କେଉଁ ଫଳ ଖାଇଲେ ଶରୀର ରହିବ ସୁସ୍ଥ ? ଜାଣନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କଣ ଖାଇବା ଜରୁରୀ…?

kalimi amba

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ସମସ୍ତେ ବ୍ୟସ୍ତ । ଆଉ ଏହି ବ୍ୟସ୍ତ ବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ସବୁଠାରୁ ବଡ଼ ଚାଲେଞ୍ଜ । କାରଣ ଏବେ ଘରେ ଘରେ ରୋଗ, ଘରେ ଘରେ ରୋଗୀ । ଏମିତି ଗୋଟେ ବି ପରିବାର ନାହିଁ ଯାହା ଘରେ ରୋଗୀ ନଥିବେ । ତେଣୁ ଏସବୁ ପରିସ୍ଥିତିର ମୁକାବିଲା ପାଇଁ, ନିଜକୁ ସୁସ୍ଥ ରଖିବା ପାଇଁ କଣ ଖାଇବା ଦରକାର.. କେମିତି ନିଜ ଦେହର ଯତ୍ନ ନେବା ଦରକାର ବୋଲି ପ୍ରଶ୍ନ ଆସେ । ପ୍ରାୟତଃ ପ୍ରତି ଘରେ ଏମିତି ଜଣେ ବ୍ୟକ୍ତି ଥିବେ ଯାହାଙ୍କୁ ଯେତେବେଳେ ବି ଦେଖ କିଛି ନା’ କିଛି ରୋଗ ଲାଗିରହିଥିବ । ବାରମ୍ବାର ଅସୁସ୍ଥ , ସାମାନ୍ୟ ଜ୍ବର ଏବଂ ଥଣ୍ଡା, କାଶ ,ଛିଙ୍କ ଭଳି ସମସ୍ୟା ଲାଗିରହିଥିବ । ଏହା ସାଧାରଣତଃ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) କାରଣରୁ ହୋଇଥାଏ । ଯଦି ଆପଣଙ୍କ ମଧ୍ୟରେ ମଧ୍ୟ ପାଣିପାଗ ବଦଳିବା ସହିତ ଅସୁସ୍ଥ ହେବାର ସମସ୍ୟା ଦେଖାଯାଉଛି ତେବେ ଆପଣଙ୍କୁ ନିଜ ଖାଦ୍ୟରେ ଏପରି ଦ୍ରବ୍ୟ ସାମିଲ କରିବା ଉଚିତ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବା ପାଇଁ ସାହାଯ୍ୟ କରିବ । ଆସନ୍ତୁ ସେ ବାବଦରେ ଜାଣିବା…

ଫଳ, ବିନ୍ସ, ଡ୍ରାଏ ଫ୍ରୁଟ୍ସ , ପନିପରିବା, ଲିନ୍ ପ୍ରୋଟିନରେ ଭରପୂର ଏକ ସନ୍ତୁଳିତ ଆହାର ଶରୀରକୁ ସୁସ୍ଥ ରଖିବା ଏବଂ ରୋଗରୁ ରକ୍ଷା କରିବା ପାଇଁ ଜରୁରୀ । ଓଟ୍ସ, କିନୋଆ, ସ୍ପ୍ରାଉଟ୍ସ ଏବଂ ଚଣା ଭଳି ଖାଦ୍ୟ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ । ଏଥିରେ ଭରପୂର ମାତ୍ରାରେ ମିନେରାଲ୍ସ ଏବଂ ଭିଟାମିନ୍ସ ଥାଏ, ଯାହା ଶରୀରକୁ ଭିତରୁ ପୋଷଣ ଦିଏ ଏବଂ ଶକ୍ତିଶାଳୀ କରେ । ଏତଦ୍ ବ୍ୟତୀତ, ଭରପୂର ମାତ୍ରାରେ ପର୍ଯ୍ୟାପ୍ତ ନିଦ, ଫିଜିକାଲ ଆକ୍ଟିଭିଟି ଏବଂ ଚାପକୁ କମ୍ କରିବା ମଧ୍ୟ ନିହାତି ଜରୁରୀ । ଏଠାରେ ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ବିଷୟରେ କହୁଛୁ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ବହୁତ ସାହାଯ୍ୟ କରେ ।

ଯଦି ଆପଣ ନିଜର ଇମ୍ୟୁନିଟିକୁ ବଢ଼ାଇବାକୁ ଚାହୁଛନ୍ତି, ତେବେ ଆପଣଙ୍କୁ ନିଜର ଡେଲି ଡାଏଟରେ ଭିଟାମିନ ସି ରିଚ୍ ଫଳର ସେବନ କରିବା ଉଚିତ । କମଳା, ଲେମ୍ବୁ , କିୱି, ଅମୃତଭଣ୍ଡା ଭଳି ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ଥାଏ ଯାହା ଇମ୍ୟୁନିଟିକୁ ବଢ଼ାଏ । ଖଟା ଫଳ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ, ଯାହା ସଂକ୍ରମଣ ସହିତ ଲଢ଼ିବା ପାଇଁ ଧଳା ରକ୍ତ କୋଷିକାର ଉତ୍ପାଦନକୁ ଉତ୍ତେଜିତ କରିଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଥାଏ, ଯାହା କୋଷିକାଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇଥାଏ, ଫ୍ଲେଭୋନଏଡ୍ସ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଏବଂ ଖଟା ଫଳରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ହଜମରେ ସାହାଯ୍ୟ କରେ ଏବଂ ଆପଣଙ୍କ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe