ଏହି ଶୀତ ଦିନଆ ରୋଗଗୁଡ଼ିକ ପ୍ରତି ସାବଧାନ! ଏମିତି ଆପଣାନ୍ତୁ ପ୍ରତିକାର ତରିକା

ଏହି ଶୀତ ଦିନଆ ରୋଗଗୁଡ଼ିକ ପ୍ରତି ସାବଧାନ! ଏମିତି ଆପଣାନ୍ତୁ ପ୍ରତିକାର ତରିକା

ମଣିଷ ଶରୀର ଅଛି ମାନେ ତା ସାଥେ ସାଥେ ରୋଗ ବି ଅଛି। ସଂସାରରେ କେହି ବି ମଣିଷ ଶହେ ପ୍ରତିଶ ସୁସ୍ଥ ନୁହଁନ୍ତି। ତେବେ ଆପଣ ଏକଥା ବି ନିଶ୍ଚୟ ଜାଣିଥିବେ ଯେ ସାଧାରଣତଃ ପ୍ରତ୍ୟେକ ଋତୁ ଅନୁସାରେ ରୋଗ ବି ଭିନ୍ନ ହୋଇଥାଏ। ଖରାଦିନ, ବର୍ଷାଦିନ ଓ ଶୀତଦିନର ରୋଗ ବି ଅଲଗା। ତେବେ ଚାଲନ୍ତୁ ଜାଣିବା କେତୋଟି ଶୀତଦିନିଆ ରୋଗ ସଂପର୍କରେ। ତାହାର ନିରାକରଣ ବି ଜାଣିବା।

ଶୀତ ଦତନରେ ଥଣ୍ଡା, ଜ୍ୱର ବ୍ୟତୀତ ଫ୍ଲୁ ବ୍ୟାପିବାର ବହୁ ସମ୍ବାବନା। ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାମାନେ ଏ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଏହା ଏକ ବ୍ୟାପିବା ଭଳି ରୋଗ ହୋଇଥିବାରୁ ସଚେତନ ରୁହନ୍ତୁ।

ଶ୍ୱାସ ରୋଗୀମାନେ ଶୀତ ଦିନେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଏହି ଦିନ ଶ୍ୱାସ ରୋଗୀମାନଙ୍କ ଶ୍ୱାସ ବଢ଼ିଯାଏ। ସେମାନେ ଥଣ୍ଡା ଚିକିତ୍ସାରେ ରହିବା ସହ ଖାଇବା ପିଇବାରେ ଉଚିତ ଧ୍ୟାନ ଦେବା ଆବଶ୍ୟକ।

ଶୀତ ଦିନେ ଅନେକ ଲୋକଙ୍କର ହୃଦ୍‌ଘାତ ହେତୁ ବି ପ୍ରାଣ ଯାଇଥାଏ। କାରଣ ଏହି ଦିନ ରକ୍ତଚାପ ବଢ଼ିଯାଇଥାଏ। ଏଥିପାଇଁ ରୀତିମତ ବ୍ୟାୟାମ କରିବା ସହ ଶରୀରକୁ ଗରମ ରଖିବା ଉଚିତ।

ଗଣ୍ଠି ବିନ୍ଧା ବି ଶୀତ ଦିନେ ଏକ ସାଧାରଣ ସମସ୍ୟା ହୋଇଥାଏ। ଏଥିପାଇଁ ବି ବ୍ୟାୟାମର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe