ଏ ସପ୍ତାହ କିପରି କଟିବ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

publive-imageମେଷ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଧନ ସଞ୍ଚୟ ପାଇଁ ଯାହା ବି ପ୍ରୟାସ କରିବେ ସେଥିରେ ଆପଣ ସଫଳତା ପାଇବେ।

publive-imageବୃଷ: ବେପାର ବଣିଜରେ ଅଧିକ ଲାଭ ପାଇଁ କିଛି ନୂଆ ଶୁଭାରମ୍ଭ କରିବେ। ଏଥିପାଇଁ ଆପଣ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ନେଇପାରନ୍ତି।

publive-imageମିଥୁନ: ବ୍ୟବସାୟ କ୍ଷେତ୍ରରେ ଅଶାନ୍ତି ଉତ୍ପନ୍ନ ହୋଇପାରେ। ଆପଣଙ୍କର କୌଣସି ବିରୋଧୀ ବା ପ୍ରତିଦ୍ବନ୍ଦ୍ବୀ ଆପଣଙ୍କ ବିରୁଦ୍ଧରେ ଷଡ୍‌ଯନ୍ତ୍ର ରଚିପାରନ୍ତି। ତେଣୁ ସାବଧାନ ରହନ୍ତୁ ଏବଂ ପ୍ରତ୍ୟେକ ପରିସ୍ଥିତିରେ ଆଖି ଓ କାନ ଖୋଲି କାମ କରନ୍ତୁ। ପୁଞ୍ଜିବଜାର, ଜମି ବା କୌଣସି ନୂଆ କାରବାରରେ ନିବେଶ କରିପାରନ୍ତି।

publive-image

କର୍କଟ: ବେପାର ଉଦ୍ୟୋଗରେ ଭାବିଚିନ୍ତି ପୁଞ୍ଜି ଲଗାନ୍ତୁ। ଆପଣଙ୍କୁ ନିଜର ସମୟ ଓ ଧନ ଉଭୟର ସମ୍ମାନ କରିବା ପାଇଁ ଶିଖିବାକୁ ହେବ। ଅନ୍ୟଥା ଆଗାମୀ ସମୟରେ ଆର୍ଥିକ ଚିନ୍ତା ପାଇଁ ଆପଣଙ୍କର କାମ କରିବାର ଗତି ମନ୍ଥର ହୋଇଯିବ। କୋର୍ଟ କଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ।

publive-imageସିଂହ: ଆର୍ଥିକ ଜୀବନରେ ଭାଗ୍ୟର ସହଯୋଗ ପାଇବେ। ବଜାରରେ ପଡ଼ିଥିବା ବକେୟା ଅର୍ଥ ପାଇପାରିବେ। ନୂଆ କାରବାରରେ ନିବେଶ କରିବା ପୂର୍ବରୁ ବାସ୍ତବିକତାର ଆକଳନ କରି ନିଅନ୍ତୁ। ଅନ୍ୟଥା ଆପଣ ଚିନ୍ତାରେ ପଡ଼ିଯାଇ ପାରନ୍ତି।

publive-imageକନ୍ୟା: ବ୍ୟବସାୟରେ ପରିଶ୍ରମ ଅନୁସାରେ ଲାଭ କମ୍‌ ମିଳିପାରେ। ବଜେଟ୍‌କୁ ଧ୍ୟାନରଖି ଖର୍ଚ୍ଚ କରନ୍ତୁ।

publive-imageତୁଳା: ଅଫିସ୍‌ କିମ୍ବା ବ୍ୟବସାୟରେ ଆପଣଙ୍କର ଅସାବଧାନତା ପାଇଁ ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି। ଏଥିପାଇଁ ତରବରରେ କିଛି ବି ନକରି ପ୍ରତ୍ୟେକ କାର୍ଯ୍ୟ ଭଲ ଭାବେ କରନ୍ତୁ। ସମ୍ଭାବନା ରହିଛି ଯେ, କ୍ୟାରିୟରରେ ବହୁତ ଭଲ କରିବା ପାଇଁ ଯାହାଙ୍କର ସମର୍ଥନ ଆଶା କରୁଛନ୍ତି ସେ ଆପଣଙ୍କ ସହିତ ବିଶ୍ବାସଘାତକତା କରିପାରନ୍ତି।

publive-imageବିଛା: ବ୍ୟବସାୟ ବିଷୟରେ ଆପଣଙ୍କର ନିର୍ଣ୍ଣୟ ଲାଭପ୍ରଦ ହେବ। ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ଧନ ସଞ୍ଚୟ କରିବାର ପ୍ରୟାସ କରନ୍ତୁ। ନହେଲେ ଆଗାମୀ ଦିନରେ ଆପଣ ଚିନ୍ତିତ ରହିବେ।

publive-imageଧନୁ: ଗ୍ରହଚଳନ ଦୃଷ୍ଟିରୁ ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ଯଦି ଆପଣ ଅନ୍ୟମାନଙ୍କର କଥା ମାନି କୌଣସି କ୍ଷେତ୍ରରେ ନିବେଶ କରିବେ ତେବେ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି।

publive-image
ମକର: ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। କୌଣସି ପ୍ରକାର ଆଇନ ବିରୁଦ୍ଧରେ ଯାଇ କାର୍ଯ୍ୟ କଲେ, ଭବିଷ୍ୟତରେ ଅସୁବିଧାରେ ପଡ଼ିଯାଇପାରନ୍ତି।

publive-image

କୁମ୍ଭ: ସପ୍ତାହଟି ଆପଣଙ୍କ ଲାଗି ଆର୍ଥିକ ଲାଭର ଅବସର ନେଇ ଆସିବ। ଏଥିପାଇଁ ଆପଣ କୌଣସି ଜରୁରୀ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିପାରନ୍ତି।
publive-image

ମୀନ: ଲକ୍ଷ୍ୟ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କୁ ଭାଗ୍ୟର ପୂରା ସାଥ୍‌ ମିଳିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe