ଥିଲେ ୧୭୧ କିଲୋର; ଓଜନ ହ୍ରାସ କରି ୭୬ କିଲୋର ହେବା ପରେ ଚିହ୍ନି ପାରିଲେନି ଲୋକେ

Advertisment
ଥିଲେ ୧୭୧ କିଲୋର; ଓଜନ ହ୍ରାସ କରି ୭୬ କିଲୋର ହେବା ପରେ ଚିହ୍ନି ପାରିଲେନି ଲୋକେ

ଅତି ପତଳା ଲୋକମାନେ ଯେପତି ନିଜର ଓଜନ ବଢ଼ାଇବା ଚିନ୍ତାରେ ଥାଆନ୍ତି, ଅତି ମୋଟା ଲୋକମାନେ ବି ନିଜର ଓଜନ ହ୍ରାସ କରିବା କଥା ଚିନ୍ତା କରୁଥାନ୍ତି। ସେପରି ଦେଖିବାକୁ ଗଲେ ଜଣେ ମଣିଷ କେତେ କିଲୋ ଓଜନର ରହିବ ତାହାର ନିର୍ଦ୍ଦିଷ୍ଟ କୌଣସି ମାପଦଣ୍ଡ ନାହିଁ। ପ୍ରତ୍ୟେକ ମଣିଷର ଓଜନ ତା’ର ଉଚ୍ଚତା, ବଂଶନୁକ୍ରମ ଏବଂ ଆହୁରି ବିଭିନ୍ନ କାରଣକୁ ନେଇ ରହିଥାଏ। ତେବେ ଫିଟ୍‌ ରହିବା କଥା ଚିନ୍ତା କରିବା ଆମ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ୍‌। କାରଣ କୁହାଯାଏ, ଯଦି ଜଣେ ମଣିଷ ଫିଟ୍‌ ନରହେ ତେ‌ବେ ସେ ମଣିଷ କୌଣସି କାମରେ ନିଜର ଶତପ୍ରତିଶତ ଦେଇପାରେନା।

ଆମେ ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ, ଯିଏକି ୧୭୧ କିଲୋରୁ ୯୫ କିଲୋ ଓଜନ ହ୍ରାସ କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ପାରିଛନ୍ତି। ଏପରିକି ତାଙ୍କୁ ଓଜନ ହ୍ରାସ ପରେ ଲୋକ ଚିହ୍ନିବା ବି ମୁସ୍‌କିଲ୍‌ ହୋଇପଡ଼ିଲା। ଏବେ ତାଙ୍କ ଓଜନ ମାତ୍ର ୭୬ କି‌ଲୋ। ଏହି ମହିଳାଙ୍କ ନାମ ଷ୍ଟେଫିନ୍‌ ସ୍ମିଥ୍‌। ସେ ୨୮ ବର୍ଷ ବୟସରେ ତାଙ୍କ ଓଜନ ହ୍ରାସର ଯାତ୍ରା ଆରମ୍ଭ କରିଥିଲେ। ଫ୍ଲୋରିଡ଼ାରେ ରହୁଥିବା ସ୍ମିଥ୍‌ଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ବ୍ରେକ୍‌-ଅପ୍‌ କରିବା ପରେ ସେ ଓଜନ ହ୍ରାସ କରିବାର ନିଷ୍ପତ୍ତି ନେଇଥିଲେ ଓ ସେ ଏଥିରେ ସଫଳ ହୋଇ ପ୍ରମାଣ କରି ଦେଇଛନ୍ତି।

ଅତ୍ୟଧିକ ଓଜନ ହେତୁ ତାଙ୍କର ନିଦ୍ରାହୀନତା, ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ଆଦି ସମସ୍ୟା ଦେଖା ଦେଉଥିଲା, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଗମ୍ଭୀର ରୂପ ନେଇ ପାରିଥାନ୍ତା। ହେଲେ ସେ ଖରାପ ସମୟ ଆସିବା ପୂର୍ବରୁ ନିଜର ସର୍ଜରି କରିବା ସହ ଡାଏଟ୍‌ରେ ଓଜନ ହ୍ରାସ କରି ପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe