ବଦଳୁଛି ସହରବାସୀଙ୍କ ସ୍ବାଦ: ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

ବଦଳୁଛି ସହରବାସୀଙ୍କ ସ୍ବାଦ: ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

କଟକ: ସମୟ ବଦଳିବା ସହ ବଦଳୁଛି‌ ସହରବାସୀଙ୍କ ଖାଦ୍ୟର ପସନ୍ଦ। ନୂଆ ଓ ସ୍ବାଦିଷ୍ଟ ଖାଦ୍ୟ ହେଉ କିମ୍ବା ଡ୍ରିଙ୍କ୍ସ୍‌; ସମସ୍ତେ ଚାହୁଁଛନ୍ତି ଭିନ୍ନ ଭିନ୍ନ ସମୟରେ ନିଜ ସ୍ବାଦ ବଦଳାଇବାକୁ। ଆଧୁନିକତାକୁ ଆପଣାଇବା ପାଇଁ ସଭିଏଁ ତତ୍ପର। ଶୀତ ପରେ ଏବେ ଆସୁଛି ଖରାଦିନ। ଏହି ସମୟରେ ପେଟ ଓ ପାଟିକୁ ଥଣ୍ତା କରିବା ପାଇଁ ଚାହାନ୍ତି ସମସ୍ତେ। ଏହା ସହ ଚାହାନ୍ତି ପିଇବାକୁ ଭିନ୍ନ ଭିନ୍ନ ସ୍ବାଦର ଡ୍ରିଙ୍କ୍‌। ଖରା‌ଦିନେ କିଏ ଲସି ପଇଥାଏ ତଡ଼ କିଏ ଭିନ୍ନ ପ୍ରକାରର ସେକ୍ ପିଇବାକୁ ଚାହିଥାଏ। ଯୁବିପିଢ଼ିଙ୍କ ସ୍ବାଦ ଅନୁଯାୟୀ ଦେକାନୀମାନେ ମଧ୍ୟ ବଜାରକୁ ନେଇ ଆସିଛନ୍ତି ଭିନ୍ନ ଭିନ୍ନ ସ୍ବାଦର ସେକ୍। ସାଧାରଣତଃ ଫଳ ଜୁସ ସମସ୍ତେ ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହି ଫଳ ରସକୁ ବଦଳାଇ କିଛି ଭିନ୍ନ ଭଙ୍ଗରେ ବଜାରରେ ଏବେ ମିଳୁଛି ସେକ୍। ଯାହା କି ଭିନ୍ନ ଭିନ୍ନ ପ୍ରକାରର ଚକୋଲେଟ ଓ ବିସ୍କୁଟ ଦ୍ବାରା ତିଆରି କରାଯାଉଛି। ପିଇବାକୁ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ହୋଇଥିବାରୁ ଏହାକୁ ପିଇବା ପାଇଁ ଲୋକଙ୍କ ଭିଡ଼ ଜୁମଥିବା ଦେଖିବାକୁ ମିଳିଛି। ଖାସ୍‌କରି ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ରହିଛି ଅଧିକ ଉତ୍କଣ୍ଠା।

publive-image Dreamstime.com

ସେକ୍‌ ମଧ୍ୟରେ କୋଲ୍‌ଡ କଫି, ପାଇନ୍‌ଆପଲ୍‌ ସେକ୍, ଷ୍ଟ୍ର’ବେରି ସେକ୍, ବାଦାମ ସେକ୍‌, ‌ଚକୋ ସେକ୍‌, ବ୍ଲାକ କରେଣ୍ଟ ସେକ୍‌, ବଟର ସ୍କଚ୍‌ ସେକ୍‌, ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌, ମ୍ୟାଙ୍ଗୋ ସେକ୍‌, ଲିଚି ସେକ୍‌, ଏବଂ ଖରାଦିନ ପାଇଁ ମିଣ୍ଟ କିଟ୍‌କାଟ୍‌ ସେକ୍‌, ମିଣ୍ଟ ଓରିଓ ସେକ୍‌, ମିଣ୍ଟ ଚକୋଲେଟ ସେକ୍‌ ରହିଛି। ଏହି ସେକ୍ ପ୍ଲେନ ହୋଇଥିବାରୁ ଏହାକୁ ଅଧିକ ଆକର୍ଷକ ଓ ସ୍ବାଦିଷ୍ଟ କରିବା ପାଇଁ ଏଥିରେ ଭିନ୍ନ ପ୍ରକାରର ଆଇସ୍‌କ୍ରିମ ମଧ୍ୟ ରହିଥାଏ। ଏଥି ମଧ୍ୟରୁ ଓରିଓ ସେକ୍‌ ଓ କିଟ୍‌କାଟ୍‌ ସେକ୍‌ର ଅଧିକ ଡ଼ିମାଣ୍ତ ରହିଛି। ପ୍ଲେନ ସେକ୍ ଦର ୩୦ ଟଙ୍କା ରହିଥିବା ‌ବେଳେ ସେକ୍‌ ଉଇଥ ଆଇସ୍କ୍ରିମ ଦର ୬୦ ଟଙ୍କାରୁ ଆରମ୍ଭ ହୋଇ ୧୫୦ ଟଙ୍କା ରହିଛି।

publive-image

କଟକ କ‌ଲେଜ ସ୍କୋୟାର କାଫେ ସେଣ୍ଟର୍‌ ସତ୍ବାଧିକାରୀ ବିପ୍ଳବ କୁମାର ଜେନା କହନ୍ତି, ‘ଆଜିକୁ ୧୫ବର୍ଷ ହେବ ଏଠାରେ‌ ଦୋକାନ କରିଛି। ପ୍ରଥମେ ଫଳରସ (ଜୁସ୍‌) ଦେକାନ କରିଥିଲି। ଯୁବପିଢ଼ିଙ୍କ ଚାହିଦାକୁ ନଜରରେ ରଖି କିଛି ଭିନ୍ନ ଓ ଚର୍ଚ୍ଚିତ ଖାଇବା ଜିନିଷ ଦେବା ପାଇଁ ଏହାକୁ କ୍ୟାଫେ ସେଣ୍ଟର କରିଛି। ବିଭିନ୍ନ ଭେରାଇଟିର ‌ସେକ୍‌ ଏଠାରେ ରହିଛି। ସହରର ପ୍ରମୁଖ ସ୍ଥାନ ହୋଇଥିବାରୁ ଏହି ଯାଗାରେ ସେକ୍‌ର ଭଲ ଡ଼ିମାଣ୍ତ ରହିଛି। ଦର ବି ସୁହାଇଲା ଭଳି ରହିଛି। ଖାସ୍‌କରି ଯୁବପିଢ଼ିଙ୍କ ପସନ୍ଦ ଅନୁଯାୟୀ ସେକ୍‌ ରହିଛି। ଖରାଦିନ ପାଇଁ ମିଣ୍ଟ ସ୍ବାଦ‌ରେ ମଧ୍ୟ ବିଭିନ୍ନ ସେକ୍‌ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe