ଟାଇଫଏଡ୍‌ର ଶିକାର ହୋଇଥିବା ସମୟରେ କେଉଁ ସବୁ ଜିନିଷ ଖାଇବା ଦରକାର ଆସନ୍ତୁ ଜାଣିବା?

ଟାଇଫଏଡ୍‌ର ଶିକାର ହୋଇଥିବା ସମୟରେ କେଉଁ ସବୁ ଜିନିଷ ଖାଇବା ଦରକାର ଆସନ୍ତୁ ଜାଣିବା?

alodokter.com

ବ୍ୟାକ୍ଟେରିଆ ସାଲମୋନେଲା ଟାଇଫି ମଣିଷ ଶରୀରକୁ ପ୍ରବେଶ କଲେ ଟାଇଫଏଡ଼୍‍ ଭଳି ସମସ୍ୟା ଦେଖାଯାଇଥାଏ । ଏହି ବ୍ୟାକ୍ଟେରିଆ ଜମା ହୋଇଥିବା ପାଣି, ଦୂଷିତ ଅଞ୍ଚଳ ଏବଂ ଦୂଷିତ ଖାଦ୍ୟରେ ରହିଥାଏ । ଏହି ରୋଗ ସଂକ୍ରାମକ ହୋଇଥିବା ବେଳେ ବର୍ଷାଦିନେ ଏହା ଅଧିକ ହେବାର ସମ୍ଭାବନା ରହିଥାଏ । ଏହି ରୋଗ ହେଲେ ମୁଣ୍ଡ ବିନ୍ଧା ହେବା, ଜ୍ୱର ହେବା, ଥକାପଣ ଅନୁଭବ ହେବା, ପେଟ ଫୁଲିବା ଏବଂ ଛାତି ବିନ୍ଧିବା ଭଳି ଲକ୍ଷଣ ଦେଖାଯାଇଥାଏ । ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ଅନ୍ୟକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥାଏ । ଏହା ପାଇଁ ଠିକ୍‌ ଚିକିତ୍ସା ସହ ଠିକ୍‌ ଖାଦ୍ୟ ମଧ୍ୟ ଖାଇବା ଦରକାର । ଯାହା ଦ୍ୱାରା ଟାଇଫଏଡ୍‌ରୁ ଶୀଘ୍ର ମୁକ୍ତି ମିଳି ପାରିବ । ଆସନ୍ତୁ ଜାଣିବା ଟାଇଫଏଡ୍‌ ହୋଇଥିଲେ କେଉଁ ସବୁ ଜିନିଷ ଖାଇବା ଦରକାର...
୧.ଯେଉଁ ଲୋକମାନେ ଟାଇଫଏଡ୍‌ର ଶିକାର ହୋଇଥାନ୍ତି ସେମାନଙ୍କୁ ଡ଼ାକ୍ତର କଦଳୀ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏଥିରେ ଥିବା କ୍ୟାଲୋରି ଟାଇଫଏଡ୍‌ ସମୟରେ ହେଉଥିବା ଓଜନ ହ୍ରାସକୁ ରୋକିଥାଏ । ସେଥିପାଇଁ ଟାଇଫଏଡ୍‌ ଜ୍ୱରର ଶିକାର ହୋଇଥିବା ରୋଗୀର ଡ଼ାଏଟ୍‌ରେ କଦଳୀ, ପାସ୍ତା, ସିଝା ଆଳୁ, ହ୍ଵାଇଟ୍‌ ବ୍ରେଡ଼୍‍ ଇତ୍ୟାଦି ରଖିବା ଲାଭଦାୟକ ହୋଇଥାଏ ।

publive-image NDTV Food

୨. ଟାଇଫଏଡ୍‌ ଜ୍ୱରର ଶିକାର ହେବା ପରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ । ସେଥିପାଇଁ ଅଧିକ ପାଣି ଥିବା ଫଳକୁ ଟାଇଫଏଡ୍‌ ରୋଗୀର ଡ଼ାଏଟ୍‌ରେ ସାମିଲ କରିବା ନିହାତି ଆବଶ୍ୟକ ।
୩. ଟାଇଫଏଡ୍‌ ଜ୍ୱର ହୋଇଥିବା ବ୍ୟକ୍ତି ତରଳ ଖାଦ୍ୟ ବା ଅର୍ଦ୍ଧ ତରଳ ଖାଦ୍ୟ ଖାଇବା ଜରୁରୀ । ବିଶେଷ କରି ସିଝା ଭାତ, ସିଝା ଆଳୁ ବା ଅଣ୍ଡା ପୋଚ୍‌ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ କାର୍ବୋହାଇଡ଼୍ରେଟ୍‌ ଅଧିକ ଥିବାରୁ ଟାଇଫଏଡ୍‌ ଜ୍ୱରରୁ ଶୀଘ୍ର ମୁକ୍ତି ମିଳିଥାଏ ।

publive-image housewifehowtos.com

୪. ଯେଉଁ ଥିରେ ଚିନିର ମାତ୍ରା ଅଧିକ ରହିଛି, ସେସବୁ ଜିନିଷକୁ ଟାଇଫଏଡ୍‌ ରୋଗୀକୁ ଦେବା ଦରକାର । ଯେମିତିକି ମହୁ । ଟାଇଫଏଡ୍‌ ଜ୍ୱର ସମୟରେ ମହୁ ଖାଇବା ଦ୍ୱାରା ଟାଇଫଏଡ୍‌ ରୋଗୀକୁ ଆରାମ ମିଳିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe