ଏବର୍ଷଟି ଆପଣଙ୍କ ଲାଗି ଉତ୍ତମ ରହିବ। ଚାକିରି, ବେପାରରେ ଉନ୍ନତି କରିବେ। ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଧନଲାଭର ପ୍ରବଳ ଯୋଗ ରହିଛି। ନଭେମ୍ବର ଡିସେମ୍ବର ଦି’ ମାସ ଲଟେରି ସେୟାର ବଜାରରେ ଅର୍ଥ ନିବେଶରୁ ଦୂରେଇ ରହନ୍ତୁ। ଏହା ଆପଣଙ୍କୁ ଅଧିକ ଅସୁବିଧାରେ ପକାଇପାରେ। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଏବର୍ଷ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପାରିବାରିକ ଜୀବନ ସୁଖ ଓ ଶାନ୍ତିମୟ ହେବ। ଗତବର୍ଷ ଯେଉଁ ଯୁବତୀମାନଙ୍କର ବିବାହ କଥାବର୍ତ୍ତାରେ ବାଧା ଉତ୍ପନ୍ନ ହୋଇଥିଲା, ସେମାନଙ୍କର ଏବର୍ଷ ବିବାହ ହୋଇଯିବ। ପ୍ରେମ ପ୍ରସଙ୍ଗ ଜୀବନ ମଧୁର ରହିବ। ପ୍ରିୟତମଙ୍କ ସହିତ ମିଶିବା ଲାଗି ଚମତ୍କାର ସୁଯୋଗ ପାଇବେ। ଡାକ୍ତରୀ ଏବଂ ଆଇ.ଆଇ.ଟି. ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ଯଦିଓ ଏକାଗ୍ରତା ସହିତ ଅଧିକ ପରିଶ୍ରମ କରିବେ। ଯେଉଁମାନଙ୍କର ପେଟରୋଗ ଓ ରକ୍ତଚାପ ଅଛି ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
/sambad/media/post_attachments/wp-content/uploads/2017/11/brus-290x300.jpg)
ଏବର୍ଷଟି ଆପଣଙ୍କ ଆର୍ଥିକ ଜୀବନ ପାଇଁ ଭଲ ରହିବ। ନୂଆ ବ୍ୟବସାୟ ଆରମ୍ଭ ଓ ବ୍ୟବସାୟ ବିସ୍ତାର ଲାଗି ଆପଣଙ୍କର ଯୋଜନା ଭଲ ରହିବ। ଜାନୁଆରିରୁ ଅପ୍ରେଲ ମାସ ଭିତରେ ଅଚାନକ ଧନଲାଭ ହୋଇପାରେ। ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ଅର୍ଥ ଦେଣନେଣ ସାବଧାନରେ କରିବାର ଆବଶ୍ୟକତା ରହିଛି। ଚାକିରିଜୀବୀଙ୍କ ଲାଗି ବର୍ଷଟି ଖୁବ୍ ଭଲ ରହିବ। ମାର୍ଚ୍ଚ, ଅପ୍ରେଲ ମାସରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହେବ। ସରକାରୀ ଚାକିରିଆଙ୍କୁ ସରକାରର କୌଣସି ଯୋଜନାରେ ଫାଇଦା ହେବ। ପାରିବାରିକ ଜୀବନ ସୁଖ ଶାନ୍ତିମୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏବର୍ଷ ବିବାହ ସୁଖ ଲାଭ କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ଏକାଗ୍ରତା ପ୍ରତିଦିନ ବୃଦ୍ଧି ହେବ। ବୃଷ ରାଶିର କେତେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଗି ବିଦେଶ ଯିବାର ଅବସର ପ୍ରାପ୍ତ ହେବ। ଗ୍ରହ ଚଳନ ଦୃଷ୍ଟିରୁ ଜାନୁଆରି, ଜୁନ୍ ମାସ ଭିତରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜାଗରୂକ ଓ ସତର୍କ ରହନ୍ତୁ।
/sambad/media/post_attachments/wp-content/uploads/2017/11/mithun.jpg)
ଏବର୍ଷ ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣ ନିଜ ପରିଶ୍ରମର ଫଳ ଦ୍ଵି’ଗୁଣା ପାଇବେ। ନୂଆ ଉଦ୍ୟମ ଓ ବ୍ୟବସାୟରେ ଯୋଡ଼ିବାର ସୁଯୋଗ ମିଳିବ। ବୈଦେଶିକ ବେପାରରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ। ବର୍ଷର ଦ୍ଵିତୀୟାର୍ଦ୍ଧରେ ଆୟର ନୂଆ ସ୍ରୋତ ସାମ୍ନାକୁ ଆସିବ। କୃଷିଜୀବୀଙ୍କୁ ଏବର୍ଷ ଫାଇଦା ହେବ। ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କର ବ୍ୟାଙ୍କ୍ରେ ଆବେଦନ ସ୍ୱୀକାର ହୋଇଯିବ। କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ମାର୍ଚ୍ଚ, ଅପ୍ରେଲ ମାସରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସରକାରୀ ଚାକିରିଆଙ୍କୁ ଏବର୍ଷ ଅଧିକ ଲାଭ ମିଳିବ। ପାରିବାରିକ ଜୀବନ ଲାଗି ବର୍ଷଟି ସାମାନ୍ୟ ରହିବ। ବର୍ଷର ପ୍ରଥମାର୍ଦ୍ଧରେ ସପରିବାର ସହିତ ବଡ଼ ସହରକୁ ଛୁଟି କଟାଇବାକୁ ଯାଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଏବର୍ଷ ଛାତ୍ରଛାତ୍ରୀଙ୍କର ପ୍ରଦର୍ଶନ ଲେଖାପଢ଼ାରେ ଉତ୍କୃଷ୍ଟ ରହିବ। ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ହୃଦ୍ରୋଗୀ ଓ ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହନ୍ତୁ।
/sambad/media/post_attachments/wp-content/uploads/2017/11/karkat.jpg)
ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଏବର୍ଷ ଗ୍ରହଯୋଗ ଆପଣଙ୍କୁ ଭରପୂର ସୁଯୋଗ ଦେବ। ଲୁହା ଓ ପେଟ୍ରୋଲ୍ ସିମେଣ୍ଟ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଛି। ଦୁଇରୁ ପାଞ୍ଚବର୍ଷ ଲାଗି ବୈଦେଶିକ ବେପାର ବଣିଜର ସୁଯୋଗ ପାଇବେ। ଜାନୁଆରିରୁ ଜୁନ୍ ମାସ ମଧ୍ୟରେ ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଚାକିରିଜୀବୀଙ୍କ ଲାଗି ବର୍ଷଟି ଠିକ୍ଠାକ୍ ରହିବ। ଅଫିସ୍ରେ ଆପଣଙ୍କ କୁଶଳ କାର୍ଯ୍ୟକୁ ପ୍ରଶଂସା ହେବ। ଇଂଜିନିୟରିଂ କ୍ଷେତ୍ରରେ କାମ କରୁଥିବା କର୍କଟ ରାଶିର କେତେକ ବ୍ୟକ୍ତି ବିଦେଶ ଯିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଘରେ କୌଣସି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ହେବ। ଏବର୍ଷ ଆପଣଙ୍କ ପ୍ରେମ ଜୀବନରେ ଅଧିକ ଆନନ୍ଦ ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ଭଲ ସମୟ। ପରୀକ୍ଷାରେ ଖୁବ୍ ଭଲ କରିବେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଯେଉଁମାନଙ୍କର ପେଟରୋଗ ଅଛି, ସେମାନେ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/singha.jpg)
ଏବର୍ଷ ଗ୍ରହ ଚଳନ ଦୃଷ୍ଟିରୁ କ୍ୟାରିୟରର ସଫଳତା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଧନ ସମ୍ବନ୍ଧୀୟ ମାମଲାରେ ଭାଗ୍ୟର ସାଥ୍ ମିଳିବା ହେତୁ ଆୟରେ ବୃଦ୍ଧି ହେବ। କାରବାର ବୃଦ୍ଧି ଲାଗି ବିଦେଶ ଯାତ୍ରା କରିବେ ଏବଂ ଆପଣଙ୍କୁ ଜବରଦସ୍ତ ଫାଇଦା ହେବ। ପେଟ୍ରୋଲ୍, ଗ୍ୟାସ୍, ତେଲ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଏବର୍ଷ ସଂପତ୍ତି ଓ ବାହନ କିଣିବେ। ବର୍ଷର ଶେଷାର୍ଦ୍ଧରେ ଧନକୁ ନେଇ ହୁସିଆର ରହିବାର ଆବଶ୍ୟକତା ରହିଛି। ଚାକିରିଜୀବୀ ଲାଗି ବର୍ଷର ଶେଷାର୍ଦ୍ଧରେ ପଦୋନ୍ନତିର ପ୍ରବଳ ସମ୍ଭାବନା ରହିଛି। ପାରିବରିକ ଜୀବନ ସୁଖଦ ରହିବ। ପ୍ରେମ ଜୀବନ ଲାଗି ଏବର୍ଷ ସାମାନ୍ୟ ରହିବ। ବର୍ଷ ଆରମ୍ଭରୁ ପି୍ରୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ। ମାର୍ଚ୍ଚରୁ ଅଗଷ୍ଟ ମାସ ଭିତରେ ତର୍କବିତର୍କ ଓ ସମସ୍ୟାଠାରୁ ଦୂରେଇ ରହନ୍ତୁ। ଏବର୍ଷ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ କରିବା ଲାଗି ଏକାଗ୍ରତା ସହିତ ଅଧିକ ପରିଶ୍ରମ କରିବାକୁ ହେବ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଯେଉଁମାନଙ୍କର ଗ୍ୟାସ୍ଟିକ୍ ଅଛି, ସେମାନେ ବର୍ଷର ପ୍ରଥମାର୍ଦ୍ଧରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ ଏବଂ ସୁଷମ ଖାଦ୍ୟ ଭୋଜନ କରନ୍ତୁ।
ଏବର୍ଷଟି ଆପଣଙ୍କ କ୍ୟାରିୟର ଲାଗି ଖାସ୍ ରହିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଥିବା ବ୍ୟକ୍ତି ବିଶେଷଙ୍କୁ ଏବର୍ଷ ବହୁତ ଭଲ ସୁଯୋଗ ମିଳିବ। ଇଂଜିନିୟର, ଗଣମାଧ୍ୟମ ଓ ପ୍ରବନ୍ଧନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଏବର୍ଷ ଅଧିକ ଶୁଭ ରହିବ। ବ୍ୟବସାୟୀଙ୍କ ଲାଗି ବର୍ଷଟି ଲାଭପ୍ରଦ ରହିବ। ବ୍ୟବସାୟର ବିସ୍ତାର ଓ ନୂଆ କାରବାର ଶୁଭାରମ୍ଭ କରିପାରନ୍ତି। ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ନୂଆ କାରବାରରେ ପୁଞ୍ଜି ନିବେଶରୁ ଦୂରେଇ ରହନ୍ତୁ। ଏହା ଆପଣଙ୍କୁ ଅଧିକ ହଇରାଣରେ ପକାଇପାରେ। ଟେଲି ଓ ଫିଲ୍ମ କଳାକାରଙ୍କ ଲାଗି ବର୍ଷଟି ବଢ଼ିଆ ରହିବ। ଭଲ ବ୍ୟାନର ଫିଲ୍ମ ଓ ଧାରାବାହିକରେ କାମ କରିବାର ସୁଯୋଗ ମିଳିବ। ଏବର୍ଷ ପରିବାରରେ ଶାନ୍ତି ଓ ସଦ୍ଭାବର ବାତାବରଣ ବଜାୟ ରହିବ। ଜୁନ୍ ମାସରେ ପୈତୃକ ସମ୍ପତ୍ତିକୁ ବିବାଦ ହୋଇପାରେ। ପ୍ରେମ ଜୀବନ ଲାଗି ବର୍ଷଟି ଉତ୍ତମ ରହିବ। ଡାକ୍ତରୀ ଓ ଇଂଜିନିୟରିଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କୁ ଭଲ ସଫଳତା ମିଳିବ। ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ଗଣ୍ଠିବାତ ଓ ଚକ୍ଷୁରେ ସମସ୍ୟା ଦେଖାଦେଇପାରେ।
/sambad/media/post_attachments/wp-content/uploads/2017/11/tula.jpg)
ବର୍ଷଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଚାକିରି, ବ୍ୟବସାୟ, ଧନ ଓ ଶିକ୍ଷା ସମ୍ବନ୍ଧ ମାମଲାରେ ଭଲ ପରିଣାମ ମିଳିବ। ଆମଦାନୀର ବିଭିନ୍ନ ସ୍ରୋତ ସୃଜନ ହେବ। ଦୁଇରୁ ପାଞ୍ଚବର୍ଷ ପାଇଁ ବୈଦେଶିକ ବେପାର ବଣିଜର ସୁବିଧା ପାଇପାରିବେ। ଚାକିରିଜୀବୀଙ୍କ ପାଇଁ ବର୍ଷଟି ଖୁବ୍ ଭଲ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଫଇସଲା ଭଲ ରହିବ। କମ୍ପାନି ଆପଣଙ୍କ କାମରେ ଖୁସି ହୋଇ ବିଦେଶ ପଠାଇପାରନ୍ତି। ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ବର୍ଷଟି ଶୁଭଦାୟୀ ରହିବ। ଆପଣଙ୍କୁ ସରକାରର କୌଣସି ଯୋଜନାରୁ ଲାଭ ମିଳିବ। ଏବର୍ଷ ପାରିବାରିକ ଜୀବନ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ। ପ୍ରେମ ଜୀବନ ପାଇଁ ବର୍ଷଟି ଅତି ଉତ୍ତମ। ଫେବ୍ରୁଆରିରୁ ଜୁଲାଇ ମାସ ଭିତରେ କଲେଜ କିମ୍ବା କାର୍ଯ୍ୟ କ୍ଷେତ୍ରରେ କାହାରି ସହିତ ସମ୍ପର୍କରେ ନିକଟତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଖୁବ୍ ଭଲ। ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ସଫଳତା ମିଳିବ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ଏବର୍ଷ ଖୁବ୍ ସୁସ୍ଥ ରହିବେ।
/sambad/media/post_attachments/wp-content/uploads/2017/11/bicha.jpg)
ଏବର୍ଷ କ୍ୟାରିୟର ଓ ଆର୍ଥିକ ମାମଲାରେ ବଡ଼ ସଫଳତା ମିଳିପାରେ। ବେପାରରେ ପ୍ରଚୁର ଲାଭ ମିଳିବ। ମାର୍ଚ୍ଚରୁ ଜୁଲାଇ ମାସ ଭିତରେ ସେୟାର ବଜାରରେ ଅର୍ଥ ନିବେଶ କରନ୍ତୁ। ଦେଖିବେ, ବର୍ଷ ଶେଷବେଳକୁ ଲାଭ ଆପଣଙ୍କ ଆଶାକୁ ଟପିଯିବ। ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ସରକାରୀ ଚାକିରିଆଙ୍କର ଏବର୍ଷ ମନ ଚାହୁଥିବା ଅଞ୍ଚଳକୁ ବଦଳି ଯୋଗ ରହିଛି। ଚାକିରି ତଲାସରେ ଥିବା ବ୍ୟକ୍ତି ବିଶେଷଙ୍କୁ ବର୍ଷର ପ୍ରଥମାର୍ଦ୍ଧରେ ବଢ଼ିଆ ଚାକିରି ମିଳିବ। ପାରିବାରିକ ଜୀବନ ଭଲ ରହିବ। ପ୍ରେମ ଜୀବନ ଲାଗି ବର୍ଷଟି ସକାରାତ୍ମକ ରହିବ। ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ପ୍ରିୟତମଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ଭଲ ପ୍ରୟାସ ହେତୁ ପରୀକ୍ଷାରେ ଯଥେଷ୍ଟ ସଫଳତା ମିଳିବ। ଉଚ୍ଚଶିକ୍ଷା ଲାଗି ବିଦେଶ ସଂସ୍ଥାନ ଚୟନ ଭଲ ରହିବ। ସ୍ୱାସ୍ଥ୍ୟ ଖୁବ୍ ଭଲ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
/sambad/media/post_attachments/wp-content/uploads/2017/10/dhanu.jpg)
ଏବର୍ଷ ଚାକିରି ଓ ବ୍ୟବସାୟରେ ସୁଖଦ ପରିବର୍ତ୍ତନ ହୋଇପାରେ। ପିତାଙ୍କ ପରାମର୍ଶ ଆପଣଙ୍କର ବ୍ୟବସାୟର ବିସ୍ତାର ଲାଗି ବରଦାନ ସାବିତ ହେବ। ବୈଦେଶିକ ବେପାର ବଣିଜରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ପ୍ରାପ୍ତ ହେବ। ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ଆର୍ଥିକ ମାମଲାରେ ସଂଶ୍ଳିଷ୍ଟ ଥିବା ନିର୍ଣ୍ଣୟ ଲାଭକାରୀ ରହିବ। ଅକ୍ଟୋବରରୁ ଡିସେମ୍ବର ମାସ ଭିତରେ ସମ୍ପତ୍ତି କିଣିପାରନ୍ତି। ଏବର୍ଷ ଚାକିରିଜୀବୀଙ୍କୁ ବଡ଼ ସଫଳତା ମିଳିପାରେ। ଆପଣଙ୍କ କାମ କରିବା ଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବା ଯୋଗୁଁ ଆପଣଙ୍କର ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହେବ। କଳା, ସାହିତ୍ୟ ଓ ଫିଲ୍ମ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ କୌଣସି ଅନୁକୂଳ ଉପଲବ୍ଧି ପ୍ରାପ୍ତ ହେବ। ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବଢ଼ିଆ ପ୍ରଦର୍ଶନ କରିବେ ଓ ପୁରସ୍କୃତ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ଦାମ୍ପତ୍ୟ ଜୀବନ ଲାଗି ବର୍ଷଟି ଅନୁକୂଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏବର୍ଷ ପିତାମାତାଙ୍କ ସମ୍ମତି ନେଇ ବିବାହ କରିିବେ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଭଲ ରହିବ। ସ୍ୱାସ୍ଥ୍ୟ ଲାଗି ଏବର୍ଷଟି ମିଶ୍ରିତ ରହିବ। ମଧୁମେହ ରୋଗୀ ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ଏବର୍ଷ ଜୀବନକୁ ନୂଆ ଠିକଣା ଆଡ଼କୁ ଆଗେଇ ନେବା ଲାଗି ବଢ଼ିଆ ସୁଯୋଗ ମିଳିବ। ବୈଦେଶିକ ବେପାର ବଣିଜରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଯେଉଁମାନେ ଲୁହା ସିମେଣ୍ଟ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଏବର୍ଷ ଆଶାଠୁଁ ଅଧିକ ଲାଭ ପ୍ରାପ୍ତ ହେବ। ଚାକିରିରେ ଉନ୍ନତି ଯୋଗ ପ୍ରବଳ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଅନେକ ସୁଯୋଗ ମିଳିବ। ମାର୍ଚ୍ଚ, ଅପ୍ରେଲ ଦୁଇ ମାସ ସିନିୟରଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ ଆପଣଙ୍କୁ ଫାଇଦା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଏବର୍ଷ ସୀମା ବୃଦ୍ଧି ହେବ ଓ ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପିତ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ସୁଖମୟ ରହିବ। ପ୍ରେମ ଜୀବନ ଲାଗି ବର୍ଷର ପ୍ରଥମାର୍ଦ୍ଧ ବଢ଼ିଆ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ବରଦାନ ସାବିତ ହେବ। ବିଶେଷକରି ଯେଉଁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଗି ବିଦେଶ ଯିବାକୁ ଚାହୁଛନ୍ତି ସେମାନଙ୍କର ଇଚ୍ଛା ପୂରା ହେବ। ଯେଉଁମାନଙ୍କର ଚର୍ମରୋଗ ଓ ପେଟରୋଗ ଅଛି ସେମାନେ ମାର୍ଚ୍ଚରୁ ଅଗଷ୍ଟ ମାସ ଭିତରେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
/sambad/media/post_attachments/wp-content/uploads/2017/11/kumbha.jpg)
ଏବର୍ଷଟି ଆପଣଙ୍କ ଲାଗି ଅବିସ୍ମରଣୀୟ ରହିବ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଆପଣଙ୍କର କୁଶଳ ଯୋଜନା ଆପଣଙ୍କୁ ସଫଳତାର ଶୀର୍ଷ ଆଡ଼କୁ ଆଗେଇ ନେଇଯିବ। ବ୍ୟବସାୟିକ କାମରେ ବିଦେଶ ଯାତ୍ରା କରିବେ। ଜୁନ୍ରୁ ଡିସେମ୍ବର ମାସ ଭିତରେ ଆୟର ଯଥେଷ୍ଟ ବୃଦ୍ଧି ହେବ। ଗ୍ରହ ଚଳନ ଦୃଷ୍ଟିରୁ ଏବର୍ଷ ଆପଣଙ୍କୁ ପୈତୃକ ସଂପତ୍ତି ମିଳିବ। ଚାକିରିଜୀବୀଙ୍କ ଲାଗି ବର୍ଷଟି ସୁଖଦ ରହିବ। ଚାକିରିରେ ପ୍ରମୋସନ୍ ମିଳିବ ଏବଂ ପ୍ରଫେସ୍ନାଲ୍ ଲୋକମାନେ ଆଦୃତ ହେବେ। ପାରିବାରିକ ଜୀବନ ଭଲ ରହିବ। ବର୍ଷ ଆରମ୍ଭରୁ ଆପଣଙ୍କର ବୈବାହିକ ଜୀବନ ପ୍ରୀତିମୟ ହେବ। ମାର୍ଚ୍ଚରୁ ମଇ ମାସ ଭିତରେ ଅଧିକ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏ ସମୟରେ ବିବାଦ ହେବାର ସମ୍ଭାବନା ରହଛି। ସେପ୍ଟେମ୍ବରୁ ଡିସେମ୍ବର ମାସ ମଧ୍ୟରେ ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ପ୍ରେମ ଜୀବନ ପାଇଁ ବର୍ଷଟି ଖୁବ୍ ଭଲ। ପ୍ରେମ ପ୍ରସଙ୍ଗ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଅନେକ ଶୁଭ ଅବସର ନେଇ ଆସିବ। ପ୍ରତିଯୋଗିତା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ, ସଫଳତା ହାସଲ କରିବେ। ସାରା ବର୍ଷ ଊର୍ଜାବାନ ଓ ସୁସ୍ଥ ରହିବେ। ମଇରୁ ସେପ୍ଟେମ୍ବର ମାସ ଭିତରେ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
/sambad/media/post_attachments/wp-content/uploads/2017/11/mina.jpg)
ଏବର୍ଷଟି ଆପଣଙ୍କ ଲାଗି ବିଭିନ୍ନ ପ୍ରକାର ଖୁସି ନେଇ ଆସିବ। ଚାକିରି, ବ୍ୟବସାୟ, ଅର୍ଥ ଶିକ୍ଷା ଓ ବୈବାହିକ ଜୀବନ ବହୁତ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଆପଣଙ୍କ ପାଦସ୍ପର୍ଶ କରିବ। ବେପାର, ପୁଞ୍ଜି ବଜାର, ଲଟେରି ଆଦିରୁ ଆପଣଙ୍କୁ ଲାଭ ମିଳିବ। ସରକାରୀ ଚାକିରିଆଙ୍କୁ ଏବର୍ଷ ଅଧିକ ଲାଭ ପ୍ରାପ୍ତ ହେବ। ବିଶେଷକରି ପ୍ରବନ୍ଧନ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅଧିକ ଶୁଭଫଳ ମିଳିବ। କ୍ରିକେଟ୍ ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବର୍ଷ ଆରମ୍ଭରୁ ପରିବାରରେ ଖୁସିର ମାହୋଲ ରହିବ। ବର୍ଷର ଶେଷ ତିନିମାସ ପିତାଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଏବର୍ଷ ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ। ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ପ୍ରିୟତମଙ୍କ କଥାକୁ ଗମ୍ଭୀରତାର ସହିତ ଗ୍ରହଣ କରନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ଥିବାରୁ ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଜୁଲାଇରୁ ସେପ୍ଟେମ୍ବର ମାସ ଭିତରେ ଚର୍ମରୋଗ ହୋଇପାରେ। ଯାନବାହନ ଚଳାଇବା ସମୟରେ ସବାଧାନତା ଅବଲମ୍ବନ କରନ୍ତୁ।
  
 Follow Us