୨ ବର୍ଷ ମଧ୍ୟରେ ୧୧୦ କିଲୋ ଓଜନ କମାଇ ଫିଟ୍‌ ବନିଗଲେ ଏହି ଡାକ୍ତର, ଜାଣନ୍ତୁ ପୂରା ଡାଏଟ୍‌ ପ୍ରକ୍ରିୟା

Advertisment
୨ ବର୍ଷ ମଧ୍ୟରେ ୧୧୦ କିଲୋ ଓଜନ କମାଇ ଫିଟ୍‌ ବନିଗଲେ ଏହି ଡାକ୍ତର, ଜାଣନ୍ତୁ ପୂରା ଡାଏଟ୍‌ ପ୍ରକ୍ରିୟା

www.aajtak.in

କେହି ଜଣେ ଠିକ୍‌ କହିଛନ୍ତି, ଯଦି ଆପଣଙ୍କୁ ନିଜ ଶରୀରରେ ପରିବର୍ତ୍ତନ ଦରକାର ତ ସବୁଠାରୁ ପ୍ରଥମେ ଆପଣ ନିଜ ଭାବନାରେ ପରିବର୍ତ୍ତନ ଆଣନ୍ତୁ। ଏହା ଏକ ନିହାତି ସତ କଥା, କାହିଁକି ନା କେଉଁ ବି କାମ ହାସଲ କରିବା ପାଇଁ ପ୍ରଥମେ ଦୃଢ଼ ମନୋବଳ ଦରକାର। ଅନେକ ପ୍ରକ୍ରିୟାକୁ ଅନୁୁକରଣ କରିବାକୁ ପଡ଼େ। ତା’ପରେ ଯାଇ ଆପଣ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ।

ଆଜି ଆମେ ଆପଣଙ୍କୁ କହିବୁ ଜଣେ ପ୍ରେରଣାଦାୟୀ ଡାକ୍ତରଙ୍କ ବିଷୟରେ। ସେ ନିଜର ଓଜନ ପ୍ରାୟ ୧୧୦ କିଲୋ ହ୍ରାସ କରି ସମସ୍ତଙ୍କ ପାଇଁ ଉଦାହରଣର କାରଣ ବନି ପାରିଛନ୍ତି। ଏତେ ଅଧିକ ଓଜନ ହ୍ରାସ କରିବାକୁ ତାଙ୍କୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା।

ଡାକ୍ତରଙ୍କ ନାମ ଅନିରୁଦ୍ଧ ଦୀପକ। ତାଙ୍କୁ ୨୮ ବର୍ଷ ବୟସ। ସେ ଚେନ୍ନାଇର ବାସିନ୍ଦା। ପୂର୍ବରୁ ତାଙ୍କର ଓଜନ ୧୯୪.୫ କିଲୋ ଥିଲା ବେଳେ ଏବେ ତାଙ୍କ ଓଜନ ମାତ୍ର ୮୩ କିଲେ।

ତାଙ୍କ କହିବାନୁସାରେ ସେ ପିଲାଟି ଦିନରୁ ହିଁ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ଏହି କାରଣରୁ ତାଙ୍କ ଓଜନ ଧୀରେ ଧୀରେ ବଢ଼ିଚାଲିଲା। ତେବେ ଚାଲନ୍ତୁ ଜାଣିବା ଡକ୍ଟର ଅନିରୁଦ୍ଧଙ୍କ କ’ଣ ସବୁ ଖାଆନ୍ତି ତାଙ୍କ ଓଜନ ହ୍ରାସ ପକ୍ରିୟା ସମୟରେ।

ସକା‌ଳ ଜଳଖିଆରେ ପୋହା, ଉପମା କମ୍ବା ରୁଟି ଖାଇଥାନ୍ତି। ସେଥିରେ ଟିକେ ସୋୟା ସସ୍‌ ଓ ସାଲାଡ୍‌। ତା’ପରେ ମଝିରେ ଫଳ ନଚେତ ଟିକେ ବାଦାମ ଖାଇଥାନ୍ତି। ମଧ୍ୟାହ୍ନ ଭୋଜନରେ ଚାଉଳ/ରୁଟି, ଡାଲି, ଚଣାଡାଲି, ରାଜମା, କିଛି ଗୋଟେ ତରକାରୀ ଓ ଦହି। ସଂଧ୍ୟା ସମୟରେ କିଛି ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି ସେ। ରାତିରେ ଖାଆନ୍ତି ଭାତ/ରୁଟି, ପନୀର ଓ ଅନ୍ୟ ଏକ ତରକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe