ବିଶ୍ବ ଥାଲାସେମିଆ ଦିବସ ଆଜି

ବିଶ୍ବ ଥାଲାସେମିଆ ଦିବସ ଆଜି

ଆଜି ମଧ୍ୟ ସବୁଠି ‘ବିଶ୍ବ ଥାଲାସେମିଆ ଦିବସ’ ପାଳିତ ହେଉଛି। ଥାଲାସେମିଆ ଏପରି ଏକ ବଂଶାନୁକ୍ରମିକ ରୋଗ ଯେଉଁଥିରେ ଜୈବିକ ପରିବର୍ତ୍ତନ ପ୍ରଭାବରେ ଲାଲ ରକ୍ତକଣିକାରେ ଥିବା ହିମୋଗ୍ଲୋବିନ ପରିମାଣ କମି ଆସିଥାଏ। ଫଳରେ ଶରୀରରେ ଅମ୍ଳଜାନଯୁକ୍ତ ରକ୍ତଯୋଗାଣର ଅଭାବ (ରକ୍ତହୀନତା) ଘଟିଥାଏ। ତେବେ ଏପରି ମରଣାନ୍ତକ ରୋଗ ସହିତ ବର୍ଷ ବର୍ଷ ଧରି ସଂଗ୍ରାମ କରୁଥିବା ପୀଡ଼ିତଙ୍କ ମନୋବଳକୁ ସମର୍ଥନ ତଥା ଦୃଢ଼ କରିବା ସହିତ ଜନସାଧାରଣ ଓ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ସାବଧାନ ରୁହନ୍ତୁ ଓ ଯତ୍ନ ବାଣ୍ଟନ୍ତୁ: ଥାଲାସେମିଆ ଜ୍ଞାନର ଉନ୍ନତି ପାଇଁ ବିଶ୍ବ ସମୁଦାୟ ସହ କାର୍ଯ୍ୟ କରନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe