ଆପଣଙ୍କ ହାତ ଏପରିକି , ଜାଣନ୍ତୁ କେଉଁ ରୋଗର ଶିକାର ହୋଇପାରନ୍ତି

Advertisment
ଆପଣଙ୍କ ହାତ ଏପରିକି , ଜାଣନ୍ତୁ କେଉଁ ରୋଗର ଶିକାର ହୋଇପାରନ୍ତି

ଆମର ହାତରୁ ହିଁ ଜଣା ପଡିଯିବ ଅନେକ କଥା। ନିକଟରେ ଗବେଷକମାନେ ବିଭିନ୍ନ ମଣିଷଙ୍କ ହାତ ଉପରେ ଗବେଷଣା କରି ଜାଣିପାରିଛନ୍ତି ଯେ କିଭଳି ହାତ ଥିବା ଲୋକଙ୍କୁ କେଉଁ ରୋଗ ସହଜରେ ଆକ୍ରାନ୍ତ କରିପାରେ।

ଯଦି ଆପଣଙ୍କ ହାତର ଏକ ବା ଏକାଧିକ ଆଙ୍ଗୁଠିରେ ସର୍ପିଳ ଶୈଳୀ ରହିଛି, ତେବେ ଆପଣ ଉଚ୍ଚ ରକ୍ତଚାପର ଶିକାର ହେବା ଥୟ।
ଯେଉଁ ମହିଳାଙ୍କର ଅନାମିକା ଆଙ୍ଗୁଠି ତର୍ଜନି ଆଙ୍ଗୁଠି ଠାରୁ ଲମ୍ବା, ତାଙ୍କଠାରେ ଅଷ୍ଟିୟୋ ଆର୍ଥରାଇଟିସ୍‌ ରୋଗ ହେବାର ଆଶଙ୍କା ଅଧିକ। ଯେଉଁ ପୁରୁଷମାନଙ୍କର ଅନାମିକ ଆଙ୍ଗୁଠି ତର୍ଜନି ଆଙ୍ଗୁଠି ଠାରୁ ବଡ଼ , ସେମାନେ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ରୋଗର ଶିକାର ହୋଇପାରନ୍ତି। ଯେଉଁମାନଙ୍କର ହାତ ଥରୁଥାଏ, ସେମାନେ ହୃଦ୍‌ରୋଗର ଶିକାର ହୋଇପାରନ୍ତି ବୋଲି ଏହି ଗବେଷଣାରେ କୁହାଯାଇଛି।

publive-image
ଯେଉଁ ପୁରୁଷଙ୍କର କେବଳ ଗୋଟିଏ ହାତ ଥରୁଥିବ, ସେ ତାଙ୍କଠାରେ ମଳଦ୍ୱାର ସଂପର୍କୀତ ବ୍ୟାଧି ଦେଖା ଦେବାର ଆଶଙ୍କା ଅଧିକ। ଯେଉଁ ମହିଳାଙ୍କର ହାତ ପାପୁଲିରୁ ଅଧିକ ଝାଳ ବାହାରୁଥିବ, ବା ପାପୁଲି ଓଦା ରହୁଥିବ, ଜାଣନ୍ତୁ ସେମାନଙ୍କଠାରେ ଥାଇରଏଡ଼ର ଆଶଙ୍କା ବେଶି ଥାଏ। ଖାଲି ସେତିକି ନୁହେଁ ସେମାନଙ୍କର ମେନୋପଜ୍‌ ହେବାର ସମୟ ଆସିଗଲା ବୋଲି ଧରିବାକୁ ହେବ। ଯଦି ଆପଣଙ୍କ ହାତର ନଖ ତଳେ ଏକ ଉର୍ଦ୍ଧ୍ୱମୁଖୀ ପଟ୍ଟି ରହିଛି, ତାହା ଚର୍ମ କର୍କଟର ଲକ୍ଷଣ ବୋଲି ଗବେଷକମାନେ ମଧ୍ୟ ଦର୍ଶାଇଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe