ବିଶ୍ବ ରେଡ୍‌କ୍ରସ୍‌ ଦିବସ ଆଜି

ବିଶ୍ବ ରେଡ୍‌କ୍ରସ୍‌ ଦିବସ ଆଜି

ଆଜି ସର୍ବତ୍ର ‘ବିଶ୍ବ ରେଡ୍‌କ୍ରସ୍‌ ଦିବସ’ ପାଳନ କରାଯାଉଛି। ବିଶେଷ କରି ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ ଓ ରେଡ୍‌କ୍ରସ୍‌ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ସମସ୍ତଙ୍କ ପାଇଁ ମାନବିକ କାର୍ଯ୍ୟକୁ ପ୍ରାଥମିକତା ଦେବା ଲାଗି ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି।

ମାନବିକ କାର୍ଯ୍ୟ ମାଧ୍ୟମରେ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ୍‌କ୍ରସ୍‌ ଆନ୍ଦୋଳନ ଉତ୍ସର୍ଗୀକୃତ। ତେବେ ସମାଜ ପ୍ରତି ରେଡ୍‌କ୍ରସ୍‌ର ଅବଦାନକୁ ସ୍ମରଣ କରିବା ଲାଗି ଏହାର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଜନ୍ ହେନେରି ଡୁରାଣ୍ଟଙ୍କ ଜନ୍ମ ଦିନ ମେ’ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହା ମଧ୍ୟ ମାନବିକତାର ଆତ୍ମସତ୍ତାକୁ ଉଜ୍ଜୀବିତ ରଖିବା ସହ ନିଜ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାର ଏକ ଅବସର।

ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ‘ରେଡକ୍ରସ ଆନ୍ଦୋଳନର ସାର୍ବଜନୀନ, ମାନବୀୟ ଓ ବିବିଧ ଦିଗର ଗୁରୁତ୍ବାରୋପ କରିବା’। ଏପରି ଗୁରୁତ୍ବାରୋପ କରିବାର କାରଣ ହେଉଛି ସ୍ବେଚ୍ଛାସେବୀମାନେ ଏକ ସାଧାରଣ ଉଦ୍ଦେଶ୍ୟ ପାଇଁ ଉତ୍ସାହର ସହ କାର୍ଯ୍ୟ ନକଲେ କୌଣସି ଆନ୍ଦୋଳନ ସଫଳ ହୋଇପାରିବ ନାହିଁ ଏବଂ ରେଡ୍‌କ୍ରସ୍‌ ଆନ୍ଦୋଳନ ସେଥିରୁ ଭିନ୍ନ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe