ପୂଜାରେ ଧୂପ ଲଗାଇବା କାହିଁକି ଜରୁରୀ, ଜାଣନ୍ତୁ ବୈଜ୍ଞାନିକ କାରଣ

Advertisment
ପୂଜାରେ ଧୂପ ଲଗାଇବା କାହିଁକି ଜରୁରୀ, ଜାଣନ୍ତୁ ବୈଜ୍ଞାନିକ କାରଣ

ଦିନକୁ ଥରେ ହେଉ କି ତାଠାରୁ ଅଧିକା ପୂଜା ଘରେ ଆମେ ଧୂପ ନିଶ୍ଚୟ ଜାଳିଥାଉ। ଭବବାନଙ୍କୁ ଫୁଲ ଦେଇ ସଜାଇବା ପରି ଧୂପ ଜାଳି ପୂଜା କରିବା ପ୍ରାୟ ସବୁ ଭଗବତ ପ୍ରେମୀଙ୍କ ଭିତରେ ରହିଛି। ଯଦି କିଛି ସ୍ୱତନ୍ତ୍ର ଉତ୍ସବ ବା ପୂଜା-ପର୍ବଣ ହୁଏ ତାହାଲେ ତ ଆମେ ଆହୁରି ଅଧିକ ଧୂପ, ଦୀପ ଲଗାଇ ଆଳତୀ କରିଥାଉ। ଆପଣ ଅନୁମାନ ବି କରିଥିବେ, ଖାଲିରେ ଭଗବାନଙ୍କୁ ଯେତେ ବି ସ୍ମରଣ କରନ୍ତୁ କିନ୍ତୁ ଧୂପ ଲଗାଇବା ପରେ ଭିନ୍ନ ଭାବ ଆସେ। ଏହା ପଛରେ ପୌରାଣିକ ମତ ତ ନିଶ୍ଚୟ ରହିଛି ମାତ୍ର ଏମିତି କିିଛି ବୈଜ୍ଞାନିକ ମତ ଅଛି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

publive-image

ଧୂପ ଯେଉଁ ଫୁଲରେ ତିଆରି ହୋଇଥାଏ ତାହର ବାସ୍ନା ଯେତେ ପର୍ଯ୍ୟନ୍ତ ଚହଟେ ସେତେ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଥିବା କୀଟାଣୁ ନଷ୍ଟ ହୋଇ ଯାଇଥାନ୍ତି। ସେହି ବାସ୍ନାରେ ଏପରି ଶକ୍ତି ଅଛି ଯାହା ମନ ଶାନ୍ତି ରଖିବା ସହ, ମୁଣ୍ଡ ବିନ୍ଧା, ବିଗ୍ରତ ଲାଗିବା ଏବଂ କ୍ଳାନ୍ତି ଆଦିକୁ ଦୂର କରିଥାଏ।

publive-image

ପୂର୍ବରୁ ଅଗତବତୀରେ ଅନେକ ଔଷଧ ସମିଶ୍ରଣ କରାଯାଉଥିଲା, ଏବେ ମଧ୍ୟ କିଛି ପରିମାଣରେ କରାଯାଉଛି। ଅଥର୍ବ ବେଦରେ ଲେଖା ଯାଇଛି ଧୂପ ସଂସ୍ପର୍ଶରେ ଆସିଲେ ଅନେକ ରୋଗ ଦୂର ହୋଇଥାଏ। ଧୂପ ଜଳାଇଲେ ଆଖପାଖର ବାୟୁମଣ୍ଡଳ ସ୍ୱଚ୍ଛ ହୋଇଥାଏ।

publive-image

ଏହି ଧୂପ ଗନ୍ଧ ମସ୍ତିଷ୍କକୁ ସ୍ଥିର ରଖେ, ଫଳରେ ପୂଜା ସମୟରେ ମନ ଏପଟ ସେପଟ ନହୋଇ ଭଗବାନଙ୍କ ନିକଟରେ ରହିଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁରେ ଉଲ୍ଳେଖ କରାଯାଇଛି ଯେ ଜଳୁଥିବା ଧୂପ ନକାରାତ୍ମକ ଶକ୍ତିକୁ ଦୂରେଇ ଦେଇଥାଏ। ମାତ୍ର ଆଜିକାଲି ବଜାରରେ ମିଳୁଥିବା ଶସ୍ତା ବା ନକଲି ଧୂପର ସେତେଟା ପ୍ରଭାବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe