯାଇଥାଏ ଓ ଲିଭର ସମସ୍ୟା ଦେଖା ଦେଇଥାଏ।

publive-image

ଧୁମ୍‌ପାନ ଦ୍ୱାରା ଯେଉଁ ଧୁଆ ଲିଭର ପର୍ଯ୍ୟନ୍ତ ପହଞ୍ଚିଥାଏ ସେଥିରେ କାର୍ସିନୋଜେନିକ ଓ ଅନ୍ୟ କେତେକ ଅକ୍ସିଡେଣ୍ଟସ୍‌ ରହିଥାଏ। ଯାହା ଧୀରେ ଧୀରେ ଏହି ଅଙ୍ଗରେ ପହଞ୍ଚିଥାଏ। ଏହାଦ୍ୱାରା କର୍କଟ ଆଶଙ୍କା ରହିଥାଏ।

ଯେଉଁ ଲୋକମାନେ ବିନା କୌଣସି ଡାକ୍ତରି ପରାମର୍ଶରେ ପେନ୍‌ କ୍ଲିୟର ଖାଇ ଥାଆନ୍ତି, ସେମାନଙ୍କ ଲିଭରରେ ଏନ୍‌ଜାଇମ୍ସ ଶେଷ ହୋଇ ଯାଇଥାଏ। ଫଳରେ ପାଚନ କ୍ରିୟା, ହରମୋନସ୍‌ ନିର୍ଣ୍ଣୟ, ରୋଗ ପ୍ରତିରୋଧକ କ୍ଷମତା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥାଏ ଓ ଶେଷରେ ଏହା ଲିଭର ଉପରେ ପ୍ରଭାବ ପକାଇଥାଏ।

ଦୂଷିତ ପାଣି କିମ୍ବା ଭୋଜନ, ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ଛୁଞ୍ଚି ବ୍ୟବହାର,ଦୂଷିତ ରକ୍ତରେ ହେପାଟାଇସ୍‌ ଭାଇରସ୍‌ ହୋଇଥାଏ। ଯାହା ଲିଭରକୁ ଖରାପ କରି ଦେଇଥାଏ। ଏହି ଭାଇରସ୍‌ ଲିଭରରେ ପ୍ରବେଶ କରି କୋଷିକାକୁ ନଷ୍ଟ କରି କାର୍ଯ୍ୟପ୍ରଣାଳୀରେ ବାଧା ସୃଷ୍ଟି କରିଥାଏ। ଯେଉଁ କାରଣରୁ ଲିଭର ଫେଲ ହେବାର ଆଶଙ୍କା ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe