ବଖାଣିଲେ ସଫଳତାର କାହାଣୀ; ୧୩୩ କିଲୋରୁ ଓଜନ ହ୍ରାସ କରି ୯୬ କିଲୋରେ ପହଞ୍ଚିଲେଣି ଯୁବତୀ

Advertisment
ବଖାଣିଲେ ସଫଳତାର କାହାଣୀ; ୧୩୩ କିଲୋରୁ ଓଜନ ହ୍ରାସ କରି ୯୬ କିଲୋରେ ପହଞ୍ଚିଲେଣି ଯୁବତୀ

www.aajtak.in

ନୂଆଦିଲ୍ଲୀ: ଓଜନ ବୃଦ୍ଧି ପାଇବା ଆଜିକାଲିକା ସମୟ ପାଇଁ ଏକ ଅତି ସାଧାରଣ କଥା ପାଲଟି ଯାଇଛି। ବ୍ୟସ୍ତବହୁଳ ଜୀବନରେ ଆମେ ନିଜ ସ୍ବାସ୍ଥ୍ୟକୁ ନିଶ୍ଚୟ ଟିକେ ନା ଟିକେ ଅବହେଳା କରିଥାନ୍ତି। ଯେଉଁ କାରଣରୁ ଓଜନ ହ୍ରାସ ପାଇବାକୁ ଆଦୌ ସମୟ ନେଇନଥାଏ। ଆଜି ଆମେ ଆପଣଙ୍କୁ ଜଣେ ଏପରି ଯୁବତୀଙ୍କ ବିଷୟରେ କହିବୁ ଯିଏକି ୩୭ କିଲୋ ଓଜନ ହ୍ରାସ କରି ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି।

ଯୁବତୀଙ୍କ ନାମ ବିଧି ପେ। ବୃତ୍ତିରେ ସେ ଜଣେ ଫଟୋଗ୍ରାଫର୍‌। ତାଙ୍କୁ ୨୬ ବର୍ଷ ବୟସ। ପୂର୍ବରୁ ତାଙ୍କ ଓଜନ ୧୩୩ କିଲୋ ଥିବା ବେଳେ ସେ ଓଜନ ହ୍ରାସ କରି ଏବେ ୯୬ କିଲୋର ହୋଇ ଯାଇଛନ୍ତି। ସେ ଆହୁରି ୩୦ କିଲୋ ଓଜନ କମାଇବାର ଆଶା ରଖିଛନ୍ତି।

ବିଧି ଆଜ୍‌ତକ୍‌ ସହ କଥା ହୋଇ କହିଛନ୍ତି କି ଭୁଲ୍‌ଭାଲ୍‌ ଖାଦ୍ୟ ପାଇଁ ହିଁ ତାଙ୍କ ଓଜନ ଏପରି ବୃଦ୍ଧି ପାଇଛି। ସେ ଭୁଲ୍‌କୁ ସେ ଏବେ ସୁଧାରିବାର ନିଷ୍ପତ୍ତି ନେଇଛନ୍ତି। ସେ ୨୦୨୦ ମସିହାରୁ ତାଙ୍କର ଫିଟ୍‌ନେସ୍‌ ଯାତ୍ରା ଆରମ୍ଭ କରିଛନ୍ତି। ସେ ନିଜକୁ ଫିଟ୍‌ କରିବା ପାଇଁ ତାଙ୍କ କୋଚ୍‌ ବିଜୟ ଟାମ୍ବିଙ୍କ ସହ ମିଶି ଡାଏଟ୍‌-ୱାର୍କଆଉଟ୍‌ ଚାର୍ଚ ପ୍ରସ୍ତୁତ କରିଥିଲେ, ଯାହାକି ତାଙ୍କୁ ଫଳ ପ୍ରଦାନ କରିଛି।

ବିଧି ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ୧୦୦ ଗ୍ରାମ୍‌ର କଦଳୀ ଓ ବ୍ଲାକ୍‌ କଫି ନେଇଥାନ୍ତି। ସକାଳ ଜଳଖିଆରେ ୨ଟା ଅଣ୍ଡା, ୨ଟା ପାଉଁରୁଟି, ୧୫ ଗ୍ରାମ୍‌ ବଟର୍‌ ଓ  ୧ କପ୍‌ ଚା ପିଇଥାନ୍ତି। ସେହିପରି ମଧ୍ୟାହ୍ନରେ ୧୦୦ ଗ୍ରାମ୍‌ ଚିକେନ, ୧୦୦ ଗ୍ରାମ୍‌ ଆଳୁ ସିଝା ଓ ୧୦୦ ଗ୍ରାମ୍‌ କ୍ଷୀର ଗ୍ରହଣ କରିଥାନ୍ତି ଓ ଶେଷରେ ରାତ୍ର ଭୋଜନରେ ୧୦୦ ଗ୍ରାମ୍‌ ଭାତ, ଅଧା ଗିନା ଡାଲି, ତରକାରୀ, ଓ ପନିର ଖାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe