ଅଫିସ୍‌ କାମ ଘରେ କରୁଛନ୍ତି କି? ତେବେ ନିଜକୁ ସୁସ୍ଥ ରଖିବାକୁ ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଅଫିସ୍‌ କାମ ଘରେ କରୁଛନ୍ତି କି? ତେବେ ନିଜକୁ ସୁସ୍ଥ ରଖିବାକୁ ଆପଣାନ୍ତୁ ଏହି ସବୁ ଉପାୟ

FlexJobs

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ପୂର୍ବ ବର୍ଷ ପରି ଏବର୍ଷ ବି ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଅନେକ ଅଫିସ୍‌ କର୍ମଚାରୀ ଘରେ ବସି ଅଫିସ କାମ(ୱାର୍କ ଫ୍ରମ୍‌ ହୋମ୍‌) କରୁଛନ୍ତି।

ଘରେ ବସି କାମ କରିବା ଆମ ପାଇଁ ଯେତିକି ଭଲ, ସେତିକି ମନ୍ଦ ବି ସାବ୍ୟସ୍ତ ହୋଇପାରେ। କାହିଁକି ନା ଅଫିସ୍‌ରେ ଆମ କାମ କରିବା ପାଇଁ ବା ବସିବା ପାଇଁ ଯେଉଁଭଳି ଚ୍ୟାୟାର୍‌ ରହିଥାଏ ଘରେ ସେପରି ସୁବିଧା ନଥାଏ। ଉପଯୁକ୍ତ ଭାବେ ନ ବସିବା କାରଣରୁ ଆପଣଙ୍କ ଅଣ୍ଟା, ବେକ ଆଦି ବିନ୍ଧିବା ଆରମ୍ଭ ହୋଇପାରେ।

ତେବେ, ଏହି ଲକ୍‌ଡାଉନ୍‌ରେ ଆପଣ ଅଫିସ୍‌ ସିନା ଯାଇପାରିବେ ନାହିଁ। ମାତ୍ର କିଛି କୌଶଳ ଅବଲମ୍ବନ କଲେ ଆପଣଙ୍କୁ ଆଉ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

: ଲଗାତର ଦୀର୍ଘ ସମୟ ପାଇଁ ଲାପ୍‌ଟପ୍‌ ସମ୍ମୁଖରେ ବସନ୍ତୁ ନାହିଁ। ମଝିରେ ମଝିରେ ବିରତି ନେଇ ବାହାରୁ ବୁଲି ଆସନ୍ତୁ।

: ସବୁବେଳେ ବସିବାର ପୋଜିସନ୍‌ ବଦଳାଇ ଚାଲନ୍ତୁ। ଗୋଟାଏ ଢଙ୍ଗରେ ବସି ୭ କିମ୍ବା ୮ ଘଣ୍ଟା ପର୍ଯ୍ୟନ୍ତ କାମ କରନ୍ତୁ ନାହିଁ।

: ଖଟ ଉପରେ ନବସି ପାରୁଛନ୍ତି ଯଦି ଘରେ ଆପଣ ଚେୟାର୍‌, ଟେବୁଲ୍‌ ବ୍ୟବହାର କରନ୍ତୁ।

: ଚ୍ୟାୟାର୍‌ ପଛରେ ପତଳା ତକିଆ ଭରା ନେଇ କାମ କରିପାରିବେ।

: ମଝିରେ ମଝିରେ ବେକକୁ ବୁଲାଇବା ସହ ଅଣ୍ଟାକୁ ଏପଟ ସେପଟ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe