ପାଣି ପିଇବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ଗୁରୁତର ଶରୀର ଅସୁସ୍ଥ

Advertisment
ପାଣି ପିଇବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ଗୁରୁତର ଶରୀର ଅସୁସ୍ଥ

ପାଣି ପିଇବା ଶରୀର ପକ୍ଷେ ଖୁବ୍‌ ଜରୁରୀ ହୋଇଥାଏ। ଅଧିକାଂଶ ରୋଗର ନିରାକରଣ ପାଣିରେ ରହିଛି। ଡାକ୍ତରମାନେ ପ୍ରାୟତଃ ଅଧିକରୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ମାତ୍ର ଏହି ପାଣି ପିଇବା ବେଳେ ବେଳେ ଶରୀର ପ୍ରତି ଅସୁସ୍ଥକର ପ୍ରମାଣ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପାଣି ପିଇବା ସମୟରେ କେଉଁ ପ୍ରତି ଦିଗକୁ ଆମେ ଧ୍ୟାନ ଦେବା ଉଚିତ।

ଯଦି ଆଇସ୍‌କ୍ରିମ୍‌, ଖିରି, ବାଦାମ, ଦହି ଆଦି ଖାଇଛନ୍ତି ତେବେ ସେ ସମୟରେ ପାଣି ପିଅନ୍ତୁ ନାହିଁ। ପାଣି ପିଇି ସାରି ଏସବୁ ଖାଇଲେ ଚଳିବ।

ସେହିପରି ଚା’, କଫି, ହର୍ଲିକ୍ସ କିମ୍ବା ଗରମ ଖିର ପିଇ ସାରିବା ପରେ ପାଣି ପିଇବା ନେଇ ବାରଣ ରହିଛି।

publive-image

କେବେ ବି ସିଧାସଳଖ ବୋତଲରୁ ପାଣି ପିଅନ୍ତୁ ନାହିଁ। ହାର୍ଟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସବୁବେଳେ ଗ୍ଲାସ୍‌କୁ ପାଣି କାଢ଼ି ପିଅନ୍ତୁ।

ପ୍ଲାଷ୍ଟିକ୍‌ ବୋତଲେ ପାଣି ରଖି ପିଇବା ଅସୁସ୍ଥକର ହୋଇଥାଏ। ଆପଣ ଆଜିକାଲି ବଜାରରେ ମିଳୁଥିବା ଷ୍ଟିଲ୍‌ ଓ ତମ୍ବା ବୋତଲରେ ପାଣି ରଖି ପିଇପାରନ୍ତି।

ଶୋଇକରି କେବେ ବି ପାଣି ପିଇବାର ଭୁଲ୍‌ କରନ୍ତୁ ନାହିଁ। ଠିଆ ହୋଇ ପାଣି ପିଇବା ବି ଶରୀର ପାଇଁ ଭଲ ହୋଇ ନଥାଏ। ଆପଣ ସଦା ବସି କରି ପାଣି ପିଇବା ଅଭ୍ୟାସ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe