ଶୀତ ଋତୁରେ କାହିଁକି ପାଣି ସିଙ୍ଗଡା ଖାଇବା ଉଚିତ ?

Advertisment
ଶୀତ ଋତୁରେ କାହିଁକି ପାଣି ସିଙ୍ଗଡା ଖାଇବା ଉଚିତ ?

ପ୍ରତ୍ୟେକ ଋତୁରେ ନିର୍ଦ୍ଦିଷ୍ଟ ଫଳ ଖାଇବା ଦେହ ପାଇଁ ଲାଭକାରୀ ବୋଲି କୁହାଯାଏ। ଏବେ ଶୀତ ଦିନ ଆସିଲାଣି ।ଶୀତ ଋତୁରେ ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଖୁବ୍‌ ଭଲ।

ପାଣି ସିଙ୍ଗଡାକୁ କଞ୍ଚା ଚୋବାଇ ବା ସିଝାଇ ଖାଇପାରନ୍ତି। ଏଥିରେ ଭିଟାମିନ୍‌ ଏ,ସି,ପ୍ରୋଟିନ୍‌,ନିକୋଟିନ୍‌,ଏସିଡ଼,ସାଇଟ୍ରିକ୍‌ ଏସିଡ୍‌ ,ଥାୟାମିନ୍‌,କାର୍ବୋ ହାଇଡ୍ରେଟ୍‌ ଓ ଏନର୍ଜି ଥାଏ। ଏହାଛଡା ଏଥିରେ ଫସଫରସ,ମାଙ୍ଗାନିଜ୍‌,କାଲସିୟମ୍‌,ଫାଇଭର୍‌,ମାଗ୍ନେସିୟମ୍‌,ପୋଟାସିୟମ,ଆୟୋଡିନ୍‌,ସୋଡିୟମ୍‌ ଓ ଜିଙ୍କ୍‌ ଆଦି ମିନେରାଲ ବି ରହିଛି। ଏହି କାରଣରୁ ଗର୍ଭବତୀ ମହିଳାମାନଙ୍କ ପାଇଁ ପାଣି ସିଙ୍ଗଡ଼ା ଖୁବ୍‌ ଉପାଦେୟ।ଗର୍ଭାବସ୍ଥାରେ ପାଣି ସିଙ୍ଗଡ଼ା ସେବନ କରିଲେ ସେହି ସମୟରେ ଯେଉଁ ସବୁ ସମସ୍ୟା ଦେଖାଦିଏ,ତାହା ଦୂର ହୋଇଥାଏ।

ଯଦି ଆପଣଙ୍କର ଡିହାଇଡ୍ରେସନ୍‌ର ସମସ୍ୟା ଅଛି,ତେବେ ପାଣି ସିଙ୍ଗଡା ଖାଇବା ଦ୍ୱାରା ତାହାର ସମାଧାନ ହୋଇଯିବ। ଥାଇରଏଡ୍‌ର ଉପଚାର ଲାଗି ବି ପାଣି ସିଙ୍ଗଡ଼ା ବେଶ୍‌ ଭଲ।

publive-image

ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ଅଛି,ତେବେ ସେଥିରୁ ରକ୍ଷା ପାଇବା ଳାଗି ବି ପାଣି ସିଙ୍ଗଡ଼ା ଖାଇପାରନ୍ତି। ମୁହଁରେ ବ୍ରଣ ହେଉଥିଲେ ସେଥିରୁ ରକ୍ଷା କରିଥାଏ ପାଣି ସିଙ୍ଗଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe