ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ

Advertisment
ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ

Pakistan Today

ବୟସ ଅନୁପାତରେ ଶରୀରରେ ସବୁବେଳେ ନିୟନ୍ତ୍ରତ ଓଜନ ରହିବା ଆବଶ୍ୟକ । ଅନେକ ସମୟରେ ବୟସ ଅନୁପାତରେ କମ କିମ୍ବା ଅଧିକ ଓଜନ ରହିଥିବାରୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡ଼ିଥାଏ । ଏପରିକି ଅଯଥାରେ ଅନେକ ଅଜଣା ରୋଗର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ କେଉଁ ବୟସରେ କେତେ ଓଜନ ରହିବା ଉଚିତ୍‌ ସେ ବିଷୟରେ ଜଣାଇବୁ। ଦେଖି ରଖନ୍ତୁ ଆପଣଙ୍କର ଏହି ନିର୍ଦ୍ଧାରିତ ଓଜନରୁ କମ କି ବେଶି ରହିନାହିଁ ତ! ...

ନବଜାତ ଶିଶୁମାନଙ୍କ ମଧ୍ୟରେ ଶିଶୁକନ୍ୟାର ଓଜନ ୩.୨ କିଲୋ ରହିବା ବେଳେ ଶିଶୁପୁତ୍ରମାନଙ୍କର ୩.୩ ଓଜନ ରହିବା ଆବଶ୍ୟକ । ସେହିପରି ୬ ମାସ ବେଳକୁୁ କନ୍ୟାର ଓଜନ ୫.୪ ଏବଂ ପୁତ୍ରର ଓଜନ ୬ କିଲୋ ପାଖାପାଖି ରହିବା ଆବଶ୍ୟକ ।
ଏକ ବର୍ଷରେ ପଦାପର୍ଣ କରିବା ବେଳେ ପୁଅଙ୍କ ଓଜନ ୧୦ କିଲୋ ରହିବା ବେଳେ ଝିଅଙ୍କ ଓଜନ ୯ କିଲୋ ରହିବା ଉଚିତ । ଏହା ସହ ୩-୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଓଜନ ୧୪-୧୭ କିଲୋ ମଧ୍ୟରେ ରହିବା ଆବଶ୍ୟକ।
୬ -୮ ବର୍ଷ ମଧ୍ୟର ଶିଶୁମାନଙ୍କର ଓଜନ ଉଭୟ ଝିଅ ଏବଂ ପୁଅଙ୍କର ୨୦-୨୫ କିଲୋଗ୍ରାମ ମଧ୍ୟରେ ରହିବା ଉଚିତ । ସେହିପରି ୯-୧୧ ବର୍ଷ ନାବାଳକ ଏବଂ ନାବାଳିକାଙ୍କର ୨୮-୩୨ ଓଜନ ରହିବା ଆବଶ୍ୟକ ।

publive-image thehealthsite.com

ସାଧାରଣତଃ ୧୨-୧୪ ବର୍ଷ ମଧ୍ୟରେ ପିଲାମାନଙ୍କର ଅଧିକ ମାତ୍ରାରେ ଏବଂ ବହୁତ ଶୀଘ୍ର ଓଜନ ବୃଦ୍ଧି ହେବାର ଦେଖଯାଇଥାଏ । ଏଣୁ ଏହି ସମୟରେ ଓଜନ ନିୟନ୍ତ୍ରିତ କରି ୩୭- ୪୮ ମଧ୍ୟରେ ରଖିବା ଉଚିତ । ୧୭ ବର୍ଷ ବୟସରେ ଉଚ୍ଚତା ହିସାବରେ ଶରୀରର ଓଜନ ରହିବା ଆବଶ୍ୟକ । ତଥାପି ଓଜନ ୫୪- ୬୨ କିଲୋ ପର୍ଯ୍ୟନ୍ତ ରହିବା ଆବଶ୍ୟକ ।
୩୦ -୩୯ ବର୍ଷ ବୟସ ମଧ୍ୟରେ ଉଦ୍ଭୟ ମହିଳା ଏବଂ ପୁରୁଷଙ୍କ ଓଜନ ୫୫-୭୫ କିଲୋଗ୍ରାମ ମଧ୍ୟରେ ରହିବା ଅବଶ୍ୟକ । ଏହା ସହ ୪୦-୬୦ ପ୍ରାପ୍ତବୟସରେ ମଧ୍ୟରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳିଥାଏ । ଏରୁ ଏହି ସମୟରେ ଉପଯୁକ୍ତ ପୋଷକ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହ ଓଜନ ୭୬- ୯୦ କିଲୋଗ୍ରାମ ରହିବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe