ଫିଟ୍‌ ରହିବା ସାଙ୍ଗକୁ ଓଜନ କମ୍‌ କରିବାକୁ ଚାହାଁନ୍ତି କି ? ପିଅନ୍ତୁ ଏହି ପାନୀୟ

Advertisment
ଫିଟ୍‌ ରହିବା ସାଙ୍ଗକୁ ଓଜନ କମ୍‌ କରିବାକୁ ଚାହାଁନ୍ତି କି ? ପିଅନ୍ତୁ ଏହି ପାନୀୟ

photo--speaking tree

ଆମେମାନେ ଭଲ ଭାବେ ଜାଣୁ ଯେ, ନିୟମିତ ସାଲାଡ଼ ଖାଇଲେ,ବ୍ୟାୟାମ କରିଲେ ଏବଂ ଭଲ ନିଦ ଗଲେ ଆମେ ଫିଟ୍‌ ରହିପାରିବା। ଏଥିପାଇଁ ଏହା ଉପରେ ଗୁରୁତ୍ୱ ଦେଇଥାଉ। କେତେକ ଲୋକ ଫିଟ୍‌ ରହିବା ସାଙ୍ଗକୁ ନିଜର ଓଜନ ହ୍ରାସ କରିବା ପାଇଁ ଚାହାଁନ୍ତି।ଏଥିପାଇଁ କେହି କେହି ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଥା’ନ୍ତି ତ ଆଉ କେତେକ ଜିରା ଜଳ ପାନ କରିଥା’ନ୍ତି।
ଆଉ କେତେକଙ୍କର ଇଚ୍ଛା ସେମାନେ ଜିମ୍‌ ଯିବେ ନାହିଁ କି ବ୍ୟାୟାମ କରିବେ ନାହିଁ। ଏପରିକି ଖାଇବା ପିଇବାରେ ବି ନିୟନ୍ତ୍ରଣ ରଖିବେ ନାହିଁ। କିନ୍ତୁ ନିଜର ଓଜନ କମ୍‌ କରିବେ ବୋଲି ଭାବନ୍ତି। ଯେଉଁମାନେ ଏଭଳି ଚିନ୍ତା କରୁଛନ୍ତି,ସେମାନଙ୍କ ପାଇଁ ଏକ ମହୌଷଧି ହେଲା ଜୁଆଣି ଜଳ ପିଇବା।
ଏଥିପାଇଁ ଏକ ଗ୍ଲାସ ଜଳରେ ଏକ ଚାମଚ ଜୁଆଣି ରାତିରେ ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖିବାପରେ ସକାଳେ ତାକୁ ଫୁଟାନ୍ତୁ। ତା’ପରେ ସେହି ଫୁଟା ପାଣିକୁ ଛାଣି ପିଅନ୍ତୁ। ଆହୁରି ଏକଥା ବି ମନେ ରଖିବା ଆବଶ୍ୟକ ଯେ,ଜୁଆଣି ଜଳ ପିଇବାର ଘଣ୍ଟାକ ଯାଏଁ କୌଣସି ଖାଦ୍ୟ ଗ୍ରହଣ କରିବା ଅନୁଚିତ।

publive-image photo-speaking tree

ଆପଣ ନିୟମିତ ଭାବେ ୨ ସପ୍ତାହ ଯାଏଁ ଏପରି ଉପାୟରେ ଜୁଆଣି ଜଳ ପିଇଲେ ନିଜର ଓଜନ ୬ କିଲୋଗ୍ରାମ୍‌ ଯାଏଁ ହ୍ରାସ କରି ପାରିବେ। ଖାଲିସେତିକି ନୁହେଁ,ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ସୁସ୍ଥ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe