ଜାଣନ୍ତୁ ଏସପ୍ତାହର ରାଶିଫଳ

ଜାଣନ୍ତୁ ଏସପ୍ତାହର ରାଶିଫଳ

publive-image
ମେଷ: ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟରେ ସଫଳତା ପାଇପାରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ।

publive-imageବୃଷ: ସକାରାତ୍ମକ ବିଚାର ଆପଣଙ୍କୁ ନୂଆ ଦିଗ ଦେବ। ଆପଣ ସବୁ କାମ ସହଜରେ ପୂରା କରିପାରିବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି।

publive-imageମିଥୁନ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଲକ୍ଷ୍ୟ ପୂରା କରିବାରେ ସହାୟକ ହେବ। କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

publive-image

କର୍କଟ: ଆପଣଙ୍କ ଧ୍ୟାନ କ୍ୟାରିୟର୍‌ରେ ଆଗକୁ ବଢ଼ିବାର ରହିବ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବଢ଼ାନ୍ତୁ, ଲାଭପ୍ରଦ ହେବ। ଭାଗୀଦାରିରେ କରୁଥିବା କାମର ଆପଣଙ୍କୁ ଲାଭ ହେବ।

publive-image

ସିଂହ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚାରିଆଡ଼େ ମହକିବ। ବ୍ୟବସାୟରେ ନୂଆ ଯୋଜନା ଲାଗୁ କରନ୍ତୁ ଲାଭ ପାଇବେ। ଡାକ୍ତରଖାନାରେ କାମ କରୁଥିବା ବ୍ୟକ୍ତିବିଶେଷ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

publive-imageକନ୍ୟା: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ଅତୁଟ ରହିବ। ବେପାରରେ ସ୍ଥିରତା ବଜାୟ ରହିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ ଭବିଷ୍ୟତରେ ଲାଭ ପାଇବେ।

publive-image

ତୁଳା: ଆପଣଙ୍କୁ ଅନେକ ପ୍ରକାର ନୂଆ ଅନୁଭବ ହେବ। ବ୍ୟବସାୟରେ ଉନ୍ନତିର ଅବସର ପାଇବେ। ଟ୍ରାଭେଲ୍‌ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ।

publive-image
ବିଛା: ଗ୍ରହମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯେଉଁ କାମ କରିବାକୁ ଚାହିଁବେ ସେହି କାମ ଆରାମରେ ସଂପୂର୍ଣ୍ଣ କରିପାରିବେ। କୌଣସି ପାଖ ଲୋକଙ୍କୁ ଆପଣଙ୍କର ବ୍ୟକ୍ତିଗତ କଥା କହିବେ। ଆମଦାନି ପାଇଁ ନୂଆ ଉତ୍ସ ମିଳିପାରେ।

publive-image

ଧନୁ: ନିଜର ବିଚାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତୁ। ଧୀରେ କହନ୍ତୁ କିନ୍ତୁ ସ୍ପଷ୍ଟତାରେ କହନ୍ତୁ। କୌଣସି କାମରେ ଅଧିକ ପରିଶ୍ରମ କରିବେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ସମୟ ଭଲ।

publive-image
ମକର: ଆପଣଙ୍କର ସାକ୍ଷାତ କୌଣସି ଏଭଳି ଲୋକଙ୍କ ସହିତ ହେବ ଯାହାଙ୍କ ସହିତ କଥା ହୋଇ ଆପଣଙ୍କ ଭିତରେ ନୂଆ ଶକ୍ତି ସଞ୍ଚାର ହେବ। ଲାଭର ବଡ଼ ଅବସର ପାଇବେ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ।

publive-image

କୁମ୍ଭ: ସପ୍ତାହ ଆରମ୍ଭରୁ ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଚିନ୍ତା କରନ୍ତୁ ନାହିଁ। ମଙ୍ଗଳବାର ଠାରୁ ସମୟ ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କମ୍ପାନିଙ୍କୁ ଆମଦାନି ରପ୍ତାନିରେ ଲାଭ ହେବ।

publive-image
ମୀନ: ଆପଣଙ୍କର ବୃଦ୍ଧି ହେଉଥିବା ଶକ୍ତିରେ ବହୁତ କିଛି ହାସଲ କରିନେବେ। ଜମି କିଣିବା ପୂର୍ବରୁ ଦଲିଲକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ। ବ୍ୟବସାୟ କାମରେ ବିଦେଶ ଯାଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe