ଭାବୀ ଜୀବନସଙ୍ଗିନୀ କିପରି ହେବା ଆବଶ୍ୟକ

ଭାବୀ ଜୀବନସଙ୍ଗିନୀ କିପରି ହେବା ଆବଶ୍ୟକ

photo--amarujala

ବିବାହ କେବଳ ଦୁଇ ଲୋକଙ୍କର ସଂପର୍କ ନୁହେଁ ,ବରଂ ଏହା ହେଉଛି ଏକ ନୂତନ ଅନୁଷ୍ଠାନ। ଏଥିପାଇଁ ପୁଅ ହେଉ କି ଝିଅ ସମସ୍ତେ ନିଜର ବାହାଘରକୁ ଏକ ବଡ଼ କଥା ବୋଲି ମନେ କରନ୍ତି। ବିବାହ ପୂର୍ବରୁ ଯେମିତି ଯୁବତୀ ତାଙ୍କର ସ୍ୱପ୍ନର ରାଜକୁମାର ପାଇବା ପାଇଁ ବ୍ୟାକୁଳ ଥାଆନ୍ତି, ଠିକ୍‌ ସେମିତି ଯୁବକଙ୍କ ମନରେ ବି ଥାଆନ୍ତି ଡ୍ରିମ୍‌ ଗାର୍ଲ । ବାହାଘର ଠିକ୍‌ ହେବା ପରେ ଯୁବକ ତାଙ୍କ ଭାବୀ ପତ୍ନୀଙ୍କ ଠାରୁ କିଛି ଆଶା ରଖି ଥାଆନ୍ତି । ତାଙ୍କର ଜୀବନସାଥୀଙ୍କଠାରେ କେଉଁ ସବୁ ଗୁଣ ଥିବା ବା କିଭଳି କାମର ଆଶା ରଖନ୍ତି, ଆସନ୍ତୁ ତାହା ଜାଣିବା...

ପ୍ରଥମ କଥା ହେଲା ଯେ ଜୀବନସଙ୍ଗିନୀ ସ୍ୱାମୀଙ୍କ ଘରକୁ ନିଜ ଘର ଭାବି ସ୍ୱଚ୍ଛତା ଓ ସାଜସଜ୍ଜା ପ୍ରତି ଧ୍ୟାନ ଦିଅନ୍ତୁ । ଯୁବକଙ୍କ ବାପା, ମାଆଙ୍କ ଆଶା ଥାଏ ଯେ ବୋହୁ ଆସିବା ପରେ ଘରେ ଭଲ ଭଲ ଖାଦ୍ୟ ରାନ୍ଧି ସେମାନଙ୍କୁୂ ପରସିବ ।ଏଦୃଷ୍ଟିରୁ ଭାବୀ ସ୍ୱାମୀଙ୍କ ମନରେ ଏକଥା ବି ଥାଏ । ସକାଳେ ସ୍ୱାଦିଷ୍ଟ ଜଳଖିଆ ସାଙ୍ଗକୁ ମଧ୍ୟାହ୍ନ ଓ ରାତ୍ରି ଭୋଜନରେ ବି ମନଲାଖି ଖାଦ୍ୟ ପ୍ରସ୍ତୁତି କରନ୍ତୁ ଭାବୀ ପତ୍ନୀ ।

publive-image photo--cloudfront.net

ବୋହୁ ଭଳି ନୁହେଁ ବରଂ ଝିଅ ପରି ଘରେ ବାପା, ମାଆଙ୍କ ଯତ୍ନ ନିଅନ୍ତୁ ଭାବୀ ପତ୍ନୀ । ପ୍ରତ୍ୟେକ ଯୁବକ ଚାହାଁନ୍ତି ଅଫିସରୁ କାମ ସାରି ଘରକୁ ଫେରିବା ମାତ୍ରେ ପତ୍ନି ତାଙ୍କୁ ଗରମ ଚାହା ଦିଅନ୍ତୁ । ଏକଥାର ଆଶା ବି ରଖିବା ବି ସ୍ୱାଭାବିକ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe