ଏହି ଯୋଗାସନ କରିଲେ ମାନସିକ ଅବସାଦ ଦୂର ହୋଇଥାଏ

Advertisment
ଏହି ଯୋଗାସନ କରିଲେ ମାନସିକ ଅବସାଦ ଦୂର ହୋଇଥାଏ

ଆମେ ଅନେକ ସମୟରେ ମାନସିକ ଅବସାଦ ଭିତରେ ଗତି କରିଥାଉ। ଏଭଳି କି ମାନସିକ ଚାପଭିତରେ ବି ରହିଥାଉ। ଏପରିକପରିସ୍ଥିତିରୁ ଯଦି ମୁକୁଳିବାକୁ ଚାହାଁନ୍ତି ବା ମାନସିକ ସନ୍ତୁଳନକୁ ଠିକ୍‌ ରଖିବାକୁ ଚାହାଁନ୍ତି,ତେବେ କେବଳ ଗୋଟିଏ ଆସନ କରିବାକୁ ହେବ।
ଏହି ଯୋଗାସନର ନାମ ହେଲା ବୃକ୍ଷାସନ। ଦୁଇପାଦ ମଧ୍ୟରେ ପ୍ରାୟ ତିନି ଇଞ୍ଚର ଦୂରତା ରଖି ଠିଆ ହୁଅନ୍ତୁ। ଉଭୟ ପାଦ ଉପରେ ସମାନ ଓଜନ ରଖନ୍ତୁ। ତା’ପରେ ନିଃଶ୍ୱାସ ଛାଡି ଡାହାଣ ପାଦକୁ ଭାଙ୍ଗି ବାମ ଗୋଡର ଜଂଘରେ ପଛ ଅଂଶକୁ ରଖନ୍ତୁ।

publive-image
ନିଜର ଆଖିକୁ କୌଣସି ସମାନାନ୍ତର ବିନ୍ଦୁରେ କେନ୍ଦ୍ରିତ କରି ରଖନ୍ତୁ। ତା’ପରେ ନିଃଶ୍ୱାସ ନେଇ ଶରୀରକୁ ଉପର ଆଡକୁ ଟାଣନ୍ତୁ ଏବଂ ଉଭୟ ହାତକୁ ଆକାଶ ଆଡକୁ ଠିଆ କରି ରଖନ୍ତୁ ଓ ନମସ୍କାର ସ୍ଥିତି ଭଳି ଯୋଡ଼ନ୍ତୁ। ପ୍ରାଥମିକ ପର୍ଯ୍ୟାୟରେ ଏହି ସ୍ଥିତିରେ ନିଜର ନିଃଶ୍ୱାସକୁ ସାଧାରଣ ଭାବରେ ରଖି ୧୦ ରୁ ୩୦ ସେକେଣ୍ଡ ଯାଏଁ ଦଣ୍ଡାୟମାନ ରହନ୍ତୁ। ପରେ ଏହି ଅବଧିକୁ ୩୦ ରୁ ୬୦ ସେକେଣ୍ଡ ଯାଏଁ ବୃଦ୍ଧି କରନ୍ତୁ। ତା’ପରେ ନିଃଶ୍ୱାସ ଛାଡି ହାତକୁ ତଳକୁ ନିଅନ୍ତୁ ଓ ସାଧାରଣ ସ୍ଥିତିରେ ଠିଆ ହୁଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe