ଜାଣନ୍ତୁ ନୂଆବର୍ଷର ରାଶିଫଳ

Advertisment
ଜାଣନ୍ତୁ ନୂଆବର୍ଷର ରାଶିଫଳ

publive-imageଆପଣଙ୍କ କ୍ୟାରିୟର ଲାଗି ଏବର୍ଷ ବହୁତ ଭଲ ରହିବ। ଜାନୁଆରି ଫେବ୍ରୁଆରି ମାସରେ ଚାକିରିର ପଦୋନ୍ନତି ପାଇବେ। ବ୍ୟବସାୟୀଙ୍କୁ ମାର୍ଚ୍ଚରୁ ମଇ ମାସ ମଧୢରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବର୍ଷର ଶେଷାର୍ଦ୍ଧରେ ଧନସ˚ପତ୍ତି ଓ ମାନପ୍ରତିଷ୍ଠା ସବୁ କିଛି ପାଇବେ। ବର୍ଷର ପ୍ରଥମାର୍ଦ୍ଧରେ ପରିବାର ଲୋକଙ୍କ ସହଯୋଗ ପାଇବା ପାଇଁ ଆପଣଙ୍କୁ ବିଶେଷ ଚେଷ୍ଟା କରିବାକୁ ହେବ। ବୈବାହିକ ଜୀବନରେ ମିଷ୍ଟତା ବଜାୟ ରହିବ। ଗତବର୍ଷ ଯେଉଁ ଯୁବତୀମାନଙ୍କର ବିବାହ ଲାଗି କଥାବାର୍ତ୍ତାରେ ସମାଧାନ ବାହାରି ପାରି ନ ଥିଲା, ସେମାନେ ଏବର୍ଷ ମାର୍ଚ୍ଚ, ଅପ୍ରେଲ ମାସରେ ବିବାହ କରିପାରିବେ। ଆପଣଙ୍କର ପ୍ରେମ ଜୀବନ ମଧୁର ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଖୁବ୍‌ ଭଲ କରିବେ। ଯେଉଁମାନଙ୍କର କମର ବ୍ୟଥା, ମେରୁଦଣ୍ତ ଓ ହଜମ ଜନିତ ସମସ୍ୟା ଅଛି ସେମାନେ ବର୍ଷର ଶେଷ ଛଅ ମାସ ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

publive-imageଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏବର୍ଷ ଗ୍ରହ ଚଳନ ଆପଣଙ୍କୁ ପୂରାପୂରି ସହଯୋଗ କରିବ। ଗତବର୍ଷ ଯେଉଁ ଚାକିରିଜୀବୀମାନଙ୍କର ଦରମା ବୃଦ୍ଧି ଓ ପଦୋନ୍ନତି ହୋଇପାରି ନ ଥିଲା ସେମାନଙ୍କ ଲାଗି ଏବର୍ଷ ଫେବ୍ରୁଆରି, ମାର୍ଚ୍ଚ ମାସ ଅନୁକୂଳ ସମୟ। ବ୍ୟବସାୟରେ ପ୍ରଥମ ଚାରିମାସ ଓ ଅଗଷ୍ଟ ସେପ୍ଟେମ୍ବର ମାସରେ ଯଥେଷ୍ଟ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ଅପ୍ରେଲରୁ ଜୁନ୍‌ ମାସ ମଧୢରେ କିଛି ସମସ୍ୟା ସୃଷ୍ଟି ହେବ। ଚିନ୍ତା କରନ୍ତୁ ନାହିଁ। ବର୍ଷର ଶେଷାର୍ଦ୍ଧରେ ପାରିବାରିକ ଜୀବନରେ ସୌହାର୍ଦ ଓ ପ୍ରେମ ବୃଦ୍ଧି ହେବ। ଆପଣଙ୍କ ପ୍ରେମ ସମ୍ବନ୍ଧରେ ନିବିଡ଼ତା ବଜାୟ ରହିବ। ଛାତ୍ରଛାତ୍ରୀ ପରିଶ୍ରମ ଅନୁସାରେ ପରୀକ୍ଷାରେ ଖୁବ୍‌ ଭଲ କରିବେ। ଯେଉଁମାନଙ୍କର ମଧୁମେହ, ରକ୍ତଚାପ ଅଛି ସେମାନେ ଅପ୍ରେଲରୁ ଜୁନ୍‌ ମାସ ଭିତରେ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।

publive-imageଦୃଢ଼ ନିଶ୍ଚୟ ଓ ଲଗାତାର ପ୍ରୟାସ ଆପଣଙ୍କୁ ଧୀରେ ଧୀରେ ସଫଳତାର ଶୀର୍ଷ ଆଡ଼କୁ ଆଗେଇ ନେଇଯିବ। ଆର୍ଥିକ ଦୃଷ୍ଟିକୋଣରୁ ଏ ବର୍ଷଟି ଆପଣଙ୍କ ଲାଗି ସ୍ମରଣୀୟ। ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ମାର୍ଚ୍ଚରୁ ମଇ ମାସ ମଧୢରେ ସରକାରୀ ସହଯୋଗ ପାଇପାରିବେ। ବର୍ଷର ଦ୍ବିତୀୟାର୍ଦ୍ଧରେ ବ୍ୟବସାୟର କିଣାବିକା କ୍ଷେତ୍ରରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ହେବ। ଚାକିରିଜୀବୀମାନେ ଏକ ଉଚ୍ଚପଦକୁ ପଦୋନ୍ନତି ପାଇବେ। ସେପ୍ଟେମ୍ବରରୁ ନଭେମ୍ବର ମାସ ଭିତରେ ନୂଆ ଘର ବା ଭୂସ˚ପତ୍ତି କିଣିବେ। ମାର୍ଚ୍ଚରୁ ମଇ ମାସ ମଧୢରେ ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କର ବିବାହ ହେବ। ଛାତ୍ରମାନେ ପରୀକ୍ଷାରେ ଭଲ ଫଳାଫଳ କରିବେ। ଆପଣ ସରକାରୀ ଚାକିରି ପାଇଁ ଇଣ୍ଟର୍‌ଭ୍ୟୁରେ ସଫଳତା ହାସଲ କରିବେ। ଏ ବର୍ଷ ବଦହଜମି ଓ ବାୟୁ ଜନିତ ସମସ୍ୟା ଦେଖାଦେଇପାରେ।

publive-imageବର୍ଷ ଆରମ୍ଭରୁ କିଛି ମାସ ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଯାହା ବି କାମ କରିବେ ସେଥିରେ ଅପାର ସଫଳତା ଓ ଲାଭ ପାଇବେ। ଅପ୍ରେଲରୁ ସେପ୍ଟେମ୍ବର ମାସ ମଧୢରେ ନୂତନ ଭାବେ ପୁଞ୍ଜି ଲଗାଣ ଇଚ୍ଛା ପରିହାର କରନ୍ତୁ। ଏହା ଆପଣଙ୍କୁ ଅଧିକ ଚିନ୍ତାରେ ପକାଇପାରେ। ଚାକିରିଜୀବୀମାନଙ୍କ ଲାଗି ବର୍ଷର ଶେଷାର୍ଦ୍ଧ ଭଲ ରହିବ। ଏବର୍ଷ ବୈବାହିକ ଜୀବନରେ ମତଭେଦ ଓ ମନୋମାଳିନ୍ୟ ଲାଗି ରହିବା ହେତୁ ସମ୍ବନ୍ଧ ସେତେ ମଧୁର ହେବାର ସମ୍ଭାବନା ନାହିଁ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ରକ୍ତଚାପ ଓ ହୃଦ୍‌ରୋଗୀମାନେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ।

publive-imageଏବର୍ଷ ଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ଜୀବନରେ ଆଗକୁ ବଢ଼ିବା ସହଜ ହେବ। ମାର୍ଚ୍ଚରୁ ଜୁନ୍‌ ମାସ ମଧୢରେ ପେସା ଚାକିରିରେ ନିଜର କାମ ସୁଚାରୁରୂପେ ତୁଲାଇ ନ ପାରିଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ବର୍ଷର ଶେଷାର୍ଦ୍ଧରେ ଚାକିରି ବୃତ୍ତିରେ ଉନ୍ନତି କରିପାରିବେ। ଅଭିଭାବକ ଓ ବନ୍ଧୁମାନଙ୍କ ସହିତ ସାମୟିକ ଝଗଡ଼ା ଆପଣଙ୍କ ଶାନ୍ତ ମନକୁ ଅଶାନ୍ତ କରି ତୋଳିବ। ୨୮ରୁ ୩୫ ବର୍ଷର ଯୁବକ ଯୁବତୀ ଏ ବର୍ଷ ପ୍ରଥମାର୍ଦ୍ଧରେ ବିବାହ କରିପାରିବେ। ସେପ୍ଟେମ୍ବର ଅକ୍‌ଟୋବର ମାସରେ ପ୍ରେମ ପ୍ରଣୟ ପାଇଁ ଭଲ ସମୟ। ହେଲେ ସମ୍ବନ୍ଧ ସ୍ଥିର ଓ ପ୍ରଗାଢ଼ ହେବା ନେଇ ତଥାପି ସମସ୍ୟା ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ମଇ, ଜୁନ୍‌ ମାସରେ ମୂତ୍ରଯନ୍ତ୍ର ସମସ୍ୟା ପ୍ରତି ଯତ୍ନ ନିଅନ୍ତୁ।

publive-imageଏକ ଉତ୍କୃଷ୍ଟ ସୌଭାଗ୍ୟର ବର୍ଷ ଆପଣଙ୍କ ଲାଗି ଚାହିଁ ରହିଛି। ବର୍ଷର ପ୍ରଥମ ଚାରିମାସ ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସିନେ କଳାକାର, ଖେଳାଳି, ଲେଖକ, ସାହିତ୍ୟିକ, ରାଜନୀତିଆଙ୍କ ପାଇଁ ଏବର୍ଷଟି ଶୁଭ। ସେମାନେ ସମ୍ବାଦର ଆଗ ଧାଡ଼ି‌େର ରହିବେ। ମଇ, ଜୁନ୍‌, ସେପ୍ଟେଟର, ଅକ୍‌ଟୋବର ଏଇ ଚାରିମାସ ଆପଣ ନିଜ କାମରେ ଅଧିକ ମନୋଯୋଗ ଦେବାକୁ ହେବ। ଶତ୍ରୁମାନେ କ୍ଷତି କରିପାରନ୍ତି, ତେଣୁ ସାବଧାନ ରୁହନ୍ତୁ। ମାର୍ଚ୍ଚରୁ ଜୁନ୍‌ ମାସ ମଧୢରେ ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଛାତ୍ରଛାତ୍ରୀ ବର୍ଷର ପ୍ରଥମାର୍ଦ୍ଧରେ ଖୁବ୍‌ ସଫଳତା ହାସଲ କରିବେ। ଯେଉଁମାନଙ୍କର ଗ୍ୟାସ୍‌ଟିକ୍‌ ଓ ହୃଦ୍‌ରୋଗ ଅଛି ସେମାନେ ଅପ୍ରେଲରୁ ଜୁନ୍‌ ମାସ ମଧୢରେ ଡା଼କ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

publive-imageବର୍ଷ ଆରମ୍ଭରୁ ଆପଣ ନିଜ କାର୍ଯ୍ୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବଜେଟ୍‌କୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଗ୍ରହ ଚଳନ ଦୃଷ୍ଟିରୁ ଅପ୍ରେଲରୁ ଅକ୍‌ଟୋବର ମଧୢରେ ଆୟ ବୃଦ୍ଧି ଓ ଅନ୍ୟାନ୍ୟ ସୁଯୋଗ ମିଳିବ। ଚାକିରିରେ ପ୍ରମୋସନ୍‌ ପାଇପାରିବେ। ପାରିବାରିକ ଜୀବନ ଆହ୍ଲାଦକ ରହିବ। ପ୍ରେମିକ ପ୍ରେମିକାମାନେ ଅପ୍ରେଲରୁ ଅକ୍‌ଟୋବର ମାସ ଭିତରେ ବିବାହ ସୁଖଲାଭ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦେଲେ ଯାଇ ପରୀକ୍ଷାରେ ଭଲ କରିବେ। ଯେଉଁମାନେ ଫୁସ୍‌ଫୁସ୍‌ ଓ ମଧୁମେହ ରୋଗରେ ପୀଡ଼ିତ ସେମାନେ ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

publive-imageଅର୍ଥ ଓ ବ୍ୟବସାୟ ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ଲାଗି ଉତ୍ତମ। ଏଥିପାଇଁ ମାର୍ଚ୍ଚ, ଅପ୍ରେଲ ଓ ମଇ ମାସ ବିଶେଷ ଲାଭପ୍ରଦ। ଚାକିରିଜୀବୀଙ୍କ ଲାଗି ବର୍ଷର ପ୍ରଥମାର୍ଦ୍ଧ ବହୁତ ଭଲ। ମାର୍ଚ୍ଚ, ଅପ୍ରେଲରେ ନୂଆ ଚାକିରିର ସୁଯୋଗ ରହିଛି। ସେପ୍ଟେମ୍ବର ଅକ୍‌ଟୋବର ଦି’ମାସ ଅଫିସ୍‌ରେ କେବଳ ନିଜ କାମରେ ମନୋଯୋଗ ଦେବାକୁ ହେବ। ଅପ୍ରେଲରୁ ଅଗଷ୍ଟ ମାସ ମଧୢରେ ପରିବାରରେ ଶୁଭ କାର୍ଯ୍ୟ ହେବ। ପ୍ରେମିକ ପ୍ରେମିକା ଏବର୍ଷ ବିବାହ କ୍ଷେତ୍ରରେ ସଫଳତା ପାଇପାରିବେ ନାହିଁ। ହେଲେ ପ୍ରେମ ସମ୍ବନ୍ଧରେ ନିବିଡ଼ତା ବଜାୟ ରହିବ। ଛାତ୍ରଛାତ୍ରୀ ନିଜ ନିଜର ପରିଶ୍ରମ ଅନୁସାରେ ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ମଇ, ଜୁଲାଇ ଓ ନଭେମ୍ବରରେ ସ˚କ୍ରାମକ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି।

publive-imageଆପଣଙ୍କ ଲାଗି ଏହା ଏକ ଫଳପ୍ରଦ ବର୍ଷ। ଧନ, ସ˚ପତ୍ତି ସବୁ କ୍ଷେତ୍ରରେ ସୁଫଳାଫଳ ଅପେକ୍ଷା କରିଛି। ବ୍ୟବସାୟରେ ଅପାର ସଫଳତା ପାଇବେ। ଲେଖକ, ସମ୍ବାଦିକ ଓ ସୃଷ୍ଟିଶୀଳ କବିମାନଙ୍କର ଲେଖା ଚାରିଆଡ଼େ ପ୍ରଶ˚ସିତ ହେବ। ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବ। ଅବିବାହିତ ମାନଙ୍କ ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହେବ। ୨୩ରୁ ୩୫ ବର୍ଷ ଭିତର ଯୁବକ ଯୁବତୀ ଏବର୍ଷ ବିବାହ କରିପାରିବେ। ଛାତ୍ରମାନେ ଚମତ୍କାର ଫଳାଫଳ କରିବେ, ବିଶେଷକରି ଇ˚ଜିନିୟରି˚ ଛାତ୍ର। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ। ବ୍ୟର୍ଥ ଚିନ୍ତାରୁ ନିବୃତ୍ତ ରୁହନ୍ତୁ। ମାନସିକ ଶାନ୍ତି ପାଇଁ ପ୍ରତିଦିନ ପ୍ରାତଃ ଯୋଗ କରନ୍ତୁ।

publive-imageଚାକିରି, ବ୍ୟବସାୟ ଓ ଧନସ˚ପତ୍ତି ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ଲାଗି ବହୁତ ଭଲ ରହିବ। ଚାକିରିଜୀବୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଇ˚ଜିନିୟର ଛାତ୍ରମାନେ ବିଦେଶରେ ଚାକିରି ପାଇପାରନ୍ତି। ଜାନୁଆରିରୁ ଅପ୍ରେଲ ମାସ ଭିତରେ ପୁଞ୍ଜି ବିନିଯୋଗର ସୁଯୋଗ ଆସିବ। ଏଥିପାଇଁ ବୈ‌େଦଶିକ ସୁବିଧାର ଆମନ୍ତ୍ରଣ ପାଇପାରନ୍ତି। ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନେ ଏ ବର୍ଷ ସ˚ସାର ଗଢ଼ିବା ପାଇଁ ପରିବାର ଲୋକଙ୍କ ଅନୁମତି ପାଇବେ। ଛାତ୍ରମାନଙ୍କ ଲାଗି ବର୍ଷଟି ଶୁଭ। ଆଇ.ଏ.ଏସ୍‌. ପରୀକ୍ଷାରେ ଆପଣ ସଫଳତା ହାସଲ କରିବେ। ଏବର୍ଷ ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

publive-image

ଅଟଳ ସ˚କଳ୍ପ ଓ ଏକାଗ୍ରଚିତ୍ତ ଆପଣଙ୍କୁ ଧୀରେ ଧୀରେ ସୌଭାଗ୍ୟ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇ ନେଇଯିବ। ବର୍ଷର ପ୍ରଥମ ତିନି ମାସ ଯୌଥ କାରବାରର ବିବାଦଠାରୁ ଦୂରରେ ରୁହନ୍ତୁ। ଅପ୍ରେଲରୁ ଅକ୍‌ଟୋବର ମାସ ମଧୢରେ ଆପଣଙ୍କ ଜୀବନରେ ଏଭଳି କୌଣସି ବ୍ୟକ୍ତି ଆସିବେ ତାଙ୍କ ସହାୟତାରେ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ। ଅପ୍ରେଲ, ମଇ ମାସରେ ସପରିବାର ଛୁଟି କଟାଇବା ପାଇଁ ବଡ଼ ସହର ଓ ବିଦେଶ ମଧୢ ଯାଇପାରନ୍ତି। ଅବିବାହିତମାନେ ଅପେକ୍ଷା କରନ୍ତୁ, ମଇ, ଜୁନ୍‌ ମାସ ବେଳକୁ ପ୍ରେମ ସମ୍ବନ୍ଧ ଯୋଡ଼ିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷଟି ଖୁବ୍‌ ଭଲ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ। ଫେବ୍ରୁଆରିରୁ ଜୁନ୍‌ ଓ ଅକ୍‌ଟୋବର ମାସରେ ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

publive-imageଅର୍ଥ, ପେସା ଚାକିରି ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ଲାଗି ଚମତ୍କାର। ବର୍ଷର ପ୍ରଥମ ଚାରିମାସ ଆପଣଙ୍କ ବ୍ୟବସାୟରେ ଦି’ଗୁଣ ବୃଦ୍ଧି ହେବ। ମାର୍ଚ୍ଚ, ଅପ୍ରେଲରେ ଚାକିରିରେ ପ୍ରମୋସନ୍‌ ମିଳିବ ଏବ˚ ବ୍ୟବସାୟୀ ଲୋକମାନେ ଆଦୃତ ହେବେ। ନୂଆ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଚାକିରି ଖୋଜୁଥିବା ଇ˚ଜିନିୟରି˚ ଛାତ୍ରୀମାନେ ଭଲ ଜାଗାରେ ଚାକିରି ପାଇବେ। ମଇରୁ ଅଗଷ୍ଟ ମାସ ଭିତରେ ଗୃହ ସ˚ପତ୍ତି ବା ବାହନ କିଣିପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଅବିବାହିତମାନଙ୍କ ଲାଗି ମାର୍ଚ୍ଚ, ଅପ୍ରେଲ ମାସରେ ବିବାହ ଯୋଗ। ଆପଣଙ୍କ ପ୍ରେମ ସମ୍ବନ୍ଧରେ ଅନ୍ତରଙ୍ଗତା, ପ୍ରଗାଢ଼ତା କାଏମ୍‌ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାନୁରୂପ ଫଳ ପାଇବେ। ଏ ବର୍ଷ ବଦହଜମି ଓ ଚର୍ମରୋଗରେ ପୀଡ଼ିତ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe