ସୋସିଆଲ୍‌ ମିଡିଆରେ ‘ଫିଟ୍‌ନେସ୍‌ ପ୍ଲାଟ୍‌ଫର୍ମ’ରୁ ଆରମ୍ଭ କଲେ ଯାତ୍ରା; ୨୫ କିଲୋ ଓଜନ ହ୍ରାସ କରି ଫିଟ୍‌ ବନିଲେ ଯାଆଁଳା ପିଲାଙ୍କ ମାଆ

ସୋସିଆଲ୍‌ ମିଡିଆରେ ‘ଫିଟ୍‌ନେସ୍‌ ପ୍ଲାଟ୍‌ଫର୍ମ’ରୁ ଆରମ୍ଭ କଲେ ଯାତ୍ରା; ୨୫ କିଲୋ ଓଜନ ହ୍ରାସ କରି ଫିଟ୍‌ ବନିଲେ ଯାଆଁଳା ପିଲାଙ୍କ ମାଆ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ହେଲେ ଆମେ ଚେଷ୍ଟା କଲେ ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବା। ଆଜି ଆମେ ଆପଣଙ୍କୁ କହିବୁ ପଞ୍ଜାବରେ ରହୁଥିବା ଜଣେ ମହିଳାଙ୍କ ବିଷୟରେ। ଯିଏକି ଯାଆଁଳା ପିଲାଙ୍କୁ ଜନ୍ମ କରିବା ପରେ ୨୫ କିଲୋ ଓଜନ ହ୍ରାସ କରି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତିି।

ଓଜନ ହ୍ରାସ କରିଥିବା ଏହି ମହିଳାଙ୍କ ନାମ ତନୁ ଜସଲ୍‌। ତନୁ ୨୫ କିଲୋ ଓଜନ ହ୍ରାସ କରିବାକୁ ଦେଢ଼ ବର୍ଷ ସମୟ ନେଇଛନ୍ତି ବୋଲି କହିଛନ୍ତି। ସେ ତାଙ୍କର ଓଜନ ହ୍ରାସ ଯାତ୍ରା ବିଷୟ‌ରେ କହିଛନ୍ତି ଯେ ‘‘ମୋ ଓଜନର ଆରମ୍ଭରୁ ହିଁ ଅଧିକ ଥିଲା। ହେଲେ ମୁଁ କିଛି ବି ପୋଷାକ ପିନ୍ଧିପାରେ ଓ ମୋତେ ଭଲ ବି ମାନେ। ବିବାହ ପରେ ଯେତେବେଳେ ମୋ ପେଟରେ ପିଲା ରହିଲେ ତ ଓଜନ ବଢ଼ିବାରେ ଲାଗିଲା। ମୋ ଓଜନ ୭୮ କିଲୋ ହୋଇଗଲା। ଓଜନ ବୃଦ୍ଧି ପରେ ମୁଁ ଜଣେ ନ୍ୟୁଟ୍ରିସନି‌ଷ୍ଟଙ୍କୁ ଭେଟିଲି। ସେ ଏତେ କଷ୍ଟ ଡାଏଟ୍‌ ଦେଲେ ‌ଯେ ମୁଁ ଦୁଇ ସପ୍ତାହରେ ହାର୍‌ ମାନିଗଲି। ତା’ପରେ ମୁଁ ସୋସିଆଲ୍‌ ମିଡିଆରେ ଏକ ଫିଟ୍‌ନେସ୍‌ ପ୍ଲାଟ୍‌ଫର୍ମ ବିଷୟରେ ଜାଣିଲି। ସେଠାରେ ମୁଁ ଜଣେ କୋଚ୍‌ଙ୍କ ଅଧୀନରେ ରହି ମୋର ଯାତ୍ରା ଆରମ୍ଭ କଲି। ସେ ମୋତେ ଓଜନ ହ୍ରାସର ଏପରି ତରିକା ବତାଇଲେ ଯେ ମୁଁ ୨୫ କିଲୋ ଓଜନ ହ୍ରାସ କରିଦେଲି।’’

ମହିଳା ଜଣକ କହିଛନ୍ତି ଯେ ପ୍ରଥମେ ସେ ୧୯୦୦ କ୍ୟାଲୋରି ନେଇଥିଲେ, ତା’ପରେ ୧୭୦୦ ଓ ପୁଣି ୧୫୦୦ କ୍ୟାଲୋରି ନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe