ସକାଳ ଜଳଖିଆ ଜରୁରି କାହିଁକି

Advertisment

ସକାଳ ଜଳଖିଆକୁ ସାଧାରଣତଃ ଦିବସର ଶ୍ରେଷ୍ଠ ଭୋଜନ ଭାବେ ପରିଗଣନା କରାଯାଏ। ଏହା ରାତି ସାରା ଅବଶ ହୋଇ ପଡ଼ିଥିବା ଶରୀରକୁ ଶକ୍ତି ଓ ସତେଜତା ଯୋଗାଇବା ସହ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକର ଚାହିଦା ମେଣ୍ଟାଇଥାଏ।

ସକାଳ ଜଳଖିଆକୁ ସାଧାରଣତଃ ଦିବସର ଶ୍ରେଷ୍ଠ ଭୋଜନ ଭାବେ ପରିଗଣନା କରାଯାଏ। ଏହା ରାତି ସାରା ଅବଶ ହୋଇ ପଡ଼ିଥିବା ଶରୀରକୁ ଶକ୍ତି ଓ ସତେଜତା ଯୋଗାଇବା ସହ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକର ଚାହିଦା ମେଣ୍ଟାଇଥାଏ।

gdjdgjdgjdgj

ସକାଳ ଜଳଖିଆକୁ ସାଧାରଣତଃ ଦିବସର ଶ୍ରେଷ୍ଠ ଭୋଜନ ଭାବେ ପରିଗଣନା କରାଯାଏ। ଏହା ରାତି ସାରା ଅବଶ ହୋଇ ପଡ଼ିଥିବା ଶରୀରକୁ ଶକ୍ତି ଓ ସତେଜତା ଯୋଗାଇବା ସହ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକର ଚାହିଦା ମେଣ୍ଟାଇଥାଏ। ମାତ୍ର ଆଜିର ବ୍ୟସ୍ତବହୁଳ ଜୀବନରେ ଦିବସର ଏହି ଗୁରୁତ୍ବପୂର୍ଣ୍ଣ ପ୍ରଥମ ଭୋଜନକୁ ଆମମାନଙ୍କ ଭିତରୁ ଅନେକ ଅଣଦେଖା କରିଥା’ନ୍ତି। ମାତ୍ର ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। 

ତେଣୁ ପ୍ରତ୍ୟହ ସକାଳେ ଜଳଖିଆ ଗ୍ରହଣ ନକଲେ କ’ଣ ସବୁ ଅସୁବିଧା ହୋଇଥାଏ, ଆଜି ସେ ବାବଦରେ ଅବଗତ ହେବା। ପ୍ରଥମତଃ ସକାଳେ ଜଳଖିଆ ଖାଇ ନଥିଲେ ଆମ ଶରୀର ଯେ କୌଣସି ବି ଖାଦ୍ୟ ପାଇଁ ବ୍ୟାକୁଳ ହୋଇଥାଏ। ଫଳରେ ଆବଶ୍ୟକତା ଠାରୁ ଅଧିକ ଖାଇବା ସହ ଉଚ୍ଚ କ୍ୟାଲୋରି ଯୁକ୍ତ ଓ ଶର୍କରା ସଂପନ୍ନ ଖାଦ୍ୟ ଖାଇବାକୁ ମନ ହୋଇଥାଏ। ଏହାଦ୍ବାରା ଓଜନ ବୃଦ୍ଧିର ଆଶଙ୍କା ସୃଷ୍ଟି ହୁଏ। ସେହିପରି ପୂର୍ବରୁ ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନେ ଆଦୌ ସକାଳ ଜଳଖିଆ ଖାଆନ୍ତି ନାହିଁ, ସେମାନଙ୍କର ନିୟମିତ ଜଳଖିଆ ଖାଉଥିବା ଲୋକଙ୍କ ତୁଳନାରେ ହୃଦ୍‌ଘାତ ମୃତ୍ୟୁ ଆଶଙ୍କା ୮୭ ପ୍ରତିଶତ ଅଧିକ। ଅପରପକ୍ଷେ, ସକାଳ ଜଳଖିଆ ନ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ସ୍ତର ବଢ଼ିଯାଇଥାଏ। ଶରୀର ଯେତେବେଳେ ଭୋକିଲା ଥାଏ ଓ ପୋଷକ ଆବଶ୍ୟକ କରୁଥାଏ,ଏହା ସ୍ବାଭାବିକ ଭାବେ ଖାଦ୍ୟ ହଜମକୁ ସୁଗମ କରିବା ଲାଗି ଅମ୍ଳ ଝରାଇ ପାକସ୍ଥଳୀ ଭିତରକୁ ଛାଡ଼ିଥାଏ। ଯଦି ଏହି ଅମ୍ଳ ପାଚନରେ ବ୍ୟବହୃତ ହେବା ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ ନ ପାଏ, ତେବେ ଅମ୍ଳ ସ୍ତର ବଢ଼ିଯାଇ ତାହା ପାକସ୍ଥଳୀ ଓ ଖାଦ୍ୟ ନଳୀ ସମେତ ହୃତ୍‌ପିଣ୍ଡକୁ ମଧ୍ୟ ପ୍ରଭାବିତ କରିଥାଏ। 

ସକାଳେ ଜଳଖିଆ ଖାଇ ନଥିଲେ ଆମ ଶରୀର ଯେ କୌଣସି ଖାଦ୍ୟ ଗ୍ରହଣ ପାଇଁ ବ୍ୟାକୁଳ ହୋଇଥାଏ। ଫଳରେ ଆବଶ୍ୟକତାରୁ ଅଧିକ ଉଚ୍ଚ କ୍ୟାଲୋରିଯୁକ୍ତ ଓ ଶର୍କରାସଂପନ୍ନ ଖାଦ୍ୟ ଖାଇବାକୁ ମନ ହୋଇଥାଏ। ଏହାଦ୍ବାରା ଓଜନ ବୃଦ୍ଧିର ଆଶଙ୍କା 
ସୃଷ୍ଟି  ହୋଇଥାଏ

ସେହିପରି ସକାଳ ଜଳଖିଆକୁ ଅବହେଳା କଲେ ରକ୍ତ ଶର୍କରା ସ୍ତର ଖସିଯାଇଥାଏ। ସେଥି ଯୋଗୁଁ ମନରେ ଚିଡ଼ିଚିଡ଼ା ଭାବ ଆସିବା ସହ ଜଣେ କ୍ଳାନ୍ତି ଅନୁଭବ କରିଥାଏ। ଏଥି ସହିତ ନିମ୍ନ ରକ୍ତ ଶର୍କରା ସ୍ତର ମଧ୍ୟ କୋର୍ଟିସୋଲ୍‌ ସ୍ତରକୁ ବଢ଼ାଇ ଅଧିକ ଚାପଗ୍ରସ୍ତ ଅନୁଭବ ଆଣିଥାଏ। ସେଥିଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧିବା ସହ ସବୁକିଛି ଅସହଜ ମନେହୁଏ।

ସୂଚନାଯୋଗ୍ୟ, ବିଭିନ୍ନ ପ୍ରକାର ଭିଟାମିନ୍‌, ତନ୍ତୁ, କାଲସିଅମ୍‌ ଓ ଅନ୍ୟାନ୍ୟ ଖଣିଜ ସାରକୁ ଶରୀର ଗ୍ରହଣ କରିବା ପାଇଁ ସକାଳ ହେଉଛି ପ୍ରକୃଷ୍ଟ ସମୟ, ଯାହା ସାରା ଦିନ ପାଇଁ ଚଳଚଞ୍ଚଳ ରହିବା ପାଇଁ ପ୍ରୋତ୍ସାହିତ କରିଥାଏ। ତେଣୁ ସକାଳ ଜଳଖିଆ ନକରିବା ଦ୍ବାରା ଶରୀର ଯଥେଷ୍ଟ ପରିମାଣର ପୋଷକ ପାଇ ନଥାଏ, ଯାହା କି ନାନା ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସନ୍ତୁଳିତ ପୋଷକ ସଂପନ୍ନ ସକାଳ ଜଳଖିଆ ଅପରିହାର୍ଯ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe