ଦେଶରେ କାହିଁକି ବଢୁଛି ହୃଦଘାତର ମାତ୍ରା? ଆପଣେଇବାକୁ ହେବ ଏହି ଉପାୟ

ଦେଶରେ କାହିଁକି ବଢୁଛି ହୃଦଘାତର ମାତ୍ରା? ଆପଣେଇବାକୁ ହେବ ଏହି ଉପାୟ

ନୁଆଦିଲ୍ଲୀ: ବିଗତ କିଛି ବର୍ଷ ହେବ ଦେଶରେ ହୃଦରୋଗ ସମସ୍ୟା ବଢିବାରେ ଲାଗିଛି । ୧୨ବର୍ଷ ପିଲାଙ୍କଠୁ ଆରମ୍ଭ କରି ୪୫ ବର୍ଷୀୟ ଲୋକ ହାର୍ଟଆଟାକ୍ ବା ହୃଦ୍‌ଘାତରେ ନିଜ ପ୍ରାଣ ହରାଉଛନ୍ତି। କେବଳ ଭାରତ ନୁହେଁ କୋରୋନା ପରେ ସମସ୍ତ ଦେଶରେ ଏହା ଏକ ବଡ଼ ସମସ୍ୟା ପାଲଟିଯାଇଛି। ବର୍ତ୍ତମାନ ସମୟରେ ଏହି ରୋଗ ଏକ ବଡ଼ ସଂକଟ ସାଜିଛି। କିଛି ବର୍ଷ ପୂର୍ବରୁ ଏହା କେବଳ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଖୁବ୍ କମ୍‌ ବୟସରେ ବି ଏହି ରୋଗର ସାମ୍ନା କରିବାକୁ ପଡୁଛି।

ଡାକ୍ତରଙ୍କ କହିବା ଅନୁଯାୟୀ, କୋଭିଡ୍ ମହାମାରୀ ପରଠାରୁ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଶାରିରୀକ କାର୍ଯ୍ୟକଳାପରେ ଅଭାବ , ମାନସିକ ଚାପ , ଅବସାଦ ବୃଦ୍ଧି ଓ ଖରାପ ଖାଦ୍ୟପେୟର ଅଭ୍ୟାସ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇଛି । ୨୦୨୩ ବର୍ଷ ଉପରେ ଯଦି ଆମେ ନଜର ପକାଇବା ତେବେ କେବଳ ଭାରତ ନୁହେଁ, ଅନ୍ୟ ସମସ୍ତ ଦେଶରେ କିଛି ବର୍ଷ ହେବ ବିଶେଷ କରି କୋରୋନା ମହାମାରୀ ପରଠାରୁ ହୃଦ୍‌ଘାତର ମାମଲା ଅଧିକ ସାମ୍ନାକୁ ଆସିଛି।

ଦିଲ୍ଲୀ ସାଲିମାରବାଗ ସ୍ଥିତ ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ, ଯେଉଁ ଲୋକ କୋଭିଡ୍ ରୋଗରେ ପୀଡ଼ିତ ଥିଲେ, ସେମାନଙ୍କ କ୍ଷେତ୍ରରେ ହୃଦରୋଗର ଅଧିକ ସମ୍ଭାବନା ରହିଛି। ସେଥିପାଇଁ ସେମାନଙ୍କୁ ଅତ୍ୟଧିକ ବ୍ୟାୟାମ କରିବାକୁ ବାରଣ କରାଯାଇଛି। ଅଧିକ କାମ ବା ଅତ୍ୟଧିକ ବ୍ୟାୟାମ କରିବା ଫଳରେ ହୃଦୟ ଉପରେ ପ୍ରଭାବ ପଡିଥାଏ। ଯାହା ପର ମୁହୂର୍ତ୍ତରେ ସାଂଘାତିକ ସାବସ୍ଥ୍ୟ ହୋଇଥାଏ।

ତେବେ କିଛି ଉପାୟ ଆପଣେ ଆମେ ଏହି ସମସ୍ୟାକୁ ଦୂର କରିପାରିବା। ଚାଲନ୍ତୁ ଜାଣିବା ତାହା ସବୁ କେଉଁ ଉପାୟ।

୧. ମଦ୍ୟପାନ ଓ ଧୂମପାନଠାରୁ ଦୁରେଇ ରୁହନ୍ତୁ।
୨. ନିଜ ଡାଏଟ୍‌ରେ ପୋଷଣଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ।
୩. ନିରାମିଷ ବଦଳରେ ନିଜ ଖାଦ୍ୟରେ ଅତ୍ୟଧିକ ପନିପରିବାକୁ ସାମିଲ୍‌ କରାନ୍ତୁ।
୪. ନିୟମିତ ବ୍ୟୟାମ କରନ୍ତୁ।
୫. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।
୬. କୋଲେଷ୍ଟ୍ରୋଲ , ଡାଇବେଟିସ୍ ଓ ରକ୍ତଚାପ ରୋଗୀ ନିୟମିତ ଶରୀରର ଚେକ୍‌ଅପ୍‌ କରାନ୍ତୁ।
୭. ମାନସିକ ଚାପ , ଚିନ୍ତା , ଅବସାଦ ଆଦି ସମସ୍ତ ସମସ୍ୟାକୁ ଗମ୍ବୀରତାର ସହ ନେଇ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe