ଆଖିର ରଙ୍ଗ ଦେଇଥାଏ ବ୍ରେନ୍‌ ଟ୍ୟୁମରର ସଙ୍କେତ, ଆଖିରୁ ଶାରୀରିକ ସମସ୍ୟା ବିଷୟରେ ଜାଣନ୍ତୁ

Advertisment
ଆଖିର ରଙ୍ଗ ଦେଇଥାଏ ବ୍ରେନ୍‌ ଟ୍ୟୁମରର ସଙ୍କେତ, ଆଖିରୁ ଶାରୀରିକ ସମସ୍ୟା ବିଷୟରେ ଜାଣନ୍ତୁ

nari.punjabkesari.in

ବ୍ରେନ୍‌ ଟ୍ୟୁମର ମସ୍ତିଷ୍କ ସହ ଜଡ଼ିତ ଏକ ଗମ୍ଭୀର ସମସ୍ୟା ଅଟେ । ଏହି ସମସ୍ୟାର ସମାଧାନ ଯଦି ଠିକ୍‌ ସମୟରେ ନ କରାଯାଏ, ତେବେ ଜୀବନହାନି ଘଟିଥାଏ । ଏହି ରୋଗର ଲକ୍ଷଣ ଜାଣିବା କଷ୍ଟକର ହୋଇଥିଲେ ମଧ୍ୟ ଆଖିର ରଙ୍ଗ ପରିବର୍ତ୍ତନରୁ ଆପଣ ଏହି ରୋଗ ବିଷୟରେ ଜାଣି ଚିକିତ୍ସା କରି ପାରିବେ । ଆଖି ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ସହ ଜଡ଼ିତ ଥିବାରୁ ଏହା ଜରିଆରେ ଆପଣମାନେ ବ୍ରେନ୍‌ ଟ୍ୟୁମର,ମଧୁମେହ ଏବଂ ହାଇ କୋଲେଷ୍ଟ୍ରଲ ରୋଗ ବିଷୟରେ ସହଜରେ ଜାଣି ପାରିବେ । ଆସନ୍ତୁ ଜାଣିବା କେମିତି ଆପଣମାନେ ଆଖିରୁ ବିଭିନ୍ନ ରୋଗ ବିଷୟରେ ଜାଣିବେ....

୧.ଶରୀରର ବିଭିନ୍ନ ଅଙ୍ଗ ପରସ୍ପର ସହ ଜଡ଼ିତ । ସେହିଭଳି ଭାବରେ ଆଖି ମଧ୍ୟ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଏବଂ ଆପ୍ଟିକ୍‌ ନର୍ଭସ ମସ୍ତିଷ୍କ ସହ ଯୋଡ଼ି ହୋଇ ରହିଥାଏ । ଯଦି ଆଖିର ରକ୍ତ ବାହିକା ବା ଆପ୍ଟିକ ନର୍ଭରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖାଯାଏ, ତେବେ ତାହା ବ୍ରେନ୍‌ ଟ୍ୟୁମରର ସଙ୍କେତ ହୋଇଥାଏ ।

୨.ବେଳେ ବେଳେ ହଠାତ୍‌ ଆଖି ସାମ୍ନାରେ ଗୋଟେ ପରଦା ପଡ଼ିବା ଭଳି ଦେଖାଯାଏ । ଯାହାଦ୍ୱାରା କିଛି ସମୟ ପାଇଁ ଆପଣମାନେ କିଛି ଜିନିଷ ଦେଖି ପାରନ୍ତି ନାହିଁ । କିନ୍ତୁ ଏହାକୁ ଆପଣମାନେ ସାଧାରଣ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ କମ ସମୟ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଇବା ହାଇ କୋଲେଷ୍ଟ୍ରଲର ଲକ୍ଷଣ ହୋଇଥାଏ ।

publive-image Healthline

୩. ଯଦି ଆପଣଙ୍କ ଆଖି ଥକିବା ଭଳି ବା ଲାଲ ପଡ଼ିବା ଭଳି ଦେଖାଯାଉଛି । ତେବେ ତାହା ଅନିଦ୍ରାର ସମସ୍ୟା ବୋଲି ଜାଣି ନିଅନ୍ତୁ । ଏଭଳି ପରିସ୍ଥିତିରେ ଠିକ୍‌ ଭାବରେ ଶୋଇବା ନିହାତି ଆବଶ୍ୟକ ।

୪.ମଧୁମେହ ରୋଗ ହେଲେ ମଧ୍ୟ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ । ହଠାତ୍‌ ଦେଖିବାରେ ଅସୁବିଧା ଅନୁଭବ ହେଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe