ଜାଣନ୍ତୁ ଏସପ୍ତାହର ରାଶିଫଳ

ଜାଣନ୍ତୁ ଏସପ୍ତାହର ରାଶିଫଳ

publive-imageମେଷ: ଅନ୍ୟମାନଙ୍କର କଥା ଶୁଣନ୍ତୁ ହେଲେ ଆପଣଙ୍କ ଉପରେ ଭରସା ରଖି ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ବ୍ୟବସାୟକୁ ନେଇ ଭଲ ଡିଲ୍ ହେବାର ସମ୍ଭାବନା। ଚାକିରିରେ କରିଆସୁଥିବା ପ୍ରୟାସରେ ସଫଳତା ପାଇବେ। ଅଧ୍ୟାପକବର୍ଗଙ୍କୁ ଭଲ ପ୍ରସ୍ତାବ ମିଳିପାରେ। ରାଜନୀତିକ ନେତାଙ୍କର ମସ୍ତିଷ୍କରେ ଲାଗି ରହିଥିବା ଓଲଟପାଲଟ ଚିନ୍ତା ସମାପ୍ତ ହୋଇଯିବ। ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ଘର ପାଇଁ ନୂଆ ଜିନିଷ କିଣିବେ। ଜୀବନସାଥୀଙ୍କ ଖୁସି ଲାଗି ଆପଣଙ୍କୁ ଧ୍ୟାନ ଦେବାକୁ ହେବ। ପ୍ରେମିକାଙ୍କୁ କିଛି ଉପହାର ଦିଅନ୍ତୁ ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ। ଦେହ ଓ ମନ ଭଲ ରହିବ।

publive-imageବୃଷ: ସପ୍ତାହଟି ସବୁ ଦୃଷ୍ଟିରୁ ଭଲ। ବିପରୀତ ପରସ୍ଥିତି ଆପଣଙ୍କୁ ଅସ୍ଥିର କରିପାରିବ ନାହିଁ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯିବେ। ସଉଦାରେ ଆଶାଠୁ ଅଧିକ ଲାଭ ହେବ। ସରକାରୀ ଚାକିରିଆ ଖୁସି ଖବର ପାଇବେ। ପ୍ରୟାସ କରିଆସୁଥିବା ମହିଳାଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିବ। ରାଜନୀତିକ ନେତା ନିଜର କାମ ପ୍ରତି ଭାବନା ସକାରାତ୍ମକ ରଖନ୍ତୁ। କ୍ରିକେଟ୍‌ ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଘରର ବାତାବରଣ ଠିକ୍ ରହିବ। ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ ସୁନ୍ଦର ଉପହାର ଦେବେ। ବିଜ୍ଞାନ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-imageମିଥୁନ: ଆତ୍ମବିଶ୍ବାସ ସହିତ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ। ଟଙ୍କାପାଇସା ସଂପର୍କିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ବ୍ୟବସାୟ ପରିବର୍ତ୍ତନରେ ଭାଗ୍ୟ ଉଜ୍ଜ୍ବଳ ହେବ। ଅଫିସ୍‌ରେ କୌଣସି ପୁରସ୍କାର ବା ପ୍ରଶଂସା ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜର ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଭଲ ଜାଗାକୁ ଭ୍ରମଣରେ ଯିବେ। ଛାତ୍ରଛାତ୍ରୀ ନିଜର ମୁରବିଙ୍କ ଠାରୁ ମାର୍ଗ ଦଶର୍ନ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

publive-image

କର୍କଟ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଲକ୍ଷ୍ମୀଙ୍କର ଆଗମନ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ଚାକିରିଜୀବୀଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ସରକାରୀ ଓକିଲଙ୍କ ଲାଗି ପଦୋନ୍ନତିର ସୁଯୋଗ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକ କିଛି ନୂଆ ଶିଖିବେ। ରାଜନୀତି କରୁଥିବା ବ୍ୟକ୍ତିମାନଙ୍କର ଭାଗ୍ୟର ତାରକା ଉଜ୍ଜ୍ବଳ। ବିରୋଧୀ କ୍ଷତି କରି ପାରନ୍ତି। ତେଣୁ ସତର୍କ ରହନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଏବଂ ମଧୁରତା ବୃଦ୍ଧି ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ।

publive-imageସିଂହ: ସପ୍ତାହର ପ୍ରଥମ କିଛି ଦିନ ଆପଣଙ୍କର ମନ ଆଧ୍ୟାତ୍ମିକରେ ଲାଗି ରହିବ। କାର୍ଯ୍ୟ କ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳମୟ ହେବ। ଜମିର ଡିଲ୍ କରନ୍ତୁ ଭଲ ହେବ। ଅଫିସ୍‌ରେ କାମର ବୋଝ ବଢ଼ିପାରେ। ମିଡିଆ କ୍ଷେତ୍ର‌ରେ କାମ କରୁଥିବା ବ୍ୟକ୍ତି ସମ୍ମାନ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ନିଷ୍ପତ୍ତି ନେବାର ସଂଶୟ ରହିବ। ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିପାରେ। ଘରୋଇ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ପ୍ରେମିକ ପ୍ରେମିକାଙ୍କର ସମୟ ଭଲରେ କଟିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଜାଗରୁକ ଓ ସତର୍କ ରହନ୍ତୁ।

publive-imageକନ୍ୟା: ଆପଣଙ୍କ ପରିଶ୍ରମରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ। ବ୍ୟବସାୟରେ ଧନଲାଭର ଯୋଗ। ଆୟ ବୃଦ୍ଧିର ସୁଯୋଗ ଆସିବ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଉନ୍ନତି ହେବ। ରାଜନୀତିକ ନେତା ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ଅଧିକ ବୟସର ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବିବାହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ଛାତ୍ରଛାତ୍ରୀଙ୍କୁ ସମ୍ମୁଖରେ ସଂଶୟର ସ୍ଥିତି ରହିବ। ସୁସ୍ଥ ରହିବେ ଏବଂ ଆତ୍ମବିଶ୍ବାସ ଅତୁଟ ରହିବ।

publive-imageତୁଳା: ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ନିଜ କାମରେ ସଫଳତା ପାଇବେ। ବଡ଼ କାରବାରର ସଉଦା ହାତକୁ ଆସିପାରେ। ମିଡିଆ ଓ ସଂଚାର ‌କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ହେବ। ଅଧ୍ୟାପକଙ୍କୁ ବଡ଼ କଲେଜର ବଢ଼ିଆ ପ୍ରସ୍ତାବ ମିଳିବ। ରାଜନୈତିକ କାମରେ ସକାରାତ୍ମକ ନଜର ଆସିବ। ଜୀବନସାଥୀ ସହିତ ତାଳମେଳ ଭଲ ରହିବ। ଘରେ ଭୋଜିର ଆୟୋଜନ କରିପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବିବାହ ଯୋଗ୍ୟ ଲୋକଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ପାଇବେ। ସ୍ବାସ୍ଥ୍ୟ ଠିକ୍ ରହିବ।

publive-imageବିଛା: ଟଙ୍କାପଇସା ମାମଲାରେ ସତର୍କ ରହନ୍ତୁ। ଭାଗୀଦାରି କାରବାରରେ ଭାବିଚିନ୍ତି ନିବେଶ କରନ୍ତୁ। ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନୂଆ ଦାୟିତ୍ବ ଗ୍ରହଣ କରିପାରନ୍ତି। ନିଜର ବାଣୀ ଓ ବ୍ୟବହାରରେ ଉପରେ ସଂଯମ ରଖନ୍ତୁ। ସରକାରୀ କାମ ପୂରା କରିବାରେ ଅଶାନ୍ତିରେ ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀର ବ୍ୟବହାରରେ ଆପଣ ଖୁସି ରହିବେ। ପ୍ରେମ ଜୀବନ ଭଲ ରହିବ। ଛାତ୍ରଛାତ୍ରୀଙ୍କର ମନ ଲେଖାପଢ଼ାରେ ଲାଗି ରହିବ। ଉଚ୍ଚ ଶିକ୍ଷଣ ସଂସ୍ଥାରେ ନାମ ଲେଖାଇ ପାରନ୍ତି। କାର୍ ଚଳାଇବା ସମୟରେ ସଚେତ ରହନ୍ତୁ।

publive-imageଧନୁ: ଆର୍ଥିକ ପକ୍ଷ ବହୁତ ଭଲ ରହିପାରେ। ପେସାଦାର ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ, ସମୟ ଆସିଲେ ପ୍ରକଟ କରିବେ। ଅଫିସ୍‌ରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ରାଜନୀତିକ ନେତାଙ୍କର ଜନ ସମର୍ଥନ ବୃଦ୍ଧି ହେବ। ଭାଇ ଭଉଣୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ପାରିବାରିକ କାର୍ଯ୍ୟରେ ପରିବାର ଲୋକଙ୍କର ସହଯୋଗ ପାଇବେ। ଜୀବନସାଥୀ ଠାରୁ ଖୁସି ପାଇବେ। ନୂଆ କାର୍ କିଣିବା ଲାଗି ମନସ୍ଥ କରିପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଅଧ୍ୟୟନରେ ମନ ଲାଗିବ। ସ୍ବାସ୍ଥ୍ୟ ପାଇଁ ସମୟ ଅନୁକୂଳ ରହିବ।

publive-image
ମକର: ସପ୍ତାହଟି ଉତ୍ସାହପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିରତା ଲାଗି ପରିଶ୍ରମର ଗତି ଅଧିକ କରିବାକୁ ହେବ। ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ସରକାରୀ ଚାକିରିଆ ଖୁସି ଖବର ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଅଫିସ କାମରେ ଅନ୍ୟ ସହରକୁ ଯିବାକୁ ପଡ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ ମନସ୍କାମନା ପୂରଣ ହେବ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କ‌ଲେ ଯାଇ ପରୀକ୍ଷାରେ ଭଲ କରିବେ। ଯାନ ଚଳାଇବା ସମୟରେ ମୋବାଇଲ୍‌ରେ କଥା ହୁଅନ୍ତୁ ନାହିଁ।

publive-image

କୁମ୍ଭ: କ୍ୟାରିୟର୍‌ରେ ଆଗକୁ ବଢ଼ିବା ଲାଗି ସୁଯୋଗ ‌ଅପେକ୍ଷା କରି ରହିଛି। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବାକୁ ପଡ଼ିପାରେ। ସଫ୍ଟୱେର ଇଂଜିନିୟରଙ୍କୁ ଭଲ କମ୍ପାନିରେ ଚାକିରିର ପ୍ରସ୍ତାବ ମିଳିବ। କର୍ମଜୀବୀ ମହିଳାଙ୍କୁ ଅଫିସ୍‌ରେ ସମସ୍ତଙ୍କର ସହଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଆରାମ ଜୀବନ ତ୍ୟାଗ କରି ପରିଶ୍ରମ ଅଧିକ କରିବେ। ପରିବାରରେ କୌଣସି ନୂଆ ଦାୟିତ୍ବ ମିଳିପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଭଲ ଜାଗାକୁ ବୁଲି ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀ ନିଜର କାମ ଭଲ ଭାବେ ନିର୍ବାହ କରିବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
publive-image

ମୀନ: ଆପଣଙ୍କର କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। କାଚ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇବେ। ଲାଗି ରହିଥିବା କାନୁନ ମାମଲାରେ ଆରାମ ପାଇବେ। ଗୃହ ସଂପତ୍ତି କିଣିବାର ଯୋଗ ରହିଛି। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମନର କଥା ପ୍ରିୟବନ୍ଧୁଙ୍କୁ ଖୋଲି କରି କହନ୍ତୁ ସମ୍ବନ୍ଧ ଆହୁରି ମଜଭୁତ ହେବ। ଗଣିତ ଛାତ୍ରଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ଆପଣ ସାକ୍ଷାତକାରରେ ସଫଳତା ହାସଲ କରିବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe