ଶୀତଦିନେ ନିଜକୁ ଫିଟ୍ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ବ୍ୟାୟାମ

ଶୀତଦିନେ ଅଧିକ ଥଣ୍ଡା କାରଣରୁ ଯଦି ଅଳସୁଆ ଲାଗୁଛି ତେବେ ସ୍କ୍ୱାଟସ୍, ପୁସ୍-ଅପ୍ ଏବଂ ପ୍ଲାଙ୍କ ଭଳି ସହଜ ବ୍ୟାୟାମ କରନ୍ତୁ ଯାହା ଶରୀରକୁ ଗରମ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରିଥାଏ ।

ବ୍ୟାୟାମ କରିବାପରେ ଚା’ ପିଇବାକୁ ମନା ନାହିଁ

ଶୀତଦିନେ ନିଜକୁ ଫିଟ୍ ରଖିବା ପାଇଁ ଶିଖନ୍ତୁ ସରଳ ଉପାୟରେ ଯୋଗଶିକ୍ଷା । ବ୍ୟାୟାମ କେବଳ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ଼ କରିଥାଏ, ଯାହାଫଳରେ ଆପଣ ଥଣ୍ଡା ଏବଂ କାଶ ଭଳି ସଂକ୍ରମଣରୁ ସୁରକ୍ଷିତ ରହିପାରିବେ । ସେହିପରି ଏଠାରେ କିଛି ବ୍ୟାୟାମ ଅଛି ଯାହାକୁ ଆପଣ ଘରେ ସହଜରେ କରିପାରିବେ ଏବଂ ନିଜକୁ ଫିଟ୍ ରଖିପାରିବେ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା...

ଶୀତଦିନେ ଅଧିକ ଥଣ୍ଡା କାରଣରୁ ଯଦି ଅଳସୁଆ ଲାଗୁଛି ତେବେ ସ୍କ୍ୱାଟସ୍, ପୁସ୍-ଅପ୍ ଏବଂ ପ୍ଲାଙ୍କ ଭଳି ସହଜ ବ୍ୟାୟାମ କରନ୍ତୁ ଯାହା ଶରୀରକୁ ଗରମ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରିଥାଏ । ଏହା ପେଟର ଚର୍ବି କମ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ମେଟାବୋଲିଜିମ୍ ବୃଦ୍ଧି କରିବ ଏବଂ ଶୀତଦିନେ ମଧ୍ୟ ଆପଣ ଶକ୍ତିଶାଳୀ ରହିବେ । 

ଏହାବ୍ୟତୀତ ସୂର୍ଯ୍ୟ ନମସ୍କାର ଏବଂ ପାହାଚ ଚଢ଼ିବା ଏବଂ ତଳକୁ ଓହ୍ଲାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ରତିଦିନ ୫-୧୦ ରାଉଣ୍ଡ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀର ସୁସ୍ଥ ରଖେ  ଏବଂ ମାନସିକ ଶାନ୍ତି ପ୍ରଦାନ କରେ । ଶୀତଦିନେ ଅତ୍ୟଧିକ ଥଣ୍ଡା ହେତୁ ବାହାରକୁ ଯିବା କଷ୍ଟକର ହୋଇଥାଏ କିନ୍ତୁ ଆପଣ ବାହାରକୁ ନଯାଇ ନିଜ ଘରେ ଏହି ସହଜ ବ୍ୟାୟାମଗୁଡ଼ିକ କରିପାରିବେ । ତେବେ ଆପଣ ଫିଟ୍ ଏବଂ ଫାଇନ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe