କରୋନା ସଂକ୍ରମଣକୁ ରୋକିବା ଲାଗି ଜମ୍ମୁ କାଶ୍ମୀରରେ ୩୪ ଘଣ୍ଟିଆ ସପ୍ତାହାନ୍ତ କର୍ଫ୍ୟୁ

Advertisment
କରୋନା ସଂକ୍ରମଣକୁ ରୋକିବା ଲାଗି ଜମ୍ମୁ କାଶ୍ମୀରରେ ୩୪ ଘଣ୍ଟିଆ ସପ୍ତାହାନ୍ତ କର୍ଫ୍ୟୁ

image source-india today

ଶ୍ରୀନଗର: କରୋନା ସଂକ୍ରମଣକୁ ରୋକିବା ଲାଗି ଜମ୍ମୁ କାଶ୍ମୀରରେ ୩୪ ଘଣ୍ଟିଆ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ତେବେ ଏହି ସମୟରେ ଜରୁରୀ ଏବଂ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ, କିନ୍ତୁ ଅନ୍ୟ ସମସ୍ତ ବଜାର ଏବଂ ବାଣିଜ୍ୟିକ ଅନୁଷ୍ଠାନ ଏପ୍ରିଲ୍ ୨୪(ଶନିବାର) ରାତି ୮ଟାରୁ ୨୬ ତାରିଖ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏଲ୍-ଜି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ, ଜମ୍ମୁ କାଶ୍ମୀରରେ ପ୍ରାୟ ୨ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଜମ୍ମୁ ଜିଲ୍ଲା ସର୍ବାଧିକ ୫୨୫ କୋଭିଡ -୧୯ ମାମଲା ସାମ୍ନାକୁ ଆସିଛି ଏବଂ ଶ୍ରୀନଗରରେ ୫୦୧ ଏବଂ ବୁଦଗାମରେ ୧୫୬ ମାମଲା ରହିଛି।  ଏହାଫଳରେ ସେଠାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୫୬,୦୦୦ ରୁ ଅଧିକ ହୋଇଯାଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଜମ୍ମୁ କାଶ୍ମୀରରେ ୧୭,୦୦୦ ସକ୍ରିୟ ସଂକ୍ରମିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe