ଆମେ ସମସ୍ତେ ଜାଣନ୍ତି ଯେ ଓଜନ କମାଇବା ପାଇଁ ପ୍ରଥମେ ଭାତ କମ୍ ଖାଇବାକୁ ପଡ଼ିଥାଏ। କେହି କେହି ତ ନିଜକୁ ଫିଟ୍ ରଖିବା ପାଇଁ ଭାତ ଖାଇବା ହିଁ ଛାଡ଼ିଦିଅନ୍ତି। ଆମେ ଆଜି ଜଣେ ମାଆଙ୍କ ବିଷୟରେ କହିବୁ, ଯିଏକି ନିଜକୁ ଏପରି ଭାବେ ବଦଳାଇଛନ୍ତି ଯେ ଏବେ ସମସ୍ତେ ତାଙ୍କ ବିଷୟରେ ଚର୍ଚ୍ଚା କରୁଛନ୍ତି।
ଆପଣ ଯଦି ତାଙ୍କୁ ପୂର୍ବରୁ ଦେଖିଥାନ୍ତେ ତ ଏବେ ଦେଖିବା ପରେ ଆଦୌ ବି ଚିହ୍ନି ପାରିନଥାନ୍ତେ। ତାଙ୍କ ଆତ୍ମୀୟମାନଙ୍କ ସହ ବି ଏପରି ସମସ୍ୟା ହେଉଛି। ଯେଉଁମାନେ ମହିଳାଙ୍କୁ ପୂର୍ବରୁ ଦେଖିଛନ୍ତି ସେମାନେ ଏବେ ଦେଖିଲେ ଚିହ୍ନି ପାରୁନାହାନ୍ତି।
ଏହି ମହିଳାଙ୍କ ନାମ ଋତୁ ଗୁପ୍ତା। ତାଙ୍କୁ ୩୬ ବର୍ଷ ବୟସ। ସେ ନିଜର ୨୮ କିଲୋ ଓଜନ ହ୍ରାସ କରି ଏବେ ଏକଦମ୍ ଫିଟ୍ ବନି ପାରିଛନ୍ତି। ଋତୁ ‘ଆଜ୍ତକ୍’କୁ ତାଙ୍କର ସାକ୍ଷାତ୍କାର ଦେଇ କହିଛନ୍ତି କି ପୂର୍ବରୁ ତାଙ୍କ ଓଜନ ୮୬ କିଲେ ଥିଲା, ଏବେ ୫୮ କିଲୋ।
ଋତୁଙ୍କ କହିବାନୁସାରେ ତାଙ୍କ ପରିବାରର ସମସ୍ତଙ୍କ ଓଜନ ଖୁବ୍ ଅଧିକ ଥିଲା। ଯେବେ ବାହାଘର ପରେ ତାଙ୍କ ପୁଅ ଜନ୍ମ ନେଲା ତ ତା’ପରେ ତାଙ୍କ ଓଜନ ବଢ଼ିବାକୁ ଲାଗିଲା। ଯେଉଁଥିପାଇଁ ତାଙ୍କର ଅନେକ ଲୋକ ତାଙ୍କୁ ଥଟ୍ଟା କରିବାକୁ ଲାଗିଲେ। ଏପରିକି ତାଙ୍କ ମାଆ ବି ତାଙ୍କୁ ମୋଟୀ ହୋଇଯାଉଛୁ ବୋଲି କହିଲେ।
ତା’ପରେ ଲକ୍ଡାଉନ୍ ଆସିଲା। ସେ ନିଜକୁ ପତଳା କରିବାକୁ ଚିନ୍ତା କଲେ। ତା’ପରେ ଋତୁ ଦିନକୁ ୨ ଘଣ୍ଟା ହୋମ୍ ୱାର୍କଆଉଟ୍ କରିବା ଆରମ୍ଭ କଲେ। ସଂଧ୍ୟାରେ ନିଜ କଲୋନିରେ ଚାଲୁଥିଲେ। ସେ କହନ୍ତି କି ୱାର୍କଆଉଟ୍ କରି ହିଁ ସେ ନିଜକୁ ଫିଟ୍ ରଖି ପାରିଛନ୍ତି।
Follow Us