ବର୍ଷା ସମୟରେ ଏପରି ନିଅନ୍ତୁ ନିଜ ଶରୀରର ଯତ୍ନ!

Advertisment
ବର୍ଷା ସମୟରେ ଏପରି ନିଅନ୍ତୁ ନିଜ ଶରୀରର ଯତ୍ନ!

ମୁଖ୍ୟତଃ ବର୍ଷା ସମୟରେ ଶରୀର ଅସୁସ୍ଥ ରହିବାର ଖୁବ୍‌ ବେଶି ସମ୍ଭାବନା। ଏହି ସମୟରେ ବିଭିନ୍ନ ପ୍ରକାରର ରୋଗ ଘାରିଥାଏ। ବିଶେଷ କରି ପିଲାମାନଙ୍କୁ। ଏ ସମୟରେ ସାମାନ୍ୟ ଯତ୍ନହୀନ ହେଲେ ସ୍ୱାସ୍ଥ୍ୟ ବିଗିଡ଼ି ଯାଏ। ତେବେ, ଚାଲନ୍ତୁ ଜାଣିବା ଏହି ସମୟରେ କେଉଁ ପ୍ରକାରର ସଚେତନତା ଅବଲମ୍ବନ କରାଯାଇପାରେ।

ବର୍ଷା ଋତୁରେ ସଂକ୍ରମଣ ରୋଗର ସମ୍ଭାବନା ଅଧିକ। ଚାରିଆଡ଼େ ପାଣି ଘେରି ହୋଇ ରହିବା ହେତୁ ବିଭିନ୍ନ ଅଳିଆ-ଆବର୍ଜନା ଘର ସାମ୍ନାକୁ ଆସିଥାଏ। ସେଥିପାଇଁ, ଘରୁ ବାହାରକୁ ଯାଇ ଫେରିଲେ ନିଜକୁ ପରିସ୍କାର କରି ଧୁଆଧୋଇ କରନ୍ତୁ। ଥଣ୍ଡା ଲାଗୁଛି ବୋଲି ଆଳସାମୀ କରି ଅଗାଧୁଆ ରହନ୍ତୁ ନାହିଁ।

ଏହି ଋତୁରେ ଖରା ଦିନ ପରି ଏଜେ ଭଲ ହଜମ ହୋଇନଥାଏ। ଦେହରୁ ଜଳୀୟ ଅଂଶ କମ୍‌ ହୋଇଯାଏ। ସେଥିପାଇଁ ବର୍ଷା ଋତୁରେ ପ୍ରବଳ ପାଣି ପିଇବାର ଅଭ୍ୟାସ କରନ୍ତୁ।

ଯାହାବି ଖାଉଛନ୍ତି ଭଲ କରି ଦେଖି କରି ଖାଆନ୍ତୁ। ଏହି ଦିନ ପରିବା, ଫଳ ଆଦିରେ ପୋକ ବହୁତ ହୋଇଥାନ୍ତି। ସେଥିପାଇଁ ଭଲ କରି ଦେଖିକି ଖାଇବାକୁ ଭୁଲନ୍ତୁ ନାହିଁ।

ବର୍ଷା ଦିନରେ ଡାଇରିଆ ହେବାର ଖୁବ୍‌ ବେଶି ସମ୍ଭାବନା। ସେଥିପାଇଁ ବାହାରର ଛଣାଛଣି ଖାଦ୍ୟ ବିଶେଷ ଖାଆନ୍ତୁ ନାହିଁ। ଇଚ୍ଛା ହେଉଥିଲେ ଭଲ ତେଲରେ ଘରେ କରି ଖାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe