Disadvantage of Tea And Coffee Photograph: (sambad.in)
ଶୀତଦିନ ଆରମ୍ଭ ହୋଇଗଲେ ଲୋକମାନେ ନିଜ ଶରୀରକୁ ଉଷ୍ମ ରଖିବା ପାଇଁ ଚା’ କିମ୍ବା କଫି ପିଇଥାନ୍ତି। ଏହା ଦ୍ବାରା ଶୋଷ କମ୍ ଲାଗିଥାଏ। ତେଣୁ ଲୋକମାନେ ପାଣି ପିଇବା କମ୍ କରି ଦେଇଥାନ୍ତି। ଏହା କାରଣରୁ ଶରୀରରୁ ଜଳୀୟ ଅଂଶ କମିବାକୁ ଲାଗେ। ଆପଣ ଜାଣିଛନ୍ତି କି ଚା’ କିମ୍ବା କଫି ଅଧିକ ପରିମାଣରେ ପିଇଲେ ତାହା ଆପଣଙ୍କ ଗଣ୍ଠି ଓ ହାଡ ଉପରେ ଖରାପ ପ୍ରଭାବ ପକାଇଥାଏ। ଅଧିକ ଚା’ ପିଇବା ଦ୍ବାରା ଶରୀରରେ ଶର୍କରା ପରିମାଣ ବଢିଯାଏ ଏବଂ ଶରୀର ଶୁଷ୍କ ହୋଇଯାଏ।
ରାୟପୁର ଏମ୍ସ ହସ୍ପିଟାଲର ଅର୍ଥୋପେଡିକ୍ ଏବଂ ସ୍ପୋର୍ଟ୍ସ ଇନ୍ଜୁରୀ ସର୍ଜନ ଡାକ୍ତର ଦୁଷ୍ୟନ୍ତ ଚୌହାନ ତାଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ କହିଛନ୍ତି ଯେ, ଥଣ୍ଡା ଦିନେ ଚା’ କିମ୍ବା କଫି ଅଧିକ ପରିମାଣରେ ପିଇବା ଉଚିତ୍ ନୁହେଁ ଓ ଏଥିରୁ ବଞ୍ଚିବା ପାଇଁ କ‘ଣ କରିବା ଜରୁରୀ।
କାହିଁକି ହୁଏ ଯନ୍ତ୍ରଣା?
ଡାକ୍ତର ଦୁଷ୍ୟନ୍ତ କହିଛନ୍ତି, "ଯଦିଓ ଆପଣ ଗରମ ଚା’ ପିଉଛନ୍ତି, ଏହା ଆପଣଙ୍କ ହାଡ଼କୁ ଥଣ୍ଡା କରିପାରେ। ଏହି କଥା ଅଜବ ଲାଗିପାରେ, କିନ୍ତୁ ଏହା ପଛରେ ଏକ କାରଣ ଅଛି। ଶୀତଦିନ ଆସିବା ମାତ୍ରେ ଆମେ ନିଜକୁ ଉଷ୍ମ ରଖିବା ପାଇଁ ଅତ୍ୟଧିକ ଚା’ କିମ୍ବା କଫି ପିଇବା ଆରମ୍ଭ କରିଦେଉ ଓ ଥଣ୍ଡା ଲାଗିବା କାରଣରୁ ଆମେ ପାଣି ପିଇବା କମ କରିଦେଉ ଯେଉଁଥିପାଇଁ ଶରୀର ଶୁଷ୍କ ହେବାକୁ ଲାଗେ। ଶରୀର ଶୁଷ୍କ ହେଲେ ଆଣ୍ଠୁ ମଧ୍ୟରେ ଥିବା କାର୍ଟିଲେଜ (ଦୁଇ ହାଡ଼ ମଧ୍ୟରେ କୁଶନ ଭାବରେ କାମ କରୁଥିବା ନରମ ସ୍ତର) ଶୁଖିବାକୁ ଲାଗେ। ଏହା ଦ୍ବାରା ଦୁଇ ହାଡ଼ ପରସ୍ପର ସହ ଘସି ହୋଇ ଯନ୍ତ୍ରଣା ଦେଇଥାଏ। ତେଣୁ, ଶୀତଦିନେ ଶରୀରକୁ ଉଷ୍ମ ରଖିବା ଏବଂ ହାଡ଼ ଉପରେ ଅତ୍ୟଧିକ ଚାପ ରୋକିବା ପାଇଁ ଚା’ କିମ୍ବା କଫି ସୀମିତ ପରିମାଣରେ ପିଇବା ଉଚିତ୍।"
ଆହୁରି ପଢ଼ନ୍ତୁ: Heliconia, Modi-Putin's Meeting: ମୋଦୀ-ପୁଟିନଙ୍କ ବୈଠକ ମଝିରେ କାହିଁକି ରଖାଗଲା ଏହି ଫୁଲଗଛ ? କଣ ରହିଛି ଏହି ଫୁଲ ପଛର ରହସ୍ୟ ?
ଚା’-କଫି ପିଇବା ପୂର୍ବରୁ ପିଅନ୍ତୁ ପାଣି
ଡାକ୍ତର ଚୌହାନ ଆହୁରି କହିଛନ୍ତି ଯେ, ଶୀତଦିନେ ଚା’ ଏବଂ କଫି ନିଶ୍ଚିତ ଭାବରେ ପିଇବା ଉଚିତ୍। କିନ୍ତୁ ପିଇବା ପୂର୍ବରୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଏହା ଆପଣଙ୍କ କାର୍ଟିଲେଜଗୁଡ଼ିକ ଶୁଷ୍କ ନହୋଇ ସୁସ୍ଥ ରହିଥାଏ। ତେଣୁ ଯଦି ଆପଣ ଚା’ କିମ୍ବା କଫି ପିଉଛନ୍ତି, ତେବେ ପୂର୍ବରୁ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ଏହା କେବଳ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବ ନାହିଁ ବରଂ ଶୀତଦିନେ ଆଣ୍ଠୁ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେବ।
ଆହୁରି ପଢ଼ନ୍ତୁ: Trump Gets A Peace Prize: ଅପେକ୍ଷାର ଅନ୍ତ ଘଟିଲା, ନୋବେଲ ନୁହେଁ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କଲା ଫିଫା
Follow Us