କେଉଁ କାରଣ ପାଇଁ ଗର୍ଭାଶୟ କର୍କଟର ଶିକାର ହୋଇଥାନ୍ତି ମହିଳା? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଏଥିରୁ ବର୍ତ୍ତିବାର ଉପାୟ

କେଉଁ କାରଣ ପାଇଁ ଗର୍ଭାଶୟ କର୍କଟର ଶିକାର ହୋଇଥାନ୍ତି ମହିଳା? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଏଥିରୁ ବର୍ତ୍ତିବାର ଉପାୟ

nari.punjabkesari.in

ଗର୍ଭାଶୟ କର୍କଟ ଏମିତି ରୋଗ ଯାହା ମହିଳାଙ୍କ ପାଖରେ କୌଣସି ବି ବୟସର ଦେଖା ଯାଇଥାଏ । ୫୦ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଖରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । କିନ୍ତୁ କିଛି ମହିଳା ଏହି ରୋଗର ଲକ୍ଷଣକୁ ଅଣଦେଖା କରି ତାକୁ ବଢ଼ିବାକୁ ଦେଇଥାନ୍ତି, ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଭୟଙ୍କର ରୂପ ଧାରଣ କରିଥାଏ । କିଛି ମହିଳା ଏହି ରୋଗର ଲକ୍ଷର ଜାଣି ନ ପାରି ଗର୍ଭାଶୟ କର୍କଟ କବଳରେ ଆସି ଯାଇଥାନ୍ତି । ସେଥିପାଇଁ ଆଜି ଆମେ ଏହି ରୋଗର କାରଣ ଏବଂ ଏହାର ଲକ୍ଷଣ ବିଷୟରେ ଜଣାଇବାକୁ ଯାଉଛୁ।

ଗର୍ଭାଶୟ କର୍କଟର କାରଣ :
୧.ମାସିକ ଧର୍ମ ଶୀଘ୍ର ହେବା
୨.୫୦ ବର୍ଷ ବୟସ ପରେ ମନୋପଜ ହେବା
୩. ଧୂମପାନ କରିବା
୪. ମୋଟାପଣ
୫. ଅଧିକ ଔଷଧ ସେବନ
ଏବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ...

publive-image nari.punjabkesari.in

୧. ଗର୍ଭାଶୟ କର୍କଟ ହେଲେ ପେଟରେ ଏକ ତରଳ ପଦାର୍ଥ ଭଳି ଜିନିଷ ତିଆରି ହୋଇଥାଏ, ଯାହା ପାଇଁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇଥାଏ ।
୨.କିଛି କାମ ନ କରି ଥକାପଣ ଅନୁଭବ ହେବା ବା ଦରକାରଠାରୁ ଅଧିକ ନିଦ ଲାଗିବା ଗର୍ଭାଶୟ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩.ବାରମ୍ବାର ପରିଶ୍ରା ଲାଗିବା ବା ପରିଶ୍ରାରେ ରକ୍ତ ଆସିବା ଗର୍ଭାଶୟ କର୍କଟର ଲକ୍ଷଣ ହୋଇପାରେ ।
୪.ପେଟ ଫୁଲିବା,ଦରଜ ହେବା ବା ଖାଦ୍ୟ ହଜମ ନ ହେବା ଭଳି ଲକ୍ଷଣ ଗର୍ଭାଶୟ କର୍କଟର ଲକ୍ଷଣ ହୋଇଥାଏ ।

ଗର୍ଭାଶୟ କର୍କଟଠାରୁ ଦୂରରେ ରହିବାର ଉପାୟ...

publive-image nari.punjabkesari.in

୧.ତମାଖୁ ସେବନ ନ କରିବା
୨.ମଦଠାରୁ ନିଜକୁ ଦୂରେଇ ରଖିବା
୩.ମାଂସ ଭୋଜନ କମ କରିବା
୪.ଓଜନକୁ ନିୟନ୍ତ୍ରଣରେ ରଖିବା
୫. ଅଧିକ ଫଳ ଏବଂ ସବୁଜ ପନିପରିବା ଖାଇବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe