Dr. Taz Bhatia
ଗରିବରୁ ନେଇ ଧନୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ତେଲଟିଏ ହେଉଛି ନଡ଼ିଆ ତେଲ। ନଡିଆ ତେଲରେ ଥିବା ଫ୍ୟାଟି ଏସିଡି ଚର୍ବି କମ୍ କରିବାରେ ସହାୟ ହୋଇଥାଏ। ଅନେକ ଲୋକ ଏହାକୁ ରାନ୍ଧିବା ପାଇଁ ବ୍ୟବହାର କରନ୍ତି। ଅନେକ ଦ୍ରବ୍ୟ ଯେପରିକି ଭଜା ଖାଦ୍ୟ, ମିଠା, ସାମ୍ପୁ, କଫି ଆଦିରେ ନଡ଼ିଆ ତେଲ ବ୍ୟବହାର କରାଯାଏ।
ଜୁଲାଇ ୨୦୧୬ରେ ଯୁକ୍ତରାଷ୍ଟ୍ରରେ ହୋଇଥିବା ଏକ ସର୍ବେକ୍ଷଣର ଫଳାଫଳରୁ ଜଣାପଡିଥିଲା ଯେ ୭୨% ଲୋକ ବିଶ୍ବାସ କରନ୍ତି ନଡ଼ିଆ ତେଲ ସ୍ୱାସ୍ଥ୍ୟକର, କେବଳ ୩୭% ବିଶେଷଜ୍ଞ ଏଥିରେ ସହମତ ହୋଇଥିଲେ। ନଡିଆ ତେଲରେ ୮୦%ରୁ ଅଧିକ ସନ୍ତୁଳିତ ଚର୍ବି ଥାଏ। କେତେକ ବିଶେଷଜ୍ଞ ସାଚୁରେଟେଡ୍ ଫ୍ୟାଟ୍ ହୃଦ୍ରୋଗ ଏବଂ ଅନ୍ୟାନ୍ୟ ରୋଗର କାରଣ ହୋଇଥାଏ ବୋଲି କହିଛନ୍ତି।
www.harpersbazaar.com.sg
ନଡ଼ିଆ ତେଲକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇପାରେ। ୨୦୧୮ରେ ପ୍ରକାଶିତ ଏକ ତଦନ୍ତରୁ ଜଣାପଡିଛି ଯେ କୋଲେଷ୍ଟ୍ରଲ ଉପରେ ନଡିଆ ତେଲର ପ୍ରଭାବ ଅଲିଭ୍ ତେଲ ସହିତ ସମାନ ହୋଇପାରେ।
୨୦୦୯ ମସିହାରେ ହୋଇଥିବା ଏକ ତଦନ୍ତରୁ ଜାଣିବାକୁ ମିଳିଛି ନଡିଆ ତେଲରେ ଥିବା ଏମ୍ସିଟି ରକ୍ତରେ ଥିବା ଇନ୍ସୁଲିନ୍ ସନ୍ତୁଳନକୁ ରକ୍ଷା କରେ। ନଡ଼ିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଇପାରେ ବୋଲି ଗେବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି। ଅନ୍ୟ ତେଲ୍ ତୁଳନାରେ ନଡ଼ିଆ ତେଲ୍ ତ୍ବଚା ଭିତରକୁ ବେଶି ଭଲ ଭାବେ ପ୍ରବେଶ କରିପାରେ। ସେଥିପାଇଁ ଏହାକୁ ତ୍ବଚାରେ ମାଲିସ୍ କଲେ ତ୍ବଚା ମସୃଣ ରହିଥାଏ।
Follow Us