କରନ୍ତୁ ଶବାସନ ,ମିଳିବ ଏହି ସମସ୍ୟାରୁ ମୁକ୍ତି

Advertisment
କରନ୍ତୁ ଶବାସନ ,ମିଳିବ ଏହି ସମସ୍ୟାରୁ ମୁକ୍ତି

photo-thefitindian.com

ଶବାସନ ଏକ ଏପରି ଆଦନ ଯାହା ସବୁଠୁ ସହଜ ବୋଲି ମନେ ହୁଏ ,କିନ୍ତୁ ପ୍ରକୃତରେ ଏହାର ଆଚରଣ କରିବା ସେତେଟା ସହଜ ନୁହେଁ। ମାତ୍ର ଏହା କରିଲେ ଅନେକ ଉପକାର ମିଳିଥାଏ।ଏହି ଆସନ କରିବା ଦ୍ୱାରା ବ୍ୟକ୍ତି ଶରୀର ଅବସାଦ ମୁକ୍ତ ହୋଇଥାଏ। ମଣିଷ ଯେତେ ଥକିଥିଲେ ବି କେବଳ ଏହି ଆସଦ୍ୱାରା ଶାନ୍ତି ପାଇ ପାରିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆପଣ ଯେତେ ଆସନ କରନ୍ତୁ ,କିନ୍ତୁ ଶେଷରେ ଶବାସନ ନ କଲେ ସବୁ ନିଷ୍ଫଳ। କାରଣ ଏହି ଆସନ ସ୍ଥିରତା ଦେଇଥାଏ। ଏହି ଆସନ କରିବା ଦ୍ୱାରା ରକ୍ତଚାପ, ନିଦ୍ରାହୀନତା ଏବଂ ମସ୍ତିଷ୍କ ବିକାର ଭଳି ରୋଗରୁ ରକ୍ଷା ମିଳିଥାଏ। ଶବାସନ କଲେ ମନ ଅର୍ଦ୍ଧଚୈତନ୍ୟ ଆଡକୁ ଗତି କରିଥାଏ।

ତେଣୁ ଆପଣ ସଉପ କିମ୍ବା ଦରି ପକାଇ ତାହା ଉପରେ ଅଣ୍ଟାର ବଳରେ ଶୋଇ ରୁହନ୍ତୁ।ଏହାପରେ ହାତକୁ ଅଣ୍ଟା ପାଖରେ ରଖନ୍ତୁ। ଉଭୟ ହାତର ପାପୁଲି ଆକାଶକୁ ମୁହାଁଇଥିବା ଦରକାର।ହେଲେ କେବେବି ଗୋଡ଼କୁ ନିଜ ନିଜ ମଧ୍ୟରେ ମିଶାଇବାକୁ ଦିଅନ୍ତୁ ନାହିଁ।ଅତିକମ୍‌ରେ ଆପଣଙ୍କୁ ଆପଣଙ୍କ ଗୋଡ଼ଦ୍ୱୟରେ ଏକ ଫୁଟର ଦୂରତା ରଖିବାକୁ ହେବ।ଏହାପରେ ଆପଣ ଆପଣଙ୍କର ବେକକୁ ଡ଼ାହାଣ ବା ବାମ ପାର୍ଶ୍ୱକୁ ନୁଆଁଇ କରି ମୁହଁକୁ ଉପର କରି ରଖିବାକୁ ପଡ଼ିବ।ଏଥିସହିତ ଆପଣ ଆପଣଙ୍କର ଶରୀରର ଗୋଟିଏ ଗୋଟିଏ ଅଂଗର କାର୍ଯ୍ୟ କରିବାର ଶୈଳୀକୁ ନିଜେ ହିଁ ଅନୁଭବ କରନ୍ତୁ।ତେବେ ଆପଣ ଆପଣଙ୍କର ଶ୍ୱାସକ୍ରିୟାକୁ ସମାନ କ୍ରମରେ ରଖନ୍ତୁ।ଏହି ସ୍ଥିତିରେ ବ୍ୟକ୍ତି ଅନେକ ଡ଼େରି ପର୍ଯ୍ୟନ୍ତ ରହିପାରିଥାଏ।ହେଲେ ଏହି ସମୟରେ ଶରୀରର କୌଣସି ବି ଅଂଗରେ ଯେପରି ଅସୁବିଧା ନ ହୁଏ ଓ ମନରେ କୌଣସି କୁବିଚାର ନ ଆସେ,ଏହାକୁ ଆପଣ ଯେପରି ଧ୍ୟାନ ରଖନ୍ତୁ।

publive-image photo- blogspot.com

ସବୁଠୁ ବଡ଼ କଥା ହେଲା ଯେ ଶରୀରକୁ ଯେତେ ହୁଗୁଳା କରି ରଖିବେ ସେତେ ଭଲ। ମନେ ରଖନ୍ତୁ ଯଦି ଆପଣଙ୍କର ଅଣ୍ଟା ଧରିଥାଏ ବା ଗୋଡରେ ଯନ୍ତ୍ରଣା ହେଉଥାଏ ତେବେ ଶବାସନ ନ କରିବା ଭଲ। ତା’ଛଡ଼ା ଯଦି ଡାକ୍ତର ଆପଣଙ୍କୁ ତଳେ ଶୋଇବା ଲାଗି ବାରଣ କରିଥାନ୍ତି ତେବେ ଏହା ନ କରିବା ଉଚିତ। ଖାଲି ପେଟରେ ଏହି ଆସନ କଲେ ସବୁଠୁ ବେଶି ସୁଫଳ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe