ଶୀତ ଋତୁରେ କାହିଁକି ଓଜନ ବଢ଼ିଯାଏ?

ଶୀତ ଋତୁରେ କାହିଁକି ଓଜନ ବଢ଼ିଯାଏ?

ଏବେ ଆସିଗଲା ଶୀତ ଋତୁ । ଏହି ଋତୁରେ କେତେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ। ଶୀତ ଋତୁରେ ଲୋକଙ୍କର ଓଜନ ବଢ଼ିଯାଏ ବୋଲି କୁହାଯାଏ। ଅନ୍ୟାନ୍ୟ ଋତୁ ତୁଳନାରେ ଏହା ଏକ ବଡ଼ ସମସ୍ୟା ବୋଲି କୁହାଯାଏ। ଏହର ପ୍ରଥମ କାରଣ ହେଲା ଶୀତ ଋତୁରେ ଥଣ୍ଡା ଅନୁଭୂତ ହେଉଥିବା ହେତୁ ଠିକ୍‌ଭାବେ ବ୍ୟାୟାମ କରିବାକୁ ଇଚ୍ଛା ହୁଏନା। ଏହାଫଳରେ ଧୀରେ ଧୀରେ ଓଜନ ବଢ଼ିଯାଇଥାଏ।

ଶୀତ ଋତୁରେ ଦିନ ଛୋଟ ଓ ରାତି ବଡ଼ ହୋଇଯାଏ। ଏହି କାରଣରୁ ଅଧିକ ସମୟ ଶୋଇବାକୁ ସୁଯୋଗ ମିଳିଥାଏ। ଏହାଫଳରେ ଓଜନ ବଢ଼ିଯାଏ। ଶୀତଋତୁରେ ବିଭିନ୍ନ ଫଳ ସାଙ୍ଗକୁ ଚଟପଟା ମସଲାଦାର ଭୋଜନ ଅଧିକ ମାତ୍ରାରେ ଖାଇବାକୁ ମିଳିଥାଏ। ତା’ଛଡ଼ା ଚା’ ଓ କଫି ବି ଅଧିକ ମାତ୍ରାରେ ସେବନ କରିଥାଉ। ଏହା ଶରୀରରେ ଫ୍ୟାଟ୍‌ ଓ ଉଚ୍ଚକ୍ୟାଲୋରିକୁ ଏକତ୍ରିତ କରିଥାଏ। ଫଳରେ ଓଜନ ବଢ଼ିଯାଇଥାଏ।

publive-image

ଅନ୍ୟାନ୍ୟ ଋତୁ ତୁଳନାରେ ଶୀତ ଋତୁରେ ଅଧିକ ଭୋକ ଲାଗିଥାଏ। ଏହାକୁ ସିଜିନ୍‌ ଇଫେକ୍ଟିଭ୍‌ ଡିସଅର୍ଡର ବୋଲି କୁହାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe