ଥିଲେ ୧୯୪, ପାଲଟି ଗଲେଣି ୮୦ କିଲୋର ! ଏପରି ବଢ଼ି ଯାଇଥିଲା ଡାକ୍ତରଙ୍କ ଓଜନ

Advertisment
ଥିଲେ ୧୯୪, ପାଲଟି ଗଲେଣି ୮୦ କିଲୋର ! ଏପରି ବଢ଼ି ଯାଇଥିଲା ଡାକ୍ତରଙ୍କ ଓଜନ

ଓଜନ ବୃଦ୍ଧି ଆଜିକାଲି ଏକ ପ୍ରମୁଖ ସମସ୍ୟା। ନିଜର ଖାଦ୍ୟପେୟ ଓ ନିଦ୍ରା ଉପରେ ଗୁରୁତ୍ବ ନଦେଲେ ଓଜନ ବଢ଼ିଥାଏ। ଏହି ଓଜନ ଥରେ ବଢ଼ିଗଲେ ପୁଣି ଥ‌ରେ ତାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ। ତେବେ ନିକ‌ଟରେ ଜଣେ ଭାରତୀୟ ଡାକ୍ତର ୧୧୦ କିଲୋ ଓଜନ ହ୍ରାସ କରି ଚର୍ଚ୍ଚାକୁ ଆସିଛନ୍ତି। ସେ କିପରି ନିଜ ଓଜନ ହ୍ରାସ କରିଛନ୍ତି ସେ ସଂପର୍କ‌ରେ କହିଛନ୍ତି।

ଆମେ ଆବଶ୍ୟକରୁ କମ୍‌ କ୍ୟାଲୋରି ଗ୍ରହଣ କରିବା ସହ କିଛି ଶାରୀରିକ ବ୍ୟାୟାମ କରିବା ଦ୍ବାରା ଓଜନକୁ ନିୟନ୍ତ୍ରଣରେ ରଖିପାରିବା। ତେବେ ଆମେ ଆଜି ଆପଣଙ୍କୁ ଯେଉଁ ଡାକ୍ତରଙ୍କ ବିଷୟରେ କହିବୁ ତାଙ୍କ ନାଁ ‌ହେଉଛି ଡକ୍ଟର ଅନିରୁଦ୍ଧ ଦୀପକ, ଯିଏକି ଜଣେ ଏମ୍‌ବିବିଏସ୍‌ ଡାକ୍ତର ଓ ନ୍ୟୁଟ୍ରିସନିଷ୍ଟ୍‌।

ଚେନ୍ନାଇରେ ରହୁଥିବା ‌ଏହି ୫ ଫୁଟ୍‌ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଡାକ୍ତର ଅନିରୁଦ୍ଧଙ୍କ ଓଜନ ପ୍ରଥମରୁ ୧୯୪ କିଲୋ ଥିଲା। ହେଲେ ଏବେ ତାଙ୍କ ଓଜନ ୮୦ କିଲୋରୁ ବି କମ୍‌। ଡକ୍ଟର ଅନିରୁଦ୍ଧ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ ‘ମୋତେ ପିଲାଟି ଦିନରୁ ହିଁ ଖାଇବା, ପିଇବା ପ୍ରତି ବହୁତ ଦୁର୍ବଳତା ଥିଲା। ଏହି କାରଣରୁ ମୋ ଓଜନ ଧୀରେ ଧୀରେ ବଢ଼ି ବଢ଼ି ଗଲା। ମୁଁ ସେ ଆଡ଼େ କେବେ ଧ୍ୟାନ ଦେଇନଥିଲି। ମୁଁ ପିଜା, ବର୍ଗର, କଫି ଆଦି ଖାଇବାକୁ ଓ ପିଇବାକୁ ଭାରି ପସନ୍ଦ କରୁଥିଲି। ପେଟ ନଭରିବା ପର୍ଯ୍ୟନ୍ତ ଖାଉଥିଲି।’

ସେ ଆହୁରି ବି କହିଛନ୍ତି ଯେ ୨୦୧୮ ମସିହାରେ ସେ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ଡାକ୍ତର ତାଙ୍କୁ ନିଜ ଓଜନ ହ୍ରାସ ନକଲେ ବଞ୍ଜିବା କଷ୍ଟକର ହୋଇଯିବ ବୋଲି କହିବା ପରେ ସେ ଏହି କଥାକୁ ଗୁରୁତର ସହକାରେ ନେଇଥିଲେ। ତା’ପରେ ସେ ଫିଟ୍‌ନେସ୍‌ର ଯାତ୍ରା ଆରମ୍ଭ କଲେ ଓ ନିଜକୁ ଫିଟ୍‌ କରିକି ଦେଖାଇଲେ ବି। ତେବେ ସେ ପ୍ରାୟ ୨ ବର୍ଷ ଧରି ନିଜ ଡାଏଟ୍‌ ଓ ୱାର୍କଆଉଟ୍‌ରେ ଧ୍ୟାନ ଦେବା ପରେ ଓଜନ ହ୍ରାସ କରି ପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe