ଏହି କ୍ଷେତ୍ରରେ ଅତ୍ୟଧିକ କଲରା ଖାଇବା ମନା

ଏହି କ୍ଷେତ୍ରରେ ଅତ୍ୟଧିକ କଲରା ଖାଇବା ମନା

health life line

ପାଟିକୁ ପିତା, ହେଲେ ଦେହ ପାଇଁ ଭାରି ହିତ। ଏଭଳି ଏକ ପରିବା ହେଉଛି କଲରା। କଲରା ପିତା ହେଲେ ବି ଭାରି ସ୍ବାଦିଷ୍ଟ। କଲରା ଖାଇବାର ମଜା ଯିଏ ଜାଣିଛନ୍ତି ସେମାନଙ୍କର ଏହି ପରିବା ପ୍ରିୟ ପରିବା ଭିତରେ ଗଣା ହୋଇଯାଏ। ଏହାକୁ ଆପଣ କଞ୍ଚା ବି ଜୁସ୍‌ କରି ପିଇପାରିବେ।

କଲରା ଖାଇବା ଦ୍ବାରା ବିଭିନ୍ନ ପ୍ରକାରର ଚର୍ମ ରୋଗ ଦୂର ହୋଇଥାଏ। ମୁହଁ ବ୍ରଣରୁ ନେଇ ଯାଦୁ, କାଛୁ, କୁଣ୍ଡିଆ ଆଦି ସମସ୍ୟାକୁ କଲରା ଖାଇବା ଦ୍ବାରା ନିୟନ୍ତ୍ରଣରେ ରଖାଯାଇପାରେ।

କଲରାରେ ବହୁ ଗୁରୁତ୍ବପୂର୍ଣ୍ଣ ନ୍ୟୁଟ୍ରିଏଣ୍ଟସ୍‌ ରହିଛି। ଏହାକୁ ଖାଇବା ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ। ମଧୁମେହ ରୋଗୀଙ୍କ ପାଇଁ କଲରା ଔଷଧ ପରି କାମ କରେ।

କର୍କଟ ସହ ଲଢ଼ିବା ପରି ରୋଗ ପ୍ରତିରୋଧକ ଶକ୍ତି ରହିଛି କଲରା ଭିତରେ। ଏଥିରେ କୋଲେଷ୍ଟ୍ରଲ୍‌ ସ୍ତର ବି ନିୟନ୍ତ୍ରଣରେ ରହେ।

ଓଜନ ହ୍ରାସ ସହ ତ୍ବଚାକୁ ଯୁବା ରଖିବାକୁ ଚାହୁଁଥିଲେ ମଧ୍ୟ ଆପଣ କଲରା ଖାଇବା ଅଭ୍ୟାସ ରଖନ୍ତୁ।

ଏକ ଗୁରୁତ୍ବପୂର୍ଣ୍ଣ କଥା ଜାଣିରଖନ୍ତୁ। ଆପଣ ଯଦି ମଧୁମେହ ‌ରୋଗୀ ତେବେ କଲରା ଏକ ସୀମା ମଧ୍ୟରେ ଖାଇବେ। ମଧୁମେହ ରୋଗୀ ଔଷଧ ଖାଉଥିବା ହେତୁ କଲରା ଖାଇଲେ ରକ୍ତରେ ଶର୍କରା ପରିମାଣ ଅତ୍ୟନ୍ତ କମ୍‌ ହୋଇ ଯାଇପାରେ। ଅସ୍ତ୍ରୋପଚାର ପରେ ମଧ୍ୟ କଲରା ଖାଇ‌ଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଏହି ସମୟରେ ବି ରକ୍ତରେ ଶର୍କରା ପରିମାଣ କମ୍‌ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe